ବେଗୁସରାୟରେ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ, ଜାଣନ୍ତୁ କହିଲେ କ’ଣ?
ବଲିୟା: ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଶନିବାର ଆକ୍ରମଣ ହୋଇଛି। ସେ ବେଗୁସରାୟ ବଲିୟାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କୁ ମାଡ଼ ମରାଯାଇଛି। ତେବେ ଏଥିରେ ଗିରିରାଜଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ବେଗୁସରାୟ ସାଂସଦ ଗିରିରାଜ ସିଂହ ଶନିବାର ବଲିଆରେ ଜନତା ଦରବାରରେ ଯୋଗ ଦେଇଥିଲେ। ସେ ହଲରୁ ବାହାରୁଥିବା ସମୟରେ ଫାଟକ ନିକଟରେ ଜନୈକ ଯୁବକ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲା। ଏହି ଆକ୍ରମଣରେ କେନ୍ଦ୍ରମନ୍ତ୍ରୀଙ୍କ କୌଣସି ପ୍ରକାରର ଶାରୀରିକ କ୍ଷତି ହୋଇ ନାହିଁ। ତେବେ ଯୁବକ କାହିଁକି ଆକ୍ରମଣ କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଗିରିରାଜ ଏହି ଘଟଣାକୁ ନେଇ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହାକୁ ସେ ଦୁର୍ଭାଗ୍ୟଜନ ଓ ଦୁଃଖଦ ଘଟଣା ବୋଲି କହିଛନ୍ତି। ତେବେ ଗିରିରାଜ କହିଛନ୍ତି ଯେ ହୁଏତ ଅଭିଯୁକ୍ତର ଫଟୋ ଦେଖିବା ପରେ ଅଖିଳେଶ ଓ ରାହୁଲ ଗାନ୍ଧି ତା ସୁରକ୍ଷା ପାଇଁ ଆଗକୁ ଆସି ପାରନ୍ତି। ଗିରିରାଜଙ୍କ ଉପରେ ଏପରି ଆତର୍କିତ ଆକ୍ରମଣ କରିଥିବା ଯୁବକକୁ ପୋଲିସ କାବୁ କରିନେଇଛି। ଅନ୍ୟପଟେ ଗିରିରାଜଙ୍କ ସୁରକ୍ଷାକୁ ବଢେଇ ଦିଆଯାଇଛି। ଏହି ଘଟଣା ପରେ ଗିରିରାଜ ତାଙ୍କ ପରବର୍ତ୍ତି କାର୍ଯ୍ୟକ୍ରମରେ ବାହାରି ଯାଇଛନ୍ତି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ଏବେ ପଚରା ଉଚରା ଚଳାଇଛି ଓ ସେ କାହିଁକି ଏପରି ବ୍ୟବହାର କଲା ତାହ
ବଲିୟା: ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଶନିବାର ଆକ୍ରମଣ ହୋଇଛି। ସେ ବେଗୁସରାୟ ବଲିୟାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କୁ ମାଡ଼ ମରାଯାଇଛି। ତେବେ ଏଥିରେ ଗିରିରାଜଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ବେଗୁସରାୟ ସାଂସଦ ଗିରିରାଜ ସିଂହ ଶନିବାର ବଲିଆରେ ଜନତା ଦରବାରରେ ଯୋଗ ଦେଇଥିଲେ। ସେ ହଲରୁ ବାହାରୁଥିବା ସମୟରେ ଫାଟକ ନିକଟରେ ଜନୈକ ଯୁବକ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲା।
ଏହି ଆକ୍ରମଣରେ କେନ୍ଦ୍ରମନ୍ତ୍ରୀଙ୍କ କୌଣସି ପ୍ରକାରର ଶାରୀରିକ କ୍ଷତି ହୋଇ ନାହିଁ। ତେବେ ଯୁବକ କାହିଁକି ଆକ୍ରମଣ କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଗିରିରାଜ ଏହି ଘଟଣାକୁ ନେଇ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହାକୁ ସେ ଦୁର୍ଭାଗ୍ୟଜନ ଓ ଦୁଃଖଦ ଘଟଣା ବୋଲି କହିଛନ୍ତି। ତେବେ ଗିରିରାଜ କହିଛନ୍ତି ଯେ ହୁଏତ ଅଭିଯୁକ୍ତର ଫଟୋ ଦେଖିବା ପରେ ଅଖିଳେଶ ଓ ରାହୁଲ ଗାନ୍ଧି ତା ସୁରକ୍ଷା ପାଇଁ ଆଗକୁ ଆସି ପାରନ୍ତି।
ଗିରିରାଜଙ୍କ ଉପରେ ଏପରି ଆତର୍କିତ ଆକ୍ରମଣ କରିଥିବା ଯୁବକକୁ ପୋଲିସ କାବୁ କରିନେଇଛି। ଅନ୍ୟପଟେ ଗିରିରାଜଙ୍କ ସୁରକ୍ଷାକୁ ବଢେଇ ଦିଆଯାଇଛି। ଏହି ଘଟଣା ପରେ ଗିରିରାଜ ତାଙ୍କ ପରବର୍ତ୍ତି କାର୍ଯ୍ୟକ୍ରମରେ ବାହାରି ଯାଇଛନ୍ତି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ଏବେ ପଚରା ଉଚରା ଚଳାଇଛି ଓ ସେ କାହିଁକି ଏପରି ବ୍ୟବହାର କଲା ତାହା ଜାଣିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।