ବେଆଇନ ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ, ଘର ଭାଙ୍ଗିଲେ; ପୋଲିସ ଗାଡ଼ି ଅଟକ

ପିପିଲି: ପିପିଲିର ଲକ୍ଷ୍ମୀ ନାରାୟଣପୁର ମଗଲପୁରରେ ଶନିବାର ଉତ୍ତେଜନା ଦେଖା ଦେଇଛି। ବେଆଇନ ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ । ଏପରିକି ବେଆଇନ ମଦ ବିକ୍ରି କରାଯାଉ ଥିବା ଘରକୁ ଭାଙ୍ଗିଛନ୍ତି।। ଆଜି  ମଦ ପିଇ  ସକାଳେ ଗ୍ରାମର ଜନୈକ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହ ପରେ ବେଆଇନ ମଦ ବିକ୍ରିକୁ ବିରୋଧ କରିିଛନ୍ତି ଗ୍ରାମବାସୀ।  ଗାଁରେ ପୋଲିସ ଗାଡିକୁ ମହିଳାମାନେ ଅଟକ ରଖିଛନ୍ତି। ଗାଁରେ ବର୍ତ୍ତମାନ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୂଚନା ଅନୁଯାୟୀ, ମଗଲପୁର ଗ୍ରାମରେ ବେଆଇନ ଦେଶୀ ମଦ ବିକ୍ରି ହେଉଥିବା ଓ ମଦ ପିଇ ପୂର୍ବରୁ ୪ଜଣ  ମୃତ୍ୟୁ ଘଟିଥିଲା। ଆଜି ସକାଳେ ଗ୍ରାମର କବିନ୍ଦ୍ର ବେହେରା(୪୫)ଙ୍କ ମୃତ୍ୟୁ ଘଟିଛି । ଯୁବକର  ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଲୋକମାନେ ବେଆଇନ ମଦ ବିକ୍ରି କରୁଥିବା ଘରକୁ ଭାଙ୍ଗିବା ସହିତ ଶହ ଶହ ମଦ ବୋତଲ ଭାଙ୍ଗିଥିଲେ । ପୋଲିସ ଓ ଅବକାରୀ ବିଭାଗ ନିଷ୍କ୍ରିୟତା ପାଇଁ ୫ ଜଣ ଙ୍କର ଜୀବନ ନଷ୍ଟ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଗାଡିକୁ ଲୋକେ ଅଟକ ରଖିଥିଲେ । ପରେ  ଉପରିସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଓ ମଦ ବିକ୍ରି କରୁଥିବା ଲୋକକୁ ଗିରଫ କରିବା ପ୍ରତିଶ୍ରୁତି ପରେ ଲୋକ ମାନେ ବୁଝିଥିଲେ । 

ବେଆଇନ ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ, ଘର ଭାଙ୍ଗିଲେ; ପୋଲିସ ଗାଡ଼ି ଅଟକ

ପିପିଲି: ପିପିଲିର ଲକ୍ଷ୍ମୀ ନାରାୟଣପୁର ମଗଲପୁରରେ ଶନିବାର ଉତ୍ତେଜନା ଦେଖା ଦେଇଛି। ବେଆଇନ ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ । ଏପରିକି ବେଆଇନ ମଦ ବିକ୍ରି କରାଯାଉ ଥିବା ଘରକୁ ଭାଙ୍ଗିଛନ୍ତି।। ଆଜି  ମଦ ପିଇ  ସକାଳେ ଗ୍ରାମର ଜନୈକ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହ ପରେ ବେଆଇନ ମଦ ବିକ୍ରିକୁ ବିରୋଧ କରିିଛନ୍ତି ଗ୍ରାମବାସୀ।  ଗାଁରେ ପୋଲିସ ଗାଡିକୁ ମହିଳାମାନେ ଅଟକ ରଖିଛନ୍ତି। ଗାଁରେ ବର୍ତ୍ତମାନ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। 

ସୂଚନା ଅନୁଯାୟୀ, ମଗଲପୁର ଗ୍ରାମରେ ବେଆଇନ ଦେଶୀ ମଦ ବିକ୍ରି ହେଉଥିବା ଓ ମଦ ପିଇ ପୂର୍ବରୁ ୪ଜଣ  ମୃତ୍ୟୁ ଘଟିଥିଲା। ଆଜି ସକାଳେ ଗ୍ରାମର କବିନ୍ଦ୍ର ବେହେରା(୪୫)ଙ୍କ ମୃତ୍ୟୁ ଘଟିଛି । ଯୁବକର  ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଲୋକମାନେ ବେଆଇନ ମଦ ବିକ୍ରି କରୁଥିବା ଘରକୁ ଭାଙ୍ଗିବା ସହିତ ଶହ ଶହ ମଦ ବୋତଲ ଭାଙ୍ଗିଥିଲେ । ପୋଲିସ ଓ ଅବକାରୀ ବିଭାଗ ନିଷ୍କ୍ରିୟତା ପାଇଁ ୫ ଜଣ ଙ୍କର ଜୀବନ ନଷ୍ଟ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଗାଡିକୁ ଲୋକେ ଅଟକ ରଖିଥିଲେ । ପରେ  ଉପରିସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଓ ମଦ ବିକ୍ରି କରୁଥିବା ଲୋକକୁ ଗିରଫ କରିବା ପ୍ରତିଶ୍ରୁତି ପରେ ଲୋକ ମାନେ ବୁଝିଥିଲେ ।