ବେଲୁଚିସ୍ତାନରେ ୯ଜଣଙ୍କୁ ଅପହରଣ ପରେ ହତ୍ୟା; ନିଜକୁ ଦାୟି କଲା ବେଲୁଚି ଲିବରେସନ ଆର୍ମି
ଇସଲାମାବାଦ: ଆଫଗାନିସ୍ତାନ ଏବଂ ଇରାନ ସୀମାକୁ ଲାଗି କରିଥିବା ଦକ୍ଷିଣ ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ବଢ଼ୁଛି ଉତ୍ତେଜନା । କିଛି ଆଜ୍ଞାତ ବନ୍ଧୁକଧାରୀ ଏକ ବସ୍ରୁ ୯ଜଣଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି । ଏହି ହମଲାକୁ ବିଚ୍ଛିନ୍ନତାବାଦୀ ସମୂହ ବେଲୁଚି ଲିବରେସନ ଆର୍ମି ନିଜ ଉପରକୁ ନେଇଛି ।ରୟଟର୍ସ ମୁତାବକ, ଆକ୍ରମଣକାରୀ ଏକ ବୟାନରେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଗୁଳିମାରି ହତ୍ୟା କରାଯାଇଥିବା୯ଜଣ ଗୁଇନ୍ଦାଗିରି କରୁଥିଲେ । ତେଣୁ ତାଙ୍କୁ ଉଚିତ୍ ଦଣ୍ଡ ମିଳିଛି ବୋଲି ବେଲୁଚି ଲିବରେସନ ଆର୍ମି କହିଛି । ଅନ୍ୟପଟେ ଏମାନେ ଦିନମଜୁରିଆ କାମ କରିବାକୁ ଇରାନ ଯାଉଥିବା କଥାକୁ ଅସ୍ବୀକାର କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫ୍ ଦୃଢ଼ ନିନ୍ଦା କରିଛନ୍ତି ।ପାକିସ୍ତାନ ପୋଲିସ ଅଧିକାରୀ ଅବଦ୍ଦୁଲ୍ଲା ମେଙ୍ଗଲ ସୂଚନା ଦେଇ କହିଛନ୍ତି, ଅଜ୍ଞାତ ବନ୍ଧୁକଧାରୀ ନୌଶକି ଜିଲ୍ଲାରେ ଇରାନ ଯାଉଥିବା ବସକୁ ଅଟକାଇ ଦେଇଥିଲେ ଏବଂ ଏହି ୯ଜଣ ନିଜ ସହିତ ଅପହରଣ କରି ନେଇଯାଇଥିଲେ । ଆତତାୟୀ ମାନେ ବସ୍ ଭିତରକୁ ପଶିବା ମାତ୍ରେ ହତ୍ୟା ହୋଇଥିବା ଲୋକଙ୍କ ବିଷୟରେ ଅନ୍ୟ ଯାତ୍ରୀମାନଙ୍କୁ ପଚାରି ବୁଝିଥିଲେ । ସେମାନେ ପୂର୍ବ ପଞ୍ଜାବର ଜାଣିବା ପରେ ତାଙ୍କୁ ସାଥିରେ ନେଇଯାଇଥିଲେ । ପରେ ୯ଜଣଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।
ଇସଲାମାବାଦ: ଆଫଗାନିସ୍ତାନ ଏବଂ ଇରାନ ସୀମାକୁ ଲାଗି କରିଥିବା ଦକ୍ଷିଣ ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ବଢ଼ୁଛି ଉତ୍ତେଜନା । କିଛି ଆଜ୍ଞାତ ବନ୍ଧୁକଧାରୀ ଏକ ବସ୍ରୁ ୯ଜଣଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି । ଏହି ହମଲାକୁ ବିଚ୍ଛିନ୍ନତାବାଦୀ ସମୂହ ବେଲୁଚି ଲିବରେସନ ଆର୍ମି ନିଜ ଉପରକୁ ନେଇଛି ।
ରୟଟର୍ସ ମୁତାବକ, ଆକ୍ରମଣକାରୀ ଏକ ବୟାନରେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଗୁଳିମାରି ହତ୍ୟା କରାଯାଇଥିବା୯ଜଣ ଗୁଇନ୍ଦାଗିରି କରୁଥିଲେ । ତେଣୁ ତାଙ୍କୁ ଉଚିତ୍ ଦଣ୍ଡ ମିଳିଛି ବୋଲି ବେଲୁଚି ଲିବରେସନ ଆର୍ମି କହିଛି । ଅନ୍ୟପଟେ ଏମାନେ ଦିନମଜୁରିଆ କାମ କରିବାକୁ ଇରାନ ଯାଉଥିବା କଥାକୁ ଅସ୍ବୀକାର କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫ୍ ଦୃଢ଼ ନିନ୍ଦା କରିଛନ୍ତି ।
ପାକିସ୍ତାନ ପୋଲିସ ଅଧିକାରୀ ଅବଦ୍ଦୁଲ୍ଲା ମେଙ୍ଗଲ ସୂଚନା ଦେଇ କହିଛନ୍ତି, ଅଜ୍ଞାତ ବନ୍ଧୁକଧାରୀ ନୌଶକି ଜିଲ୍ଲାରେ ଇରାନ ଯାଉଥିବା ବସକୁ ଅଟକାଇ ଦେଇଥିଲେ ଏବଂ ଏହି ୯ଜଣ ନିଜ ସହିତ ଅପହରଣ କରି ନେଇଯାଇଥିଲେ । ଆତତାୟୀ ମାନେ ବସ୍ ଭିତରକୁ ପଶିବା ମାତ୍ରେ ହତ୍ୟା ହୋଇଥିବା ଲୋକଙ୍କ ବିଷୟରେ ଅନ୍ୟ ଯାତ୍ରୀମାନଙ୍କୁ ପଚାରି ବୁଝିଥିଲେ । ସେମାନେ ପୂର୍ବ ପଞ୍ଜାବର ଜାଣିବା ପରେ ତାଙ୍କୁ ସାଥିରେ ନେଇଯାଇଥିଲେ । ପରେ ୯ଜଣଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।