ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ

ଭୁବନେଶ୍ୱର,୨୮।୯: ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପିଲାମାନଙ୍କ ପାଇଁ ପୋଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ମାଧ୍ୟମରେ ‘ପ୍ରୋଜେକ୍ଟ ନନ୍ଦଘର’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଯେଉଁଠାରେ ବେଦାନ୍ତର ବ୍ୟବସାୟ ୟୁନିଟ୍‌ ରହିଛି, ସେହି ରାଜ୍ୟଗୁଡିକରେ ମିଲେଟ୍‌ ପ୍ରୋଟିନ୍‌ ଶେକ୍‌ ବିତରଣ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଏକାଧିକ ଜିଲାକୁ ବିସ୍ତାରକରି ପ୍ରାୟ […] The post ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ appeared first on Dharitri Odia News.

ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ

ଭୁବନେଶ୍ୱର,୨୮।୯: ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପିଲାମାନଙ୍କ ପାଇଁ ପୋଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ମାଧ୍ୟମରେ ‘ପ୍ରୋଜେକ୍ଟ ନନ୍ଦଘର’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଯେଉଁଠାରେ ବେଦାନ୍ତର ବ୍ୟବସାୟ ୟୁନିଟ୍‌ ରହିଛି, ସେହି ରାଜ୍ୟଗୁଡିକରେ ମିଲେଟ୍‌ ପ୍ରୋଟିନ୍‌ ଶେକ୍‌ ବିତରଣ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଏକାଧିକ ଜିଲାକୁ ବିସ୍ତାରକରି ପ୍ରାୟ ୬୦୦୦ ପିଲାଙ୍କୁ ୫୦,୦୦୦ରୁ ଅଧିକ ମିଲେଟ ଶେକ୍‌ ବଣ୍ଟନ କରାଯିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ବେଦାନ୍ତର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି, ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତାକୁ ମୁକାବିଲା କରିବା ପାଇଁ ଆମେ ଗତ ବର୍ଷ ଆରମ୍ଭ କରିଥିବା ମଲ୍ଟି ମିଲେଟ୍‌ ପୁଷ୍ଟିକର ବାରର ସଫଳତା ପରେ ବର୍ତ୍ତମାନ ଆମେ ପୋଶନ୍‌ ମାହକୁ ପାଳନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ନନ୍ଦଘର ପୁଷ୍ଟିକର ମିଲେଟ କ୍ୟାମ୍ପେନିଂର ପରିଚୟ ବିଶେଷକରି ଆମର ‘ଖାନା ଖାୟା କ୍ୟାୟା’ ଆନ୍ଦୋଳନ ସହିତ ଜଡିତ ରହିଛି। ଯେଉଁଠାରେ ପ୍ରତ୍ୟେକ ଶିଶୁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇଥାଏ।
ସେହିଭଳି ନନ୍ଦଘରର ସିଇଓ ଶଶୀ ଆରୋରା କହିଛନ୍ତି, ଆମେ ପିଲାଦିନର ପୁଷ୍ଟିହୀନତାର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରି ଭାରତର ଭବିଷ୍ୟତ ପ୍ରତିପୋଷଣ କରିବାକୁ ଚେଷ୍ଟା କରିଛୁ। ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ନନ୍ଦଘରର ଏହି ପରିବର୍ତ୍ତନଶୀଳ ପଦକ୍ଷେପର ଅଂଶ ହୋଇଥିବାରୁ ଆମେ ଗର୍ବିତ। ପିଲାମାନଙ୍କର ସୁସ୍ଥତା ଏବଂ ପୁଷ୍ଟିକର ଖାଦ୍ୟ ନିଶ୍ଚିତ କରିବା ଆମ ହୃଦୟର ଏକ କାରଣ ଏବଂ ମିଲେଟ ଶେକ୍‌ ବଣ୍ଟନ ହେଉଛି ଯୁବ ପିଢ଼ିଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ପ୍ରତିପୋଷଣ ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ।

The post ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ appeared first on Dharitri Odia News.