ବୁଲ୍‌ଡୋଜର ମଡ଼ାଇ ଫସିଲେ ଆସାମ ମୁଖ୍ୟମନ୍ତ୍ରୀ, ଦେବାକୁ ପଡ଼ିଲା ଏତିକି ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୩ା୫: ବୁଲ୍‌ଡୋଜର ମଡ଼ାଇବା ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସରକାରଙ୍କୁ ମହଙ୍ଗା ପଡ଼ିଛି। ଏନେଇ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ବାସ୍ତବରେ ଆସାମ ସରକାର ସେହି ପାଞ୍ଚଟି ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି। ଯେଉଁମାନଙ୍କ ଘର ଉପରେ ଦୁଇ ବର୍ଷ ପୂର୍ବେ ବୁଲ୍‌ଡୋଜର ଚଢ଼ାଇ ଦେଇଥିଲେ। ଏହି ପରିବାରଗୁଡିକ ଥାନା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ଦୁଇ ବର୍ଷ ପୂର୍ବେ ନାଗାଓଁ ଜିଲାର ଏକ ଥାନା ପୋଡ଼ି ଦେବାରେ […] The post ବୁଲ୍‌ଡୋଜର ମଡ଼ାଇ ଫସିଲେ ଆସାମ ମୁଖ୍ୟମନ୍ତ୍ରୀ, ଦେବାକୁ ପଡ଼ିଲା ଏତିକି ଟଙ୍କା ଜରିମାନା appeared first on Dharitri Odia News.

ବୁଲ୍‌ଡୋଜର ମଡ଼ାଇ ଫସିଲେ ଆସାମ ମୁଖ୍ୟମନ୍ତ୍ରୀ, ଦେବାକୁ ପଡ଼ିଲା ଏତିକି ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୩ା୫: ବୁଲ୍‌ଡୋଜର ମଡ଼ାଇବା ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସରକାରଙ୍କୁ ମହଙ୍ଗା ପଡ଼ିଛି। ଏନେଇ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ବାସ୍ତବରେ ଆସାମ ସରକାର ସେହି ପାଞ୍ଚଟି ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି। ଯେଉଁମାନଙ୍କ ଘର ଉପରେ ଦୁଇ ବର୍ଷ ପୂର୍ବେ ବୁଲ୍‌ଡୋଜର ଚଢ଼ାଇ ଦେଇଥିଲେ। ଏହି ପରିବାରଗୁଡିକ ଥାନା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ଦୁଇ ବର୍ଷ ପୂର୍ବେ ନାଗାଓଁ ଜିଲାର ଏକ ଥାନା ପୋଡ଼ି ଦେବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଧିକାରୀମାନେ ବୁଲ୍‌ଡୋଜର ଚଳାଇଥିଲେ। କିନ୍ତୁ ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର କ୍ଷତିପୂରଣ ଦେଇଛନ୍ତି। ଆସାମ ସରକାର ଏହି ସୂଚନା ଗୁଆହାଟି ହାଇକୋର୍ଟକୁ ଦେଇଛନ୍ତି।

The post ବୁଲ୍‌ଡୋଜର ମଡ଼ାଇ ଫସିଲେ ଆସାମ ମୁଖ୍ୟମନ୍ତ୍ରୀ, ଦେବାକୁ ପଡ଼ିଲା ଏତିକି ଟଙ୍କା ଜରିମାନା appeared first on Dharitri Odia News.