ବୃଦ୍ଧଙ୍କ ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା

ଦେଓଗାଁ,୧୦।୫(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଦେଓଗାଁ କଲେଜ ଛକରେ ଶୁକ୍ରବାର ଏକ ହାଇୱା ଚାପାରେ ଜଣେ ସାଇକେଲ ଆରୋହୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ ସାଗରପାଲି ଗ୍ରାମର ୬୨ ବର୍ଷୀୟ ବୃଦ୍ଧ ମହେଶ୍ୱର ରଣା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଲୋକେ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଦେଓଗାଁ ପୋଲିସ ଏବଂ କ୍ରଶର ମାଲିକ ଘଟଣାସ୍ଥଳରେ ପହଞ୍ଚି […] The post ବୃଦ୍ଧଙ୍କ ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା appeared first on Dharitri Odia News.

ବୃଦ୍ଧଙ୍କ ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା

ଦେଓଗାଁ,୧୦।୫(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଦେଓଗାଁ କଲେଜ ଛକରେ ଶୁକ୍ରବାର ଏକ ହାଇୱା ଚାପାରେ ଜଣେ ସାଇକେଲ ଆରୋହୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ ସାଗରପାଲି ଗ୍ରାମର ୬୨ ବର୍ଷୀୟ ବୃଦ୍ଧ ମହେଶ୍ୱର ରଣା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଲୋକେ ରାଜପଥ ଅବରୋଧ କରିଥିଲେ।

ଖବର ପାଇ ଦେଓଗାଁ ପୋଲିସ ଏବଂ କ୍ରଶର ମାଲିକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। କ୍ରଶର ମାଲିକ କ୍ଷତିପୂରଣ ଦେବାକୁ ରାଜି ପରେ ରାସ୍ତାରୋକୋ ହଟିଥିଲା।

ମିଳିଥିବା ସୂଚନା ମୁତାବକ, ମହେଶ୍ବର କୌଣସି କାର୍ଯ୍ୟରେ ଦେଓଗାଁକୁ ଆସି ସାଇକେଲରେ ଘରକୁ ଫେରୁଥିଲେ। ହେଲେ ବହାଲି କ୍ରଶରୁ ଚିପ୍ସ ବୋଝେଇ କରି ଆସୁଥିବା ଏକ ହାଇୱା ସାଇକେଲକୁ ଧକ୍କା ଦେଇ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ମହେଶ୍ବରଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷେ ଉକ୍ତ ଛକରେ ନିୟମିତ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

The post ବୃଦ୍ଧଙ୍କ ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା appeared first on Dharitri Odia News.