ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିଭଳି କମ୍ପାନୀ ଶକ୍ତି ଉତ୍ପାଦନ ପାଇଁ ବାୟୋମାସ୍‌ ବ୍ରିକ୍ୱେଟ୍‌ ନିୟୋଜନ ସହିତ ତା’ର ଇନ୍ଧନ ମିଶ୍ରଣକୁ ଅଧିକ ସ୍ଥାୟୀ କରିବା ଉପରେ କାର୍ଯ୍ୟ କରୁଛି। ସେହିଭଳି କମ୍ପାନୀ ବର୍ତ୍ତମାନ ନିଜ ଦୁନିଆରେ ପ୍ରତିଦିନ ୨୦ଟନ୍‌ ବାୟୋମାସ୍‌ ବ୍ରିକ୍ୱେଟ ବ୍ୟବହାର କରୁଛି, ଓଡ଼ିଶାର ଲାଞ୍ଜିଗଡ଼ଠାରେ […] The post ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ appeared first on Dharitri Odia News.

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିଭଳି କମ୍ପାନୀ ଶକ୍ତି ଉତ୍ପାଦନ ପାଇଁ ବାୟୋମାସ୍‌ ବ୍ରିକ୍ୱେଟ୍‌ ନିୟୋଜନ ସହିତ ତା’ର ଇନ୍ଧନ ମିଶ୍ରଣକୁ ଅଧିକ ସ୍ଥାୟୀ କରିବା ଉପରେ କାର୍ଯ୍ୟ କରୁଛି। ସେହିଭଳି କମ୍ପାନୀ ବର୍ତ୍ତମାନ ନିଜ ଦୁନିଆରେ ପ୍ରତିଦିନ ୨୦ଟନ୍‌ ବାୟୋମାସ୍‌ ବ୍ରିକ୍ୱେଟ ବ୍ୟବହାର କରୁଛି, ଓଡ଼ିଶାର ଲାଞ୍ଜିଗଡ଼ଠାରେ କମ୍ପାନୀର ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ଏହାର ବ୍ୟବହାର ସହିତ ୟୁନିଟ ପରିସରରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ହ୍ରାସ କରିବାରେ ସାହାଯ୍ୟ କରିବ। ଏପରିକି ଜୀବାଶ୍ମ ଇନ୍ଧନ ଉପରେ ମଧ୍ୟ ଏହାର ନିର୍ଭରଶୀଳତା ହ୍ରାସ କରିବା ସହିତ ୨୦୫୦ସୁଦ୍ଧା ନେଟ୍‌ ଜିରୋ କାର୍ବନ ହାସଲ କରିବାକୁ କମ୍ପାନୀର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ କାର୍ଯ୍ୟକାରୀ ହୋଇଛି। ସେହିପରି ବାୟୋମାସ୍‌ ବ୍ରିକ୍ୱେଟ ସ୍ଥାନୀୟ କୃଷକମାନଙ୍କଠାରୁ ମିଳିଥିବା କୃଷି ଅବଶିଷ୍ଟାଂଶରୁ ତିଆରି ହୋଇଥିବା ବେଳେ କୃଷକଙ୍କ ଆୟ ବୃଦ୍ଧି କରୁଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଇଓ (ଆଲୁମିନା ବ୍ୟବସାୟ) ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଯେହେତୁ ଭାରତ ସ୍ବଚ୍ଛ ଏବଂ ଅଧିକ ସ୍ଥାୟୀ ଶକ୍ତି ଏକୀକରଣ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି। ଏପରିକି ଆମର ଅପରେଶନ୍‌ ମଧ୍ୟରେ ବାୟୋମାସ୍‌ କୋ-ଫାୟାରିଙ୍ଗ ରଣନୈତିକ ନିୟୋଜନ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ସେହିଭଳି ନିର୍ଗମନ ହ୍ରାସ ଲକ୍ଷ୍ୟ ହାସଲ କରିବା ଏବଂ ଗ୍ରାମୀଣ ଅର୍ଥନୀତିକୁ ସମର୍ଥନ କରିବାରେ ଏହା ଏକ ଗୁରୁତର ଭୂମିକା ଗ୍ରହଣ କରିବ। ଏପରିକି ଆମର କାର୍ଯ୍ୟକଳାପକୁ ଡିକାର୍ବୋନାଇଜିଂ ଦିଗରେ ଉଦୀୟମାନ ବୈଷୟିକଜ୍ଞାନର ମୂଲ୍ୟାଙ୍କନ କରିବାକୁ ହେବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ appeared first on Dharitri Odia News.