ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି
ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ ପ୍ରାୟ ୮୩ ପ୍ରତିଶତ ଯୁବପିଢ଼ି ଅଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମୁଦ୍ରାନୀତି କମିଟି (ଏମ୍ପିସି) ସଦସ୍ୟ ଆଶିମା ଗୋୟଲ ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ବର୍ତ୍ତମାନ ଭାରତରେ ଥିବା ବେକାରିଙ୍କ ମଧ୍ୟରେ ଯୁବପିଢ଼ିଙ୍କ ସଂଖ୍ୟା ସର୍ବାଧିକ। ତେବେ ଆଗାମୀ ଦିନରେ ଏହି ସ୍ଥିତିରେ ସୁଧାର ଆସିବା ନେଇ ସେ […] The post ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି appeared first on Dharitri Odia News.
ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ ପ୍ରାୟ ୮୩ ପ୍ରତିଶତ ଯୁବପିଢ଼ି ଅଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମୁଦ୍ରାନୀତି କମିଟି (ଏମ୍ପିସି) ସଦସ୍ୟ ଆଶିମା ଗୋୟଲ ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ବର୍ତ୍ତମାନ ଭାରତରେ ଥିବା ବେକାରିଙ୍କ ମଧ୍ୟରେ ଯୁବପିଢ଼ିଙ୍କ ସଂଖ୍ୟା ସର୍ବାଧିକ। ତେବେ ଆଗାମୀ ଦିନରେ ଏହି ସ୍ଥିତିରେ ସୁଧାର ଆସିବା ନେଇ ସେ ଆଶା ପ୍ରକାଶ କରିଛନ୍ତି। ଆଶିମା କହିଛନ୍ତି ଯେ ଯୁବକମାନଙ୍କ ମଧ୍ୟରେ ଏହି ବେକାରି ସାମୟିକ ଅଟେ। ଦେଶର ଅର୍ଥନୀତି ଅଧିକ ଶକ୍ତିଶାଳୀ ହେଉଛି। ଏହି କାରଣରୁ ଦେଶରେ ନିଯୁକ୍ତି ସ୍ଥିତିରେ ସୁଧାର ଆସୁଛି। ଅଧିକ ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଯୁବ ବେକାରି ଅଧିକ ବୋଲି ସେ କହିଛନ୍ତି। ତଥାପି ସେମାନେ ଅଧିକ ବେତନ ମଧ୍ୟ ପାଆନ୍ତି। ଏହି କାରଣରୁ ଯୁବକମାନେ ଦକ୍ଷତା ହାସଲ କରିବା ଏବଂ ଚାକିରି ଖୋଜିବାରେ ଅଧିକ ସମୟ ବିତାଉଛନ୍ତି। ଯୁବବର୍ଗଙ୍କ ପାଇଁ ବେକାରି ସର୍ବାଧିକ ବୋଲି ସେ କହିଛନ୍ତି। ଭାରତୀୟ ଯୁବକମାନେ ମଧ୍ୟ ନିଜର ବ୍ୟବସାୟ ବିକାଶରେ ବ୍ୟସ୍ତ ଅଛନ୍ତି। ଏହି କାରଣରୁ ଭାରତରେ ଷ୍ଟାର୍ଟଅପ ଧାରା ମଧ୍ୟ ଦ୍ରୁତ ଗତିରେ ବିକଶିତ ହେଉଥିବା ସେ କହିଛନ୍ତି। ତେବେ କେବଳ ସରକାରୀ ଚାକିରି ଦ୍ୱାରା ବେକାରି ହ୍ରାସ ହୋଇପାରିବ ନାହିଁ।
ଗୋୟଲ କହିଛନ୍ତି ଯେ ଆଇଏଲଏ ରିପୋର୍ଟରେ ଦର୍ଶାଯାଇଛି ଯେ ନିକଟ ଅତୀତରେ ଯୁବ ବେକାରି ହ୍ରାସ ପାଇଛି। ଉନ୍ନତ ସ୍ବାସ୍ଥ୍ୟ, ଭିତ୍ତିଭୂମି, ବୀମା, ଶିକ୍ଷା ଏବଂ ଦକ୍ଷତା ତାଲିମ ସୁବିଧା ମାଧ୍ୟମରେ ଯୁବକମାନଙ୍କ ପାଇଁ ସୁଯୋଗ ବୃଦ୍ଧି କରାଯାଇପାରିବ। କେବଳ ସରକାରୀ ଚାକିରି ଯୋଗାଇ ଦେଶରେ ବେକାରି ହ୍ରାସ ହୋଇପାରିବ ନାହିଁ।
The post ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି appeared first on Dharitri Odia News.