ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ ରବିବାର ପୋଲିସ ଓ ମାଜିଷ୍ଟ୍ରେଟ୍‌ର ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବିନିକା କଲେଜ ଛକରେ ଯାନବାହନ ତନଖି କରୁଥିଲେ। ବୁଲେଟ୍‌ରେ ଯାଉଥିବା ଦୁଇ ଜଣ ଯୁବକଙ୍କ ଡିକି ତନଖି କରାଯାଇଥିଲା। ତନଖି ସମୟରେ ଡିକିରୁ ନଗଦ ୧ ଲକ୍ଷ ୯୫ହଜାର ଟଙ୍କା ମିଳିଥିଲା। ଏନଫୋର୍ସମେଣ୍ଟ ଟିମ୍‌ ଉକ୍ତ ଟଙ୍କା ଜବତ କରି […] The post ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ appeared first on Dharitri Odia News.

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ ରବିବାର ପୋଲିସ ଓ ମାଜିଷ୍ଟ୍ରେଟ୍‌ର ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବିନିକା କଲେଜ ଛକରେ ଯାନବାହନ ତନଖି କରୁଥିଲେ।

ବୁଲେଟ୍‌ରେ ଯାଉଥିବା ଦୁଇ ଜଣ ଯୁବକଙ୍କ ଡିକି ତନଖି କରାଯାଇଥିଲା। ତନଖି ସମୟରେ ଡିକିରୁ ନଗଦ ୧ ଲକ୍ଷ ୯୫ହଜାର ଟଙ୍କା ମିଳିଥିଲା। ଏନଫୋର୍ସମେଣ୍ଟ ଟିମ୍‌ ଉକ୍ତ ଟଙ୍କା ଜବତ କରି ଜିଲା କୋଷାଗାରରେ ଜମା କରିଛି। ସମ୍ପୃକ୍ତ ଯୁବକ ଦ୍ୱୟ ଏତେ ପରିମାଣର ଟଙ୍କା କୁଆଡେ ନେଉଥିଲେ ସେ ନେଇ ତଦନ୍ତ ଚାଲିଛି। ସମ୍ପୃକ୍ତ ଯୁବକଙ୍କୁ ଏ ସମ୍ପର୍କରେ ନୋଟିସ କରାଯିବ ବୋଲି ବିନିକା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ଓ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେର କହିଛନ୍ତି।

ପ୍ରକାଶ ଯେ, ଗତ ୫ ତାରିଖ ରାତିରେ ବିନିକା ପୋଲିସକୁ ବଡ ସଫଳତା ମିଳିଥିଲା। ଯାନବାହନ ତନଖି ସମୟରେ ଏକ ଇନୋଭା କାରରୁ ନଗଦ ୫୫ଲକ୍ଷ ୨୦ହଜାର ଟଙ୍କା ମିଳିଥିଲା। ଏହି ଟଙ୍କା ଆନ୍ଧ୍ରପ୍ରଦେଶକୁ ଯାଉଥିଲା। ଟଙ୍କାଗୁଡିକୁ ଜବତ କରାଯାଇଛି। ସମ୍ବଲପୁର ଆୟକର ବିଭାଗ ଏହି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଆନ୍ଧ୍ରପ୍ରଦେଶର ସମ୍ପୃକ୍ତ ବ୍ୟକ୍ତିମାନେ ଏ ପର୍ଯ୍ୟନ୍ତ ଟଙ୍କାର ଉତ୍ସ ସମ୍ପର୍କରେ ଠିକ୍‌ କାଗଜାତ ଦର୍ଶାଇ ପାରି ନ ଥିବା ଜଣାପଡିଛି।

The post ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ appeared first on Dharitri Odia News.