ବେଳାଭୂମିରେ ବୁଲୁଥିଲେ ପର୍ଯ୍ୟଟକ, ହେଲା ବଜ୍ରପାତ

ପର୍ଯ୍ୟଟକ ବେଳା ଭୂମି ରେ ବୁଲୁ ଥିବା ସମୟରେ ବଜ୍ରପାତରେ ଗୁରୁତର ଆହାତ ହୋଇଛନ୍ତି

ବେଳାଭୂମିରେ ବୁଲୁଥିଲେ ପର୍ଯ୍ୟଟକ, ହେଲା ବଜ୍ରପାତ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବର୍ଷା ସହ ଘଡ଼ଘଡି ହୋଇଥିଲା। ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳା ଭୂମିରେ ବଜ୍ରପାତରେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପଶ୍ଚିମ ବଙ୍ଗର ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମାନେ ହେଲେ ଭୋଗରାଇ ବ୍ଲକ ଉଦୟପୁର ଗ୍ରାମର ଜଣେ ଓ ଅନ୍ୟ ଦୁଇ ଜଣ ହେଉଛନ୍ତି ବାଙ୍ଗୀୟ ପର୍ଯ୍ୟଟକ ବୋଲି ଜଣା ଯାଇଛି।

ଆଜି ସନ୍ଧ୍ୟାରେ ଓଡିଶା ଉଦୟପୁର ବେଳାଭୂମିରେ ବର୍ଷା ହୋଇଥିଲା। ସେଇ ସମୟରେ ଉଦୟପୁର ଗ୍ରାମର ଜଣେ ଲୋକ ଓ ଅନ୍ୟ ଦୁଇ ଜଣ ବାଙ୍ଗୀୟ ପର୍ଯ୍ୟଟକ ବେଳା ଭୂମି ରେ ବୁଲୁ ଥିବା ସମୟରେ ବଜ୍ରପାତରେ ଗୁରୁତର ଆହାତ ହୋଇଛନ୍ତି।