ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ ; ୨ ମୃତ, ୩ ଆହତ

ନୂଆଦିଲ୍ଲୀ ୦୮।୧୦: ଉତ୍ତରପ୍ରଦେଶର ଗୋଣ୍ଡାରେ ଅଘଟଣ । ଏକ ବନ୍ଦ ଘରେ ବାଣ ତିଆରି କରୁଥିବାବେଳେ ଏଠାରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଏହି ଘରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା । ଏହି ଘଟଣା ତରବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ରାଗଡଗଞ୍ଜ ଗ୍ରାମରେ ଘଟିଛି। ଅପରାହ୍ନରେ ଗାଁର କିଛି ଲୋକ ମହମ୍ମଦ ଫାରୁକଙ୍କ ବନ୍ଦ ଘରେ ବେଆଇନ ଭାବେ ବାଣ ତିଆରି କରୁଥିଲେ। ସେତେବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୫ ଜଣ ଆହତ ହୋଇଥିଲେ। ପୋଲିସ ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା ଅଲଗା ମେଡିକାଲକୁ ପଠାଯାଇଛି।ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌକୁ ପଠାଯାଇଛିପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କୁ ଆକାଶ ଏବଂ ଲାଲୁ ବୋଲି ନିଶ୍ଚିତ କରାଯାଇଛି। ଡାକ୍ତରଖାନାରେ ଉପସ୍ଥିତ ଥିବା ଡାକ୍ତର ଦୀପକ କହିଛନ୍ତି ଯେ ସମସ୍ତ ଆହତଙ୍କ ୬୦ ପ୍ରତିଶତରୁ ଅଧିକ ପୋଡି ଯାଇଛି ।  ସେମାନଙ୍କ ଅବସ୍ଥାକୁ ଦେଖି ଲକ୍ଷ୍ନୌ କୁ ଚିକିତ୍ସା ପାଇଁ ପଠାଯାଇଛି।ଏହି ବିସ୍ଫୋରଣ

ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ ; ୨ ମୃତ, ୩ ଆହତ

ନୂଆଦିଲ୍ଲୀ ୦୮।୧୦: ଉତ୍ତରପ୍ରଦେଶର ଗୋଣ୍ଡାରେ ଅଘଟଣ । ଏକ ବନ୍ଦ ଘରେ ବାଣ ତିଆରି କରୁଥିବାବେଳେ ଏଠାରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଏହି ଘରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା । 

ଏହି ଘଟଣା ତରବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ରାଗଡଗଞ୍ଜ ଗ୍ରାମରେ ଘଟିଛି। ଅପରାହ୍ନରେ ଗାଁର କିଛି ଲୋକ ମହମ୍ମଦ ଫାରୁକଙ୍କ ବନ୍ଦ ଘରେ ବେଆଇନ ଭାବେ ବାଣ ତିଆରି କରୁଥିଲେ। ସେତେବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୫ ଜଣ ଆହତ ହୋଇଥିଲେ। ପୋଲିସ ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା ଅଲଗା ମେଡିକାଲକୁ ପଠାଯାଇଛି।

ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌକୁ ପଠାଯାଇଛି

ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କୁ ଆକାଶ ଏବଂ ଲାଲୁ ବୋଲି ନିଶ୍ଚିତ କରାଯାଇଛି। ଡାକ୍ତରଖାନାରେ ଉପସ୍ଥିତ ଥିବା ଡାକ୍ତର ଦୀପକ କହିଛନ୍ତି ଯେ ସମସ୍ତ ଆହତଙ୍କ ୬୦ ପ୍ରତିଶତରୁ ଅଧିକ ପୋଡି ଯାଇଛି ।  ସେମାନଙ୍କ ଅବସ୍ଥାକୁ ଦେଖି ଲକ୍ଷ୍ନୌ କୁ ଚିକିତ୍ସା ପାଇଁ ପଠାଯାଇଛି।

ଏହି ବିସ୍ଫୋରଣରେ ନିକଟସ୍ଥ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଯେଉଁଠାରେ ବିସ୍ଫୋରଣ ଘଟିଥିଲା  ଘରର କାନ୍ଥ ଭୁଶୁଡି ପଡିଥିଲା । ନିକଟସ୍ଥ ଘର ଗୁଡ଼ିକରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଆହତଙ୍କ ହାତ ଓ ଗୋଡ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଘଟଣାର ତଦନ୍ତ ଆରମ୍ଭ ହୋଇଛି।