ବେଦାନ୍ତ ଲିମିଟେଡ୍କୁ ପ୍ଲାଟିନମ୍ ପୁରସ୍କାର
ନୂଆଦିଲ୍ଲୀ,୩୦।୧୧: ବେଦାନ୍ତ ଲିମିଟେଡ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଦ୍ୱାରା ଆୟୋଜିତ ୬ଷ୍ଠ ଆଇସିସି ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ‘ଇସ୍ପାତ ଏବଂ ଖଣି କ୍ଷେତ୍ର’ ସମ୍ମାନ ବର୍ଗରେ କମ୍ପାନୀକୁ ପ୍ଲାଟିନମ୍ ପୁରସ୍କାର ଦିଆଯାଇଛି। ଏହି ପ୍ରଶଂସା କମ୍ପାନୀର କର୍ମକ୍ଷେତ୍ରରେ ଥିବା ସୁରକ୍ଷା ବ୍ୟବସ୍ଥା ଓ ‘ଜିରୋ ହର୍ମ’କୁ ସୁନିଶ୍ଚିତ କରିବା ସହିତ କମ୍ପାନୀର ନିରନ୍ତର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇଛି। ଉଲ୍ଲେଖଯୋଗ୍ୟ, ଭାରତର ସ୍ମେଲଟର ଗ୍ରେଡ୍ […] The post ବେଦାନ୍ତ ଲିମିଟେଡ୍କୁ ପ୍ଲାଟିନମ୍ ପୁରସ୍କାର appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧୧: ବେଦାନ୍ତ ଲିମିଟେଡ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଦ୍ୱାରା ଆୟୋଜିତ ୬ଷ୍ଠ ଆଇସିସି ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ‘ଇସ୍ପାତ ଏବଂ ଖଣି କ୍ଷେତ୍ର’ ସମ୍ମାନ ବର୍ଗରେ କମ୍ପାନୀକୁ ପ୍ଲାଟିନମ୍ ପୁରସ୍କାର ଦିଆଯାଇଛି। ଏହି ପ୍ରଶଂସା କମ୍ପାନୀର କର୍ମକ୍ଷେତ୍ରରେ ଥିବା ସୁରକ୍ଷା ବ୍ୟବସ୍ଥା ଓ ‘ଜିରୋ ହର୍ମ’କୁ ସୁନିଶ୍ଚିତ କରିବା ସହିତ କମ୍ପାନୀର ନିରନ୍ତର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇଛି।
ଉଲ୍ଲେଖଯୋଗ୍ୟ, ଭାରତର ସ୍ମେଲଟର ଗ୍ରେଡ୍ ଆଲୁମିନା ଉପତ୍ାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍ ବେଦାନ୍ତ ଲାଞ୍ଜିଗଡ଼କୁ ୬ଷ୍ଠ ଆଇସିସି ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ‘ଇସ୍ପାତ ଏବଂ ଖଣି କ୍ଷେତ୍ର’ ସମ୍ମାନ ବର୍ଗରେ ପ୍ଲାଟିନମ୍ ପୁରସ୍କାର ଦିଆଯାଇଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍ର ସିଇଓ (ଆଲୁମିନା ବ୍ୟବସାୟ) ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆଇସିସିର ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ପୁରସ୍କାରରେ ଆମେ ପ୍ଲାଟିନମ୍ ପୁରସ୍କାର ପାଇ ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହା ଆମ ରିଫାଇନେରି ଶ୍ରମିକମାନଙ୍କ ସୁରକ୍ଷାକୁ ପ୍ରୋତ୍ସାହିତ କରିବାରେ ଆମର ନିରନ୍ତର ଉଦ୍ୟମକୁ ସ୍ବୀକୃତି ଦେଇଛି। କର୍ମକ୍ଷେତ୍ରରେ ନିରାପତ୍ତାର କଠୋର ମାନ ନିଶ୍ଚିତ କରିବାକୁ ଆମର ସଂକଳ୍ପକୁ ମଧ୍ୟ ଦୃଢ଼ କରିଛି। କର୍ମକ୍ଷେତ୍ରରେ ସ୍ବାସ୍ଥ୍ୟ ଏବଂ ନିରାପତ୍ତା କ୍ଷେତ୍ରରେ ଉନ୍ନତ ଅଭ୍ୟାସ ପାଇଁ ବେଦାନ୍ତ ଲାଞ୍ଜିଗଡ଼ ଅନେକ ପ୍ରଶଂସା ପାଇଛି। ଏଥିମଧ୍ୟରେ ୯ମ ଆପେକ୍ସ ଇଣ୍ଡିଆ ଏକ୍ସଲେନ୍ସ ଏବଂ ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପୁରସ୍କାର ୨୦୨୪ ଏବଂ ଟ୍ରାନ୍ସଫରମାନ୍ସ ଫୋରମ୍ ପୁରସ୍କାର ଅନ୍ତର୍ଭୁକ୍ତ ରହିଛି। ପୁରସ୍କାରର ଉଦ୍ଦେଶ୍ୟ ହେଉଛି, ବ୍ୟବସାୟକୁ ଉନ୍ନତ ତଥା ନିରାପଦ ପରିବେଶ ପାଇଁ ଉତ୍ସାହିତ କରିବା ସହିତ ବେଦାନ୍ତ ଲାଞ୍ଜିଗଡ଼ ଅନେକ ଅଭ୍ୟାସ ପ୍ରୟୋଗ କରିବାରେ ମଧ୍ୟ ଆଗରେ ରହିିଛି। ସେଥିମଧ୍ୟରେ ‘କର୍ମଚାରୀ ଏବଂ ବ୍ୟବସାୟ ସହଭାଗୀମାନଙ୍କୁ ସୁରକ୍ଷା ନୀତିର ସକ୍ରିୟ ଯୋଗାଯୋଗ ଓ ନିରାପଦ କାର୍ଯ୍ୟ ପ୍ରଣାଳୀ ଏବଂ ନିରାପତ୍ତା ପରିଚାଳନା ପ୍ରଣାଳୀର କଠୋର କାର୍ଯ୍ୟକାରିତା ପ୍ରମୁଖ ସାମିଲ ରହିଛି।
The post ବେଦାନ୍ତ ଲିମିଟେଡ୍କୁ ପ୍ଲାଟିନମ୍ ପୁରସ୍କାର appeared first on Dharitri Odia News.