ବେଙ୍ଗଲ ସହ ଓଡ଼ିଶାରେ ୧ ନମ୍ବରରେ ରହିବ ବିଜେପି: ରାଜନୈତିକ ରଣନୀତିଜ୍ଞଙ୍କ ଆକଳନ
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଣାଶୁଣା ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ଏକ ବଡ଼ ଦାବି କରିଛନ୍ତି। ସେ ଆକଳନ କରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ନିଜର ଆସନ ବୃଦ୍ଧି କରିବ ଏବଂ ଦକ୍ଷିଣ ଓ ଉତ୍ତର ପୂର୍ବ ଭାରତରେ ଭୋଟ ଅଂଶ ବଢାଇବ। ଏହା ସହ ଆସନ୍ତା ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ସିଟ ଜିତିପାରିବ ଯାହା କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ ସଂଖ୍ୟାଠାରୁ ବହୁତ […]

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଣାଶୁଣା ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ଏକ ବଡ଼ ଦାବି କରିଛନ୍ତି। ସେ ଆକଳନ କରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ନିଜର ଆସନ ବୃଦ୍ଧି କରିବ ଏବଂ ଦକ୍ଷିଣ ଓ ଉତ୍ତର ପୂର୍ବ ଭାରତରେ ଭୋଟ ଅଂଶ ବଢାଇବ। ଏହା ସହ ଆସନ୍ତା ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ସିଟ ଜିତିପାରିବ ଯାହା କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ ସଂଖ୍ୟାଠାରୁ ବହୁତ ଅଧିକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବଙ୍ଗଳାର ମମତା ବାନାର୍ଜୀ ଏବଂ ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ପରି ବହୁ ବିରୋଧୀଦଳ ନେତାଙ୍କ ସହ କାମ କରିଥିବା ପ୍ରଶାନ୍ତ କିଶୋର କହିଛନ୍ତି ଯେ ପଶ୍ଚିମବଙ୍ଗରେ ଏକ ନମ୍ବର ଦଳ ଭାବେ ବିଜେପି ଉଭା ହୋଇପାରେ। ଏଥି ସହିତ, ତେଲେଙ୍ଗାନାରେ ମଧ୍ୟ ବିଜେପି ଏକ ନମ୍ବର କିମ୍ବା ଦୁଇ ନମ୍ବର ଦଳ ହୋଇପାରେ। ସେହିପରି ବିଜେପି ଓଡିଶାରେ ନିଶ୍ଚିତ ଏକ ନମ୍ବର ହେବ ବୋଲି ସେ ଆକଳନ କରି କହିଛନ୍ତି।
ତେବେ ବିଜେପି ବିଜୟୀ ହେବା ପଛର କାରଣ ମଧ୍ୟ କହିଛନ୍ତି ପ୍ରଶାନ୍ତ କିଶୋର। ସେ କହିଛନ୍ତି, “ବିଜେପି ଜିତୁଛି ଏହାର କାରଣ ହେଉଛି କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି ଏବଂ ତୃଣମୂଳ କଂଗ୍ରେସ ନିଜ ଗଡ଼ରେ ମଧ୍ୟ ପାର୍ଟି ବିପକ୍ଷରେ ମୁକାବିଲା କରିବାକୁ ଅସମର୍ଥ। ସେମାନଙ୍କର କୌଣସି ରଣନୀତି ନାହିଁ କି ସେପରି ବଡ଼ ଚେହେରା ନାହିଁ, କି ଏଜେଣ୍ଡା ମଧ୍ୟ ନାହିଁ।”