ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ।ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଥିବା କଳାପାହାଡ ଗୁଡିକରେ... The post ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ appeared first on .

ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ।ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଥିବା କଳାପାହାଡ ଗୁଡିକରେ ଚାଲୁଥିବା ବେଆଇନ କାର୍ଯ୍ୟ ଉପରେ ଚଢାଉ ଜାରି ରଖିଛି ପ୍ରଶାସନ। ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବାଲିଘାଟ ବିଭାଗ ସହ ତହସିଲ ପ୍ରଶାସନ, ପ୍ରଦୂଷଣ ବିଭାଗ ମିଳିତ ଭାବରେ ଯାଞ୍ଚ କରିଛି।ପୂର୍ବରୁ ନବୀନ ସରକାର ଥିବା ସମୟରେ ମଧ୍ୟ ବେଆଇନ ଖଣି ଖନନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ କୋଟି କୋଟି ଟଙ୍କା ଫାଇନ ହୋଇଥିଲା। ତା ସହିତ ବେଆଇନ ଖଣି ଖନନ ବନ୍ଦ କରିବା ପାଇଁ ବିଭିନ୍ନ ଫୋରମରେ ଉପସ୍ଥାପନ କରାଯାଇଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରକାଶ କରିଛନ୍ତି। ଏହା ସହିତ ନୂଆ ସରକାର ଆସିବା ପରଠୁ କିଭଳି ଭାବେ ବେଆଇନ ଖଣି ଖାନନ ଚାଲିଛି ତାହା ସାଧାରଣ ଲୋକେ ଠିକ ବୁଝି ସାରିଲେଣି ବୋଲି ପୂର୍ବତନ ବିଧାୟକ କହିଛନ୍ତି।

The post ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ appeared first on .