‘ବେଦା’ର ଟିଜର୍ ଆଉଟ୍‌ ; ଆକ୍ସନ ଥ୍ରିଲରରେ ନଜର ଆସିବେ ଜନ୍-ଶରବରୀ

ମୁମ୍ଵାଇ ୨୧।୦୩: ଗତ ମଙ୍ଗଳବାର ରିଲିଜ୍‌ ହୋଇଛି ଜନ୍‌  ଆବ୍ରାହମ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ବେଦା’ର  ଟିଜର୍‌ । ଫିଲ୍ମ‘ବାଟ୍‌ଲା ହାଉସ୍‌’ର ସଫଳତା  ପରେ ନିର୍ଦ୍ଦେଶକ ନିଖିଲ ଆଡ଼ଭାନିଙ୍କ ସହ  ସେ ପୁଣି ଥରେ ଯୋଡ଼ି ହୋଇଛନ୍ତି । ଏଥିରେ ଦର୍ଶକ ପୁଣି ଥରେ ଜନ୍‌ଙ୍କ ହାଇ ଭୋଲ୍ଟେଜ୍‌ ଆକ୍ସନ୍‌ ଦେଖିବାକୁ ପାଇବେ ।  ପରଦାରେ ତାଙ୍କ ସହ କାନ୍ଧରେ କାନ୍ଧ ମିଳାଇଛନ୍ତି ‘ବଣ୍ଟି ଔର ବବ୍‌ଲି-୨’ ନାୟିକା ଶର୍ଭରି ୱାଗ୍‌ । ଦମ୍‌ଦାର  ଆକ୍ସନ୍‌-ପ୍ୟାକ୍‌ଡ ଏହି ଟିଜର୍‌କୁ  ନେଇ ଏବେ ସବୁ ମହଲରେ ଚର୍ଚ୍ଚା  ହେଉଛି। ଟିଜର୍‌ରେ ଏକ ନିଆରା   ଓ ମଜାଦାର କଥା ଗଣମାଧ୍ୟମର  ଆଖିରେ ପଡ଼ିଛି, ଯାହା ଫିଲ୍ମ ପ୍ରତି  ଲୋକଙ୍କ ଆକର୍ଷଣ ବଢ଼ାଇଛି ।  ଟିଜର୍‌ରେ ଶର୍ଭରିଙ୍କ ନାଁ ପ୍ରଥମେ  ପ୍ରଦର୍ଶିତ ହୋଇଛି । ତା’ପରେ  ଜନ୍‌ଙ୍କ ନାଁ ଦେଖିବାକୁ ମିଳିଛି । ସାଧାରଣତଃ ଫିଲ୍ମ ଆରମ୍ଭରେ  ପ୍ରୋଜେକ୍ଟର ସବୁଠୁ ଲୋକପ୍ରିୟ  ଚେହେରା ଅର୍ଥାତ୍‌ ମୁଖ୍ୟ ନାୟକଙ୍କ  ନାଁ ପରଦାରେ ସର୍ବପ୍ରଥମେ ପ୍ରଦର୍ଶିତ ହୋଇଥାଏ । ଜନ୍‌  କେବଳ ଜଣେ ସୁପର୍‌ଷ୍ଟାର  ନୁହଁନ୍ତି, ‘ବେଦା’ର ଅନ୍ୟତମ  ପ୍ରଯୋଜକ ମଧ୍ୟ । ଶର୍ଭରିଙ୍କ ନାଁ ପ୍ରଥମେ ପରଦାକୁ ଆଣିବାର କାରଣ  ଜାଣିବାକୁ ଏକ ଗଣମାଧ୍ୟମ ନିଖିଲ  ଆଡ଼ଭାନିଙ୍କ ପାଖରେ ପହଞ୍ଚିଥିଲା।  ନିଖିଲ କହିଲେ, ଫିଲ୍ମର ଟାଇଟଲ  ‘ବେଦା’ ଆଉ ବେଦା ଭୂମିକା ନିର୍ବାହ  କରିଛନ୍ତି ଶର୍ଭରି । ଫିଲ୍ମରେ ସେ ଜନ୍‌ଙ୍କ  ପାଇଁ ପ୍ରେରଣା ସ

