ବେଆଇନ ଚାଉଳ ଗଚ୍ଛିତ ଓ ହେରାଫେରି ଅଭିଯୋଗ, ରାଇସ ମିଲ୍ ଉପରେ ଚଢ଼ାଉ
ନୀଳଗିରି/ଖନ୍ତାପଡ଼ା: ବେଆଇନ ଭାବରେ ଚାଉଳ ଗଚ୍ଛିତ ରଖିବା ଓ ହେରାଫେରି ଅଭିଯୋଗରେ ରାଇସ ମିଲ୍ ଉପରେ ଚଢ଼ାଉ କରାଯାଇଛି। ବୁଧବାର ସନ୍ଧ୍ୟାରେ ଖନ୍ତାପଡ଼ା ଥାନା ନିକଟରେ ଥିବା ରମାଦେବୀ ରାଇସ ମିଲରେ ବେଆଇନ ଚାଉଳ ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବାଲେଶ୍ୱର ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିଖରେ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାଶ, ଜିଲ୍ଲା ସହ ଯୋଗାଣ ଅଧିକାରୀ ହିମାଂଶୁ ଭୂଷଣ ସାହୁ ଅଚାନକ ଚଢ଼ାଉ କରିଥିଲେ।ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଉକ୍ତ ମିଲ ଉପରେ ବେଆଇନ ଚାଉଳ ଯୋଗାଉଥିବା ଓ ଗଛିତ ଥିବା ଧାନ ବସ୍ତାଗୁଡ଼ିକ ହରିଲୁଟ୍ ହୋଇଥିବାର ଅଭିଯୋଗ ହୋଇଥିଲା। ଏମିତିରେ ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ପଂଚାୟତ ମୁଳକୁଡେଇ ଗ୍ରାମରେ ଥିବା ଏହି ରାଇସ ମିଲକୁ ନେଇ ବାରମ୍ବାର ଅଭିଯୋଗ ଆସୁଥିବା ସତ୍ବେ ଜିଲ୍ଲା ପ୍ରାଶାସନ ସ୍ଥାଣୁ ପାଲଟିଥିଲା ।ଆଉ ଏହି କ୍ରମରେ ସାଂସଦ ଉକ୍ତ ସ୍ଥାନରେ ଖନ୍ତାପଡ଼ା ପୋଲିସ ସହାୟତାରେ ପଂହଛି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଷ୍ଟକରେ ସନ୍ଦେହ ସୃଷ୍ଟି ହୋଇଥିବାରୁ ଯାଞ୍ଚ କରାଯାଇଥିବା ନେଇ ସାଂସଦ ମତରଖିଥିଲେ। ସେପଟେ ରମାଦେବୀ ଫୁଡ୍ସ ପ୍ରଡକ୍ସନ ମାଲିକ ଗୌତମ ପାତ୍ର କହନ୍ତି ଏବେ ଯାଞ୍ଚ କାର୍ଯ୍ୟ ଚାଲିଛି, ଷ୍ଟକ ସଠିକ ଅଛି। ତଦନ୍ତ ସରିଲେ ସବୁ ଜଣାପଡିବ। ତେବେ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ଏହି ମିଲରେ ଯା
ନୀଳଗିରି/ଖନ୍ତାପଡ଼ା: ବେଆଇନ ଭାବରେ ଚାଉଳ ଗଚ୍ଛିତ ରଖିବା ଓ ହେରାଫେରି ଅଭିଯୋଗରେ ରାଇସ ମିଲ୍ ଉପରେ ଚଢ଼ାଉ କରାଯାଇଛି। ବୁଧବାର ସନ୍ଧ୍ୟାରେ ଖନ୍ତାପଡ଼ା ଥାନା ନିକଟରେ ଥିବା ରମାଦେବୀ ରାଇସ ମିଲରେ ବେଆଇନ ଚାଉଳ ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବାଲେଶ୍ୱର ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିଖରେ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାଶ, ଜିଲ୍ଲା ସହ ଯୋଗାଣ ଅଧିକାରୀ ହିମାଂଶୁ ଭୂଷଣ ସାହୁ ଅଚାନକ ଚଢ଼ାଉ କରିଥିଲେ।
ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଉକ୍ତ ମିଲ ଉପରେ ବେଆଇନ ଚାଉଳ ଯୋଗାଉଥିବା ଓ ଗଛିତ ଥିବା ଧାନ ବସ୍ତାଗୁଡ଼ିକ ହରିଲୁଟ୍ ହୋଇଥିବାର ଅଭିଯୋଗ ହୋଇଥିଲା। ଏମିତିରେ ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ପଂଚାୟତ ମୁଳକୁଡେଇ ଗ୍ରାମରେ ଥିବା ଏହି ରାଇସ ମିଲକୁ ନେଇ ବାରମ୍ବାର ଅଭିଯୋଗ ଆସୁଥିବା ସତ୍ବେ ଜିଲ୍ଲା ପ୍ରାଶାସନ ସ୍ଥାଣୁ ପାଲଟିଥିଲା ।
ଆଉ ଏହି କ୍ରମରେ ସାଂସଦ ଉକ୍ତ ସ୍ଥାନରେ ଖନ୍ତାପଡ଼ା ପୋଲିସ ସହାୟତାରେ ପଂହଛି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଷ୍ଟକରେ ସନ୍ଦେହ ସୃଷ୍ଟି ହୋଇଥିବାରୁ ଯାଞ୍ଚ କରାଯାଇଥିବା ନେଇ ସାଂସଦ ମତରଖିଥିଲେ। ସେପଟେ ରମାଦେବୀ ଫୁଡ୍ସ ପ୍ରଡକ୍ସନ ମାଲିକ ଗୌତମ ପାତ୍ର କହନ୍ତି ଏବେ ଯାଞ୍ଚ କାର୍ଯ୍ୟ ଚାଲିଛି, ଷ୍ଟକ ସଠିକ ଅଛି। ତଦନ୍ତ ସରିଲେ ସବୁ ଜଣାପଡିବ। ତେବେ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ଏହି ମିଲରେ ଯାଞ୍ଚ କାର୍ଯ୍ୟ ସରିଲା ପରେ ସତ୍ୟ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡିଛି।