ବେପରୁଆ ଡ୍ରାଇଭିଂ ପାଇଁ ଘଟିଲା ଦୁର୍ଘଟଣା ; ଜଳଖିଆ ଦୋକାନ ଉପରେ ଚଢ଼ିଗଲା କାର
କନକ ବ୍ୟୁରୋ : ମାହାଙ୍ଗା ଭଦ୍ରେଶ୍ୱର ଥାନା ଓସ୍ତପୁର ନାଳୀପଡିଆରେ ଦୁର୍ଘଟଣା । ଜଳଖିଆ ଦୋକାନ ଉପରେ ଚଢ଼ିଗଲା କାର । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବେପରୁଆ ଗାଡ଼ି ଚାଳନା ଯୋଗୁଁ କାରଟି ଭାରସାମ୍ୟ ହରାଇ ଦୋକାନ ଉପରେ ମାଡ଼ି ଯାଇଥିବା ଜଣାପଡ଼ିଛି । ଜଳଖିଆ ଦୋକାନରେ ବସିଥିବା ଚାରି ଜଣ ଗ୍ରାହକଙ୍କ ଉପରେ ମାଡି ଯାଇଥିଲା କାର । ପୋଲିସ କାର ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।