ବୃଦ୍ଧଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତ ଜଳଧରପୁର ଗାଁର ଦେବେନ୍ଦ୍ର ପଲ୍ଲାଇଙ୍କଠାରୁ ବୁଧୁବାର ମଧ୍ୟାହ୍ନ ୧୨. ୫୩ ମିନିଟ ସମୟରେ ଚାନ୍ଦବାଲି କାଳୀମନ୍ଦିର ପାଖରେ ନଗଦ ୫୦ ହଜାର ଟଙ୍କା ଲୁଟି ନେଲେ ଅଜଣା ଲୁଟେରା।  ଦେବେନ୍ଦ୍ର ପଲ୍ଲାଇ ଚାନ୍ଦବାଲି ଥାନାରେ କରିଥିବା ଅଭିଯୋଗ ମୁତାବକ ଦିବା ୧୨ ଟା ସମୟରୁ ଚାନ୍ଦବାଲି କାଳୀମନ୍ଦିର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କରୁ ଲାଇନ ଲଗାଇ ନିଜ ଏକାଉଣ୍ଟରୁ ୫୦ ହଜାର ଟଙ୍କା ଉଠାଣ କରିଥିଲେ l […]

ବୃଦ୍ଧଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତ ଜଳଧରପୁର ଗାଁର ଦେବେନ୍ଦ୍ର ପଲ୍ଲାଇଙ୍କଠାରୁ ବୁଧୁବାର ମଧ୍ୟାହ୍ନ ୧୨. ୫୩ ମିନିଟ ସମୟରେ ଚାନ୍ଦବାଲି କାଳୀମନ୍ଦିର ପାଖରେ ନଗଦ ୫୦ ହଜାର ଟଙ୍କା ଲୁଟି ନେଲେ ଅଜଣା ଲୁଟେରା।  ଦେବେନ୍ଦ୍ର ପଲ୍ଲାଇ ଚାନ୍ଦବାଲି ଥାନାରେ କରିଥିବା ଅଭିଯୋଗ ମୁତାବକ ଦିବା ୧୨ ଟା ସମୟରୁ ଚାନ୍ଦବାଲି କାଳୀମନ୍ଦିର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କରୁ ଲାଇନ ଲଗାଇ ନିଜ ଏକାଉଣ୍ଟରୁ ୫୦ ହଜାର ଟଙ୍କା ଉଠାଣ କରିଥିଲେ l ତାପରେ ନିଜ ମୋବାଇଲରେ ଟାଇମ ଦେଖି ମୋ ବସରେ ନିଜ ଘର ଜଳଧରପୁର ଯିବା ପାଇଁ କାଳୀମନ୍ଦିର ପାଖରେ ଥିବା ଚାନ୍ଦବାଲି ଇକୋ ବ୍ୟାଙ୍କ ପାଖରେ ବସକୁ ଅପେକ୍ଷା କରି ରହିଥିଲେ। ଟଙ୍କାକୁ ଘରୁ ଆଣିଥିବା ଏକ ବ୍ୟାଗରେ ରଖିଥିଲେ l ବ୍ୟାଗଟିକୁ ପାଖରେ ରଖି ବସିଥିବାବେଳେ ସାମାନ୍ୟ ଅନ୍ୟମନସ୍କ ହୋଇଯିବାରୁ ଅଜଣା ଦୁର୍ବୁତ୍ତ ବ୍ୟାଗ ଚୋରି କରି ନେଯାଇଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ବୃଦ୍ଧ ଜଣଙ୍କ। ଖବର ଲେଖା ବେଳକୁ ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତିଙ୍କୁ ପଚାରିବାରୁ ସିସିଟିଭି ଯାଞ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।