ବେଳାଭୂମିରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ

ଉଦୟପୁର ବେଳାଭୂମିରେ ଶନିବାର (ଗତକାଲି) ବଙ୍ଗୀୟ ପର୍ଯ୍ୟଟକ ଗାଧୋଉଥିଲେ। ସେଇ ସମୟରେ ହଠାତ ସୁଅରେ ଭାସିଯାଇଥିଲେ।

ବେଳାଭୂମିରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରୁ ଠାବ ହେଲା ହେଲା ଏକ ଯୁବକଙ୍କ ମୃତ ଦେହ। ମୃତକ ହେଲେ ଜଣେ ବଙ୍ଗୀୟ ପର୍ଯ୍ୟଟକ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଉଦୟପୁର ବେଳାଭୂମିରେ ଶନିବାର (ଗତକାଲି) ବଙ୍ଗୀୟ ପର୍ଯ୍ୟଟକ ଗାଧୋଉଥିଲେ। ସେଇ ସମୟରେ ହଠାତ ସୁଅରେ ଭାସିଯାଇଥିଲେ। ତଙ୍କ ସହଥିବା ଅନ୍ୟ ବନ୍ଧୁ ମାନେ ଅନେକ ସମୟ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର ପତା ମିଳିନଥିଲା। ଏନେଇ ତଳସାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋକ ପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ଆଜି ପୂର୍ବାହ୍ନ ସମୟରେ ସେହି ଉଦୟପୁର ବେଳାଭୂମିରରୁ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଠାବ କରିଛି ପୁଲିସ। ଅନ୍ୟପଟେ ପରିବାର ଲୋକେ ପହଞ୍ଚିବା ପରେ ମୃତଦେହକୁ ଜଳେଶ୍ୱରପୁର ମେଡିକାଲ ନେଇଥିଲେ। ସେଠାରେ ତାଙ୍କର ବ୍ୟବଛେଦ କରାଯାଇଛି।