‘ବେଦା’ର ଟିଜର୍ ଆଉଟ୍‌ ; ଆକ୍ସନ ଥ୍ରିଲରରେ ନଜର ଆସିବେ ଜନ୍-ଶରବରୀ

ମୁମ୍ଵାଇ ୨୧।୦୩: ଗତ ମଙ୍ଗଳବାର ରିଲିଜ୍‌ ହୋଇଛି ଜନ୍‌  ଆବ୍ରାହମ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ବେଦା’ର  ଟିଜର୍‌ । ଫିଲ୍ମ‘ବାଟ୍‌ଲା ହାଉସ୍‌’ର ସଫଳତା  ପରେ ନିର୍ଦ୍ଦେଶକ ନିଖିଲ ଆଡ଼ଭାନିଙ୍କ ସହ  ସେ ପୁଣି ଥରେ ଯୋଡ଼ି ହୋଇଛନ୍ତି । ଏଥିରେ ଦର୍ଶକ ପୁଣି ଥରେ ଜନ୍‌ଙ୍କ ହାଇ ଭୋଲ୍ଟେଜ୍‌ ଆକ୍ସନ୍‌ ଦେଖିବାକୁ ପାଇବେ ।  ପରଦାରେ ତାଙ୍କ ସହ କାନ୍ଧରେ କାନ୍ଧ ମିଳାଇଛନ୍ତି ‘ବଣ୍ଟି ଔର ବବ୍‌ଲି-୨’ ନାୟିକା ଶର୍ଭରି ୱାଗ୍‌ । ଦମ୍‌ଦାର  ଆକ୍ସନ୍‌-ପ୍ୟାକ୍‌ଡ ଏହି ଟିଜର୍‌କୁ  ନେଇ ଏବେ ସବୁ ମହଲରେ ଚର୍ଚ୍ଚା  ହେଉଛି। 

ଟିଜର୍‌ରେ ଏକ ନିଆରା   ଓ ମଜାଦାର କଥା ଗଣମାଧ୍ୟମର  ଆଖିରେ ପଡ଼ିଛି, ଯାହା ଫିଲ୍ମ ପ୍ରତି  ଲୋକଙ୍କ ଆକର୍ଷଣ ବଢ଼ାଇଛି ।  ଟିଜର୍‌ରେ ଶର୍ଭରିଙ୍କ ନାଁ ପ୍ରଥମେ  ପ୍ରଦର୍ଶିତ ହୋଇଛି । ତା’ପରେ  ଜନ୍‌ଙ୍କ ନାଁ ଦେଖିବାକୁ ମିଳିଛି । ସାଧାରଣତଃ ଫିଲ୍ମ ଆରମ୍ଭରେ  ପ୍ରୋଜେକ୍ଟର ସବୁଠୁ ଲୋକପ୍ରିୟ  ଚେହେରା ଅର୍ଥାତ୍‌ ମୁଖ୍ୟ ନାୟକଙ୍କ  ନାଁ ପରଦାରେ ସର୍ବପ୍ରଥମେ ପ୍ରଦର୍ଶିତ ହୋଇଥାଏ । ଜନ୍‌  କେବଳ ଜଣେ ସୁପର୍‌ଷ୍ଟାର  ନୁହଁନ୍ତି, ‘ବେଦା’ର ଅନ୍ୟତମ  ପ୍ରଯୋଜକ ମଧ୍ୟ । ଶର୍ଭରିଙ୍କ ନାଁ ପ୍ରଥମେ ପରଦାକୁ ଆଣିବାର କାରଣ  ଜାଣିବାକୁ ଏକ ଗଣମାଧ୍ୟମ ନିଖିଲ  ଆଡ଼ଭାନିଙ୍କ ପାଖରେ ପହଞ୍ଚିଥିଲା। 

 

ନିଖିଲ କହିଲେ, ଫିଲ୍ମର ଟାଇଟଲ  ‘ବେଦା’ ଆଉ ବେଦା ଭୂମିକା ନିର୍ବାହ  କରିଛନ୍ତି ଶର୍ଭରି । ଫିଲ୍ମରେ ସେ ଜନ୍‌ଙ୍କ  ପାଇଁ ପ୍ରେରଣା ସାଜିଛନ୍ତି । ତାଙ୍କ ପାଇଁ  ଅନ୍ୟାୟର ଶକ୍ତି ବିରୋଧରେ ଲଢ଼େଇ  ଲାଗି ଜନ୍‌ଙ୍କ ଚରିତ୍ର ଯାତ୍ରା ଆରମ୍ଭ  କରିଛି । ସେଥିପାଇଁ ଶର୍ଭରିଙ୍କ ନାଁକୁ  ସର୍ବପ୍ରଥମେ ଉଲ୍ଲେଖ କରିବାକୁ ଉଭୟ  ଜନ୍‌ ଓ ନିଖିଲ ନିଷ୍ପତ୍ତି ନେଇଥିଲେ ।  ଫିଲ୍ମଟି ପ୍ରକୃତ ଘଟଣା ଦ୍ୱାରା ପ୍ରେରିତ ।  ଏଥିରେ ତମନ୍ନା ଭାଟିଆ ଅତିଥି କଳାକାର  ଭାବେ ନଜର ଆସିବେ ।