ବେନିୟମ ଟ୍ରାନ୍ସଫରକୁ ବିରୋଧ କରି ରେଳ ଚାଳକ ସଂଘର ଧର୍ମଘଟ
କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ୩୦ ଜଣ ରେଳ ସହଚାଳକଙ୍କ ବେନିୟମ ଭାବରେ ବାଲ୍ଟିୟର ମଣ୍ଡଳକୁ ଟ୍ରାନ୍ସଫର ନିମନ୍ତେ ନିକଟରେ ଅଦେଶନାମା ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରିବା ସହିତ ରେଳବାଇରେ ଖାଲିଥିବା ସମସ୍ତ ପଦବୀ ପୂରଣ କରିବା, ରେଳ ବୋର୍ଡର ସମସ୍ତ ନିୟମକୁ ସଠିକ୍ ଭାବରେ ପାଳନ କରି କାର୍ଯ୍ୟକାରୀ କରିବା, କେବଳ ଲୋକ ପାଇଲଟ୍ଙ୍କ ଦ୍ୱାରା ମେମୁଟ୍ରେନ୍ ଚଳାଚଳୁ ନ କରାଇ ସହଚାଳକଙ୍କୁ ପୁନଃ ଅବସ୍ଥାପିତ କରିବା, ମାସକୁ […] The post ବେନିୟମ ଟ୍ରାନ୍ସଫରକୁ ବିରୋଧ କରି ରେଳ ଚାଳକ ସଂଘର ଧର୍ମଘଟ appeared first on Dharitri Odia News.
କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ୩୦ ଜଣ ରେଳ ସହଚାଳକଙ୍କ ବେନିୟମ ଭାବରେ ବାଲ୍ଟିୟର ମଣ୍ଡଳକୁ ଟ୍ରାନ୍ସଫର ନିମନ୍ତେ ନିକଟରେ ଅଦେଶନାମା ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରିବା ସହିତ ରେଳବାଇରେ ଖାଲିଥିବା ସମସ୍ତ ପଦବୀ ପୂରଣ କରିବା, ରେଳ ବୋର୍ଡର ସମସ୍ତ ନିୟମକୁ ସଠିକ୍ ଭାବରେ ପାଳନ କରି କାର୍ଯ୍ୟକାରୀ କରିବା, କେବଳ ଲୋକ ପାଇଲଟ୍ଙ୍କ ଦ୍ୱାରା ମେମୁଟ୍ରେନ୍ ଚଳାଚଳୁ ନ କରାଇ ସହଚାଳକଙ୍କୁ ପୁନଃ ଅବସ୍ଥାପିତ କରିବା, ମାସକୁ ଅନ୍ୟୁନ ୪୬ ଘଣ୍ଟାର ଚାରୋଟି ସାପ୍ତାହିକ ବିଶ୍ରାମ ପ୍ରଦାନ କରିବା, ରେଳ ମୁଖ୍ୟାଳୟକୁ ଅତିକ୍ରମ କରି କାର୍ଯ୍ୟ କରିବାକୁ ବନ୍ଦ କରିବା, ଟ୍ରାଙ୍ଗୁଲାର ଓ୍ବାର୍କିଂ ବନ୍ଦ କରି ରେଳ ଚାଳକ ଓ ସହ ଚାଳକଙ୍କୁ ୩୨ଘଣ୍ଟା ମଧ୍ୟରେ ନିଜ ମୁଖ୍ୟାଳୟକୁ ଫେରାଇ ଆଣିବା ଆଦି ଦାବି ନେଇ ସର୍ବ ଭାରତୀୟ ରେଳ ଚାଳକ ସଂଘର ସଦସ୍ୟମାନେ ପୂର୍ବତଟ ରେଳପଥ ଅଧିନସ୍ଥ ଖୋର୍ଦ୍ଧା ରୋଡ଼ ମଣ୍ଡଳର ସମସ୍ତ କର୍ମୀଦଳ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦିନିକିଆ ବିକ୍ଷୋଭ ପଦର୍ଶନ କରିଥିଲେ।
ଖୋର୍ଦ୍ଧା ରୋଡ୍, କଟକ, ପାରାଦୀପ ତାଳଚେର, ପୁରୀ, ଭଦ୍ରକ, ଯଖପୁରା, ପଲାସା ସମେତ କେନ୍ଦୁଝରଗଡ଼ ପ୍ରଭୃତି ସ୍ଥାନରେ ରେଳ ଚାଳକ ସଙ୍ଘର ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦାଶ, ଶାଖା ସଚିବ ଜ୍ୟୋତିରଞ୍ଜନ ରାଉତ, ଶାଖା ସଭାପତି ପ୍ରଦୀପ୍ତ ମହାନ୍ତି, ଗଣମାଧ୍ୟମ ପ୍ରଭାରୀ ରାକେଶ ମହାନ୍ତି, କୋଷାଧ୍ୟକ୍ଷ ଅରବିନ୍ଦ ନିରାଲା, ରବି ରଞ୍ଜନ, ଗଣେଶ ପାଣିଗ୍ରାହୀ, ବାନାମ୍ବର ସାହୁ, ଦିଲୀପ ସାହୁଙ୍କ ନେତୃତ୍ୱରେ ଡିଭିଜନ ବ୍ୟାପୀ ଅନଶନ ଅନୁଷ୍ଠିତ ହେବା ସହିତ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସର୍ବଭାରତୀୟ ରେଳ ଚାଳକ ସଂଘ ତରଫରୁ ଚେତାବନୀ ଦିଆଯାଇଥିବା ଜଣାପଡ଼ିଛି।
The post ବେନିୟମ ଟ୍ରାନ୍ସଫରକୁ ବିରୋଧ କରି ରେଳ ଚାଳକ ସଂଘର ଧର୍ମଘଟ appeared first on Dharitri Odia News.