ବେଙ୍ଗଲ ନିର୍ବାଚନରେ ମୁତୟନ ହେବେ CAPFର ଅତିରିକ୍ତ ୧୦୦ କମ୍ପାନି, NIA ଉପରେ ଆକ୍ରମଣ ପରେ ECଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଦ ପ୍ରସ୍ତୁତି କରୁଛନ୍ତି । ଏହି କ୍ରମରେ ନିର୍ବାଚନ ଆୟୋଗ ମଙ୍ଗଳବାର ଏପ୍ରିଲ ୯ରେ ଗୃହ ମନ୍ତ୍ରଣାଳୟକୁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବଳ (ସିଏପିଏଫ)ର ୧୦୦ ଅତିରିକ୍ତ କମ୍ପାନି ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ସିଆରପିଏଫର ୫୫ କମ୍ପାନି ଏବଂ ସୀମା ସୁରକ୍ଷା ବଳର ୪୫ କମ୍ପାନି ମୁତୟନ କରାଯିବ । ଏପ୍ରିଲ ୧୫ କିମ୍ୱା ଏହା ପୂର୍ବରୁ ପଶ୍ଚମବଙ୍ଗରେ ସିଏପିଏଫର ଅତିରିକ୍ତ ୧୦୦ କମ୍ପାନିଙ୍କ ମୁତୟନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହା ପୂର୍ବରୁ ସୋମବାର ଟିଏମସି ନେତା ପୁଣି ଥରେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ପ୍ରସଙ୍ଗ ଉଠାଇଥିଲେ । ଏହି ମାମଲାରେ ଡେରେକ ଓ’ ବ୍ରାୟନ, ଡୋଲା ସେନ, ସାକେତ ଗୋଖଲେ ଏବଂ ସାଗରିକା ଘୋଷଙ୍କ ସମେତ ଟିଏମସି ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ନିଜ ଦାବି ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ ।ପଶ୍ଚିମବଙ୍ଗର ପୂର୍ବ ମିଦନାପୁର ଜିଲ୍ଲାର ଭୂପତିନଗରରେ ଶନିବାର ସକାଳେ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏନଆଇଏ ଅଧିକାରୀ ଟିଏମସିର ଜଣେ ତାଙ୍କ ଘରେ ୨୦୨୨ରେ ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ପହଞ୍ଚିଥିଲେ । ସେହି ସମୟରେ ଉଗ୍ର ଭିଡ଼
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଦ ପ୍ରସ୍ତୁତି କରୁଛନ୍ତି । ଏହି କ୍ରମରେ ନିର୍ବାଚନ ଆୟୋଗ ମଙ୍ଗଳବାର ଏପ୍ରିଲ ୯ରେ ଗୃହ ମନ୍ତ୍ରଣାଳୟକୁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବଳ (ସିଏପିଏଫ)ର ୧୦୦ ଅତିରିକ୍ତ କମ୍ପାନି ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ସିଆରପିଏଫର ୫୫ କମ୍ପାନି ଏବଂ ସୀମା ସୁରକ୍ଷା ବଳର ୪୫ କମ୍ପାନି ମୁତୟନ କରାଯିବ । ଏପ୍ରିଲ ୧୫ କିମ୍ୱା ଏହା ପୂର୍ବରୁ ପଶ୍ଚମବଙ୍ଗରେ ସିଏପିଏଫର ଅତିରିକ୍ତ ୧୦୦ କମ୍ପାନିଙ୍କ ମୁତୟନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ପୂର୍ବରୁ ସୋମବାର ଟିଏମସି ନେତା ପୁଣି ଥରେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ପ୍ରସଙ୍ଗ ଉଠାଇଥିଲେ । ଏହି ମାମଲାରେ ଡେରେକ ଓ’ ବ୍ରାୟନ, ଡୋଲା ସେନ, ସାକେତ ଗୋଖଲେ ଏବଂ ସାଗରିକା ଘୋଷଙ୍କ ସମେତ ଟିଏମସି ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ନିଜ ଦାବି ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ ।
ପଶ୍ଚିମବଙ୍ଗର ପୂର୍ବ ମିଦନାପୁର ଜିଲ୍ଲାର ଭୂପତିନଗରରେ ଶନିବାର ସକାଳେ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏନଆଇଏ ଅଧିକାରୀ ଟିଏମସିର ଜଣେ ତାଙ୍କ ଘରେ ୨୦୨୨ରେ ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ପହଞ୍ଚିଥିଲେ । ସେହି ସମୟରେ ଉଗ୍ର ଭିଡ଼ ଏମଆଇଏ ଟିମ ଉପରେ ପଥର ମାଡ଼ କରିଥିଲେ । ଏହି ଆକ୍ରମଣରେ ଜଣେ ଅଧିକାରୀ ଆହତ ମଧ୍ୟ ହୋଇଥିଲେ ।