ବୃଦ୍ଧଙ୍କୁ ଶୁଣ୍ଢରେ କଚାଡି ମାରିଲା କୁଳଡିହା ହାତୀ, ଗାଁ ପଡିଆରେ ବୁଲୁଥିବାବେଳେ ଆକ୍ରମଣ

ନୀଳଗିରି ୧୭/୦୫: ଢୋଲପୁର ଅଞ୍ଚଳରେ ବୃଦ୍ଧଙ୍କୁ ଦଳିଦେଲା କୁଳଦିହା ହାତୀ। ମୃତକ ହେଲେ ହରେକୃଷ୍ଣ ପ୍ରଧାନ । ଗାଁ ପଡିଆରେ ସକାଳୁ ବୁଲୁଥିବା ବେଳେ ବୃଦ୍ଧଙ୍କୁ କଚାଡି ମାରିଛି  ହାତୀ । ସୂଚନା ଥାଉକି, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ସୀମାନ୍ତ ଗାଁରେ ହାତୀ ଦଳିଦେଲା ବୃଦ୍ଧଙ୍କୁ । ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଢୋଲପୁର ଗାଁର ହରେକୃଷ୍ଣ ପ୍ରଧାନ ଗାଁ ପଡିଆରେ ସକାଳୁ ବୁଲୁଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଶୁଣ୍ଢରେ କଚାଡି ଦେବାସହ ଦଳିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ଜଣାପଡିବା ପରେ ଲୋକାରଣ୍ୟ ହୋଇଛି।

ବୃଦ୍ଧଙ୍କୁ ଶୁଣ୍ଢରେ କଚାଡି ମାରିଲା କୁଳଡିହା ହାତୀ, ଗାଁ ପଡିଆରେ ବୁଲୁଥିବାବେଳେ ଆକ୍ରମଣ

ନୀଳଗିରି ୧୭/୦୫: ଢୋଲପୁର ଅଞ୍ଚଳରେ ବୃଦ୍ଧଙ୍କୁ ଦଳିଦେଲା କୁଳଦିହା ହାତୀ। ମୃତକ ହେଲେ ହରେକୃଷ୍ଣ ପ୍ରଧାନ । ଗାଁ ପଡିଆରେ ସକାଳୁ ବୁଲୁଥିବା ବେଳେ ବୃଦ୍ଧଙ୍କୁ କଚାଡି ମାରିଛି  ହାତୀ । 

ସୂଚନା ଥାଉକି, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ସୀମାନ୍ତ ଗାଁରେ ହାତୀ ଦଳିଦେଲା ବୃଦ୍ଧଙ୍କୁ । ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଢୋଲପୁର ଗାଁର ହରେକୃଷ୍ଣ ପ୍ରଧାନ ଗାଁ ପଡିଆରେ ସକାଳୁ ବୁଲୁଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । 

ଶୁଣ୍ଢରେ କଚାଡି ଦେବାସହ ଦଳିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ଜଣାପଡିବା ପରେ ଲୋକାରଣ୍ୟ ହୋଇଛି।