ବେଙ୍ଗାଲୁରୁରେ ବିରାଟଙ୍କୁ ଭେଟିବେ RCBର ମହିଳା ଟିମ୍, କ୍ୟାପଟେନ୍ ସ୍ମୃତି ଦେଲେ ସୂଚନା

ନୂଆଦିଲ୍ଲୀ ୧୮।୦୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅର୍ଥାତ୍‌ RCB ମହିଳା ପ୍ରିମିୟର ଲିଗ୍ (WPL) ଟାଇଟଲ୍ ଜିତିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍‌କୁ ଟକ୍କର ଦେଇଥିଲା ଆରସିବି। ଟାଇଟଲ୍ ଜିତିବା ପରେ ଆରସିବି ଟିମ୍‌ ଆଜି ବେଙ୍ଗାଲୁରୁ ଯିବେ । ସେଠାରେ ଆରସିବି ମହିଳା ଖେଳାଳି ବିରାଟ କୋହଲିଙ୍କୁ ଭେଟିବେ। ଏକ ସାମ୍ବାଦିକ ସମ୍ମିଳନୀରେ ଆରସିବି ମହିଳା ଦଳର ଅଧିନାୟକ ସ୍ମୃତି ମନ୍ଧାନା ନିଜେ ଏହି ସୂଚନା ଦେଇଛନ୍ତି।ସ୍ମୃତି କହିଛନ୍ତି, ଆସନ୍ତାକାଲି ବେଙ୍ଗାଲୁରୁ ଯିବାବେଳେ ଆମେ ବିରାଟ କୋହଲି ଭାଇଙ୍କ ସହ କଥା ହେବୁ। WPL ର ପ୍ରଥମ ସିଜନର ଆରସିବି କ୍ୟାମ୍ପରେ ସେ ବିରାଟ କୋହଲିଙ୍କୁ ଭେଟିଥିଲେ । ଯେ ମୋର ମନେ ଅଛି ଯେ ଗତ ଡବ୍ଲୁପିଏଲ୍ ସିଜିନ୍‌ରେ ବିରାଟ ଭାଇ କ୍ୟାମ୍ପକୁ ଆସିଥିଲେ ଏବଂ ଆମ ସହ ଉତ୍ସାହିତ କରିବା ପରି କଥାବାର୍ତ୍ତା କରିଥିଲେ। ଯାହା ମୋତେ ବ୍ୟକ୍ତିଗତ ତଥା ପୁରା ଦଳକୁ ବହୁତ ସାହାଯ୍ୟ କରିଥିଲା। ତେବେ ପ୍ରଥମ ସିଜନରେ ଆରସିବି ଟିମ୍‌ ଡବ୍ଲୁପିଏଲରେ କେବଳ ଦୁଇଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା।RCB ଏଥର WPL ରେ ଭଲ ପ୍ରଦର୍ଶନ କରିଥିଲା।  ଲିଗ୍ ଫେଜ୍‌ର ଫାଇନାଲ ମ୍ୟାଚ୍ ଆରସିବି ଜିତିଥିଲା। ଏହା ପରେ, ଏଲିମିଟର ମ୍ୟାଚରେ ଆରସିବି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା।, ଯିଏ ପ୍ରଥମ ସିଜିନର ବିଜେତା ଥିଲା । ଯେତେବେଳେ କି, ଫାଇନାଲରେ ଆରସ

ବେଙ୍ଗାଲୁରୁରେ ବିରାଟଙ୍କୁ ଭେଟିବେ RCBର ମହିଳା ଟିମ୍, କ୍ୟାପଟେନ୍ ସ୍ମୃତି ଦେଲେ ସୂଚନା

ନୂଆଦିଲ୍ଲୀ ୧୮।୦୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅର୍ଥାତ୍‌ RCB ମହିଳା ପ୍ରିମିୟର ଲିଗ୍ (WPL) ଟାଇଟଲ୍ ଜିତିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍‌କୁ ଟକ୍କର ଦେଇଥିଲା ଆରସିବି। ଟାଇଟଲ୍ ଜିତିବା ପରେ ଆରସିବି ଟିମ୍‌ ଆଜି ବେଙ୍ଗାଲୁରୁ ଯିବେ । ସେଠାରେ ଆରସିବି ମହିଳା ଖେଳାଳି ବିରାଟ କୋହଲିଙ୍କୁ ଭେଟିବେ। ଏକ ସାମ୍ବାଦିକ ସମ୍ମିଳନୀରେ ଆରସିବି ମହିଳା ଦଳର ଅଧିନାୟକ ସ୍ମୃତି ମନ୍ଧାନା ନିଜେ ଏହି ସୂଚନା ଦେଇଛନ୍ତି।

ସ୍ମୃତି କହିଛନ୍ତି, ଆସନ୍ତାକାଲି ବେଙ୍ଗାଲୁରୁ ଯିବାବେଳେ ଆମେ ବିରାଟ କୋହଲି ଭାଇଙ୍କ ସହ କଥା ହେବୁ। WPL ର ପ୍ରଥମ ସିଜନର ଆରସିବି କ୍ୟାମ୍ପରେ ସେ ବିରାଟ କୋହଲିଙ୍କୁ ଭେଟିଥିଲେ । ଯେ ମୋର ମନେ ଅଛି ଯେ ଗତ ଡବ୍ଲୁପିଏଲ୍ ସିଜିନ୍‌ରେ ବିରାଟ ଭାଇ କ୍ୟାମ୍ପକୁ ଆସିଥିଲେ ଏବଂ ଆମ ସହ ଉତ୍ସାହିତ କରିବା ପରି କଥାବାର୍ତ୍ତା କରିଥିଲେ। ଯାହା ମୋତେ ବ୍ୟକ୍ତିଗତ ତଥା ପୁରା ଦଳକୁ ବହୁତ ସାହାଯ୍ୟ କରିଥିଲା। ତେବେ ପ୍ରଥମ ସିଜନରେ ଆରସିବି ଟିମ୍‌ ଡବ୍ଲୁପିଏଲରେ କେବଳ ଦୁଇଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା।

RCB ଏଥର WPL ରେ ଭଲ ପ୍ରଦର୍ଶନ କରିଥିଲା।  ଲିଗ୍ ଫେଜ୍‌ର ଫାଇନାଲ ମ୍ୟାଚ୍ ଆରସିବି ଜିତିଥିଲା। ଏହା ପରେ, ଏଲିମିଟର ମ୍ୟାଚରେ ଆରସିବି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା।, ଯିଏ ପ୍ରଥମ ସିଜିନର ବିଜେତା ଥିଲା । ଯେତେବେଳେ କି, ଫାଇନାଲରେ ଆରସିବି ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି।