ବେଆଇନ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ ଜବତ, ଦୁଇ ଜଣ ଅଟକ

ଭୁବନ ୨୫।୦୮: ଗୋରୁ ବୋଝେଇ ପିକ୍ଅପ ଗାଡି ଜବତ। ୨ ଜଣଙ୍କୁ ରଖାଯାଇଛି ଅଟକ । ଏକ ବେଆଇନ ଗୋରୁ ବୋଝେଇ ଗାଡିକୁ ଶନିବାର ବିଳମ୍ବିତ ରାତ୍ରିରେ ଜବତ କରିଛି ସୁରପ୍ରତାପୁର ଫାଣ୍ଡି ପୋଲିସ । କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଅଞ୍ଚଳରୁ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଯାଜପୁର ଅଞ୍ଚଳକୁ ଚାଲାଣ ହେଉଥିଲା ।ଖବର ପାଇ ସୁରପ୍ରତାପୁର ଫାଣ୍ଡି ଅଧିକାରୀ ଗାଡିକୁ ପିଛା କରି ଜାତୀୟ ରାଜପଥ ୫୩ ଦୟଣାବିଲ ଗ୍ରାମ ନିକଟରେ ଗାଡ଼ିକୁ ଅଟକାଇଥିଲା ।  ଗାଡ଼ିରେ ଅମାନୁସିକ ଭାବରେ ୬ଟି ଗାଈ ଲଦା ହୋଇ ଚାଲାଣ ହେଉଥିଲା । ୬ଟି ଗାଈକୁ ଉଦ୍ଧାର କରିବା ସହିତ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଫାଣ୍ଡି ପୋଲିସ । ଅଟକ ଦୁଇ ଜଣ ଓଢ଼ଣା ଗ୍ରାମର ବରୁଣ ବିଶ୍ୱାଳ ଓ ବିଭୂତି ଭୁଷଣ ପାତ୍ର ବୋଲି ଜଣାପଡ଼ିଛି ।   