ବେଲଗୁଣ୍ଠା ବ୍ଲକ ରେ ସୋରଡ଼l ବିଧାୟକ ନୀଳମଣି ଙ୍କ ବେଲଗୁଣ୍ଠା ବ୍ଲକ ଓ ଏନ,ଏ,ସି ରେ ବିଜୟ ଶୋଭାଯାତ୍ରା
ବେଲଗୁଣ୍ଠା, 02/07,ସାଧାରଣ ନିର୍ବାଚନରେ 28000 ରୁ ଊର୍ଦ୍ଧ୍ଵ ଭୋଟ୍ ରେ ବିଜୟୀ ହେବାପରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜି ବେଲଗୁଣ୍ଠା ବ୍ଳକ୍ ରେ ବିଜୟ ଶୋଭାଯାତ୍ରା କରିବା ଅବସରରେ ତାଙ୍କୁ ବିଭିନ୍ନ ଗ୍ରାମରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି I ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା I ଏହି ଶୋଭାଯାତ୍ରା ମଙ୍ଗଳପୁର,ଜିଲିବା,ପଥରାପଲ୍ଲୀ,ଜିରୋଳି ଛକ, ଆମ୍ବପୁଆ ଛକ ଏବଂ ଚଢିଆପଲୀ ଦେଇ ସନ୍ଧ୍ୟା 6 ଘଣ୍ଟା […] The post ବେଲଗୁଣ୍ଠା ବ୍ଲକ ରେ ସୋରଡ଼l ବିଧାୟକ ନୀଳମଣି ଙ୍କ ବେଲଗୁଣ୍ଠା ବ୍ଲକ ଓ ଏନ,ଏ,ସି ରେ ବିଜୟ ଶୋଭାଯାତ୍ରା appeared first on Odisha.News.

ବେଲଗୁଣ୍ଠା, 02/07,ସାଧାରଣ ନିର୍ବାଚନରେ 28000 ରୁ ଊର୍ଦ୍ଧ୍ଵ ଭୋଟ୍ ରେ ବିଜୟୀ ହେବାପରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜି ବେଲଗୁଣ୍ଠା ବ୍ଳକ୍ ରେ ବିଜୟ ଶୋଭାଯାତ୍ରା କରିବା ଅବସରରେ ତାଙ୍କୁ ବିଭିନ୍ନ ଗ୍ରାମରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି I ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା I ଏହି ଶୋଭାଯାତ୍ରା ମଙ୍ଗଳପୁର,ଜିଲିବା,ପଥରାପଲ୍ଲୀ,ଜିରୋଳି ଛକ, ଆମ୍ବପୁଆ ଛକ ଏବଂ ଚଢିଆପଲୀ ଦେଇ ସନ୍ଧ୍ୟା 6 ଘଣ୍ଟା 30 ମିନିଟ୍ ସମୟରେ ବେଲଗୁଣ୍ଠାରେ ପହଞ୍ଚିଥିଲା I ବେଲଗୁଣ୍ଠାଠାରେ ଏନ ଏ ସି, ଉପାଧ୍ୟକ୍ଷା ପ୍ରତିନିଧି ଲିଙ୍ଗରାଜ ପାତ୍ର, ପୂର୍ବତନ କାଉନସିଲର ଯତୀନ ପାତ୍ର ଓ ରାଧାକୃଷ୍ଣ ସ୍ଵାଇଁ, ବିଜେପି ନଗରପାଳ ପ୍ରାର୍ଥୀ ମହେନ୍ଦ୍ର ବେହେରା,ନୀଳାଅଂଚ ମହାପାତ୍ର, ଖଦାଳ ପୋଲାଇ, ଶଙ୍କର ବେହେରା,ଆଇନଜୀବୀ ଗଗନ ବିହାରୀ ବିନ୍ଧାଣିରl, ବାଳକୃଷ୍ଣ ପାତ୍ର, କାଳିଆ ଚୌଧୁରୀ, କମଳା ପତି,ଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ବିଧାୟକ ନୀଳମଣିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I ସେହିପରି ବଙ୍କା ଠାରେ ସରପଞ୍ଚ ଶୁଭଶ୍ରୀ ପରିଡା, ସମିତିସଭ୍ୟ ପ୍ରଫୁଲ୍ଲ ଗୌଡ,ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା ପୁଷ୍ପଗୁଛ ଦେଇ ବିଧାୟକଙ୍କୁ ସମ୍ବର୍ନ୍ଧିତ କରିଥିଲେ I ପରେ ଏହି ଶୋଭାଯାତ୍ରା ବେଲଗୁଣ୍ଠାରୁ ବାଣତୁମ୍ବ,ତନରଡା,ଧୂମୂଛାଇ ଛକ,ନୂଆଁ ଗାଆଁ ଛକ, ଡିମ୍ବିରି ପଲ୍ଲୀ, ପାଟୁଳି ସାହି ଛକ, ଇଙ୍ଗିନାଠି ଛକ, ରତଙ୍ଗ ଛକ, ସାରୀଆପଲ୍ଲୀ ଛକ, ଉସ୍ତପଲୀ, ମନ୍ଦାର ଦେଇ ନେଟଙ୍ଗା ଠାରେ ପହଞ୍ଚିବା ପରେ ସେଠାରେ ନେଟଙ୍ଗା ମଣ୍ଡଳ ସଭାପତି ତଥା ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କାଙ୍କ ନେତୃତ୍ୱରେ ବିଧାୟକ ଶ୍ରୀ ବିଷୋୟୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ସେଠାରୁ ଶୋଭାଯାତ୍ରା ବାଲିଭାଗ,କଇଠପଲ୍ଲୀ, ଷଡ଼ଙ୍ଗୀପଲ୍ଲୀ,ଗୋବରା ଦେଇ ବିଞ୍ଚଣା ଠାରେ ପହଞ୍ଚିବା ପରେ ସେଠାରେ ବିଜେପି ନେତା ଲକ୍ଷ୍ମଣ ପଣ୍ଡା, ଶିବରାମ ପାଢୀ ପ୍ରମୁଖ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ I ସେହିପରି କ୍ଷତ୍ରିୟବରପୁର ଠାରେ ସରପଞ୍ଚ କମଳ କୁମାରୀ ପ୍ରଧାନ, ବିଜେପି ନେତା ଗୌର ବିଷୋୟୀ, ପ୍ରକାଶ ବିଶ୍ୱାଳଙ୍କ ନେତୃତ୍ୱରେ ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ପରେ ଏହି ଶୋଭାଯାତ୍ରା ଗାଙ୍ଗପୁର, ଖଇରପୁଟି,ଇନ୍ଦନପୁରରେ ଅନୁଷ୍ଠିତ ହୋଇଥିଲା I ବହୁ ବିଜେପି କର୍ମୀ, ମହିଳା ଗୋଷ୍ଠୀ ବିଧାୟକ ଶ୍ରୀ ବିଷୋୟୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ I ଆଜିର ଶୋଭାଯାତ୍ରାରେ ବିଧାୟକ ଶ୍ରୀ ବିଷୋୟୀଙ୍କ ସହିତ ଗାଙ୍ଗପୁର ମଣ୍ଡଳ ସଭାପତି ତଥା ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, 48 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସ, ଘୁମୁସର ଜିଲ୍ଳା ବିଜେପି ମୋର୍ଚ୍ଚା ସଭାପତି କେ ରବୀନ୍ଦ୍ର କୁମାର ପାତ୍ର, ଘୁମୁସର ଜିଲ୍ଳା ବିଜେପି ସାଧାରଣ ସମ୍ପାଦକ ରଞ୍ଜନ ରାଉତଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ I ଏକ ବିରାଟ ମୋଟରସାଇକେଲ୍ ଶୋଭାଯାତ୍ରାରେ କର୍ମୀମାନେ ବିଧାୟକ ନୀଳମଣିଙ୍କୁ ପାଛୋଟି ନେଇଥିଲେ I
The post ବେଲଗୁଣ୍ଠା ବ୍ଲକ ରେ ସୋରଡ଼l ବିଧାୟକ ନୀଳମଣି ଙ୍କ ବେଲଗୁଣ୍ଠା ବ୍ଲକ ଓ ଏନ,ଏ,ସି ରେ ବିଜୟ ଶୋଭାଯାତ୍ରା appeared first on Odisha.News.