ବେକରୁ ସୁନା ଚେନ୍‌ ଝାମ୍ପି ବନ୍ଧାହେଲେ ୨ ଲୁଟେରା

ଦେବଗଡ଼,୨ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହରର ମୁଖ୍ୟସ୍ଥଳରେ ଥିବା ଜନଗହଳି ପୂର୍ଣ୍ଣ ନବୋଦୟ ସାହି ଛକରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବେକରୁ ଗତ ୨୯ ତାରିଖରେ ଏକ ସୁନା ଚେନ୍‌ ଲୁଟି ନେଇଥିବା ୨ ଲୁଟେରାଙ୍କୁ ଝାରସୁଗୁଡ଼ା ଥାନା ପୋଲିସ ଗିରଫ କରିଛି। ଏଥିସହ ଲୁଟ୍‌ରେ ବ୍ୟବହୃତ ବାଇକ୍‌ ନଂ-ଓଡି ୩୪ ଏମ ୧୪୨୫କୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ତେବେ ଲୁଟ୍‌ ହୋଇଥିବା ସୁନା ଚେନ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ଗିରଫ […] The post ବେକରୁ ସୁନା ଚେନ୍‌ ଝାମ୍ପି ବନ୍ଧାହେଲେ ୨ ଲୁଟେରା appeared first on Dharitri Odia News.

ବେକରୁ ସୁନା ଚେନ୍‌ ଝାମ୍ପି ବନ୍ଧାହେଲେ ୨ ଲୁଟେରା

ଦେବଗଡ଼,୨ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହରର ମୁଖ୍ୟସ୍ଥଳରେ ଥିବା ଜନଗହଳି ପୂର୍ଣ୍ଣ ନବୋଦୟ ସାହି ଛକରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବେକରୁ ଗତ ୨୯ ତାରିଖରେ ଏକ ସୁନା ଚେନ୍‌ ଲୁଟି ନେଇଥିବା ୨ ଲୁଟେରାଙ୍କୁ ଝାରସୁଗୁଡ଼ା ଥାନା ପୋଲିସ ଗିରଫ କରିଛି। ଏଥିସହ ଲୁଟ୍‌ରେ ବ୍ୟବହୃତ ବାଇକ୍‌ ନଂ-ଓଡି ୩୪ ଏମ ୧୪୨୫କୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ତେବେ ଲୁଟ୍‌ ହୋଇଥିବା ସୁନା ଚେନ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ଗିରଫ ଲୁଟେରା ଦ୍ୱୟ ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳର ଦୁର୍ଗା ଦାସ ଓ କାର୍ତ୍ତିକ ଦାସ ଏବଂ ସେମାନେ ସମ୍ପର୍କରେ ଦୁଇଭାଇ ବୋଲି ଜଣାପଡ଼ିଛି। ଝାରସୁଗୁଡ଼ା ପୋଲିସ ଲୁଟେରା ଦ୍ୱୟଙ୍କୁ ଇତିମଧ୍ୟରେ କୋର୍ଟ ଚାଲାଣ କରିଥିବା ବେଳେ ଦେବଗଡ଼ ଥାନା ପୋଲିସ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ ବୋଲି ଦେବଗଡ଼ ଆଦର୍ଶ ଥାନା ଅଧିକାରୀ ସରୋଜ କୁମାର ସେଠୀ ସୂଚନା ଦେଇଛନ୍ତି।

The post ବେକରୁ ସୁନା ଚେନ୍‌ ଝାମ୍ପି ବନ୍ଧାହେଲେ ୨ ଲୁଟେରା appeared first on Dharitri Odia News.