ବେହୋସ ହେଲେ ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ଼, ବନ୍ଧୁଙ୍କୁ କୋଳାଗ୍ରତ କରି ହେଲେ ଅଚେତ

ନୈନିତାଲ ୨୫।୬: ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ ବୁଧବାର କୁମାଉଁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ ସମହାରୋହରେ ଅଚେତ ହୋଇ ପଡିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ଧନଖଡ଼ ମଞ୍ଚରୁ ତଳକୁ ଓହ୍ଲାଇ ଦର୍ଶକଙ୍କ ମଧ୍ୟରେ ବସିଥିବା ତାଙ୍କର ପୂର୍ବତନ ସଂସଦୀୟ ସହଯୋଗୀ ମହେନ୍ଦ୍ର ସିଂହ ପାଲଙ୍କ ନିକଟକୁ ଆସିଥିଲେ। ଧନଖଡ ଓ ପାଲ ପରସ୍ପରକୁ ଦେଖି ଭାବୁକ ହୋଇପଡିଥିଲେ। କଥାବାର୍ତ୍ତା ପରେ ପରସ୍ପରକୁ କୋଳାଗ୍ରତ କରିଥିଲେ। ଏହି ସମୟରେ ପାଲଙ୍କ କାନ୍ଧରେ ମୁଣ୍ଡ ରଖି ଧନଖଡ ଅଚେତ ହୋଇପଡିଥିଲେ। ଉପରାଷ୍ଟ୍ରପତି ବେହୋସ ହେବା କେହି ଜାଣି ପାରିନଥିଲେ। ତେବେ ସେଠାକାର ପରିସ୍ଥିତିରୁ କିଛି ଅସୁବିଧା ହୋଇଥିବା ମନେ କରି ଉପରାଷ୍ଟ୍ରପତିଙ୍କ ଚିକିତ୍ସକୀୟ ଦଳ ତୁରନ୍ତ ସକ୍ରିୟ ହେବା ସହ ତାଙ୍କ ଚେତା ଫେରାଇ ଆଣିଛନ୍ତି। ଧନଖଡ ସୁସ୍ଥ ଅନୁଭବ କରିବା ସହିତ ରାଜଭବନ ଫେରି ଯାଇଛନ୍ତି। ଧନଖଡ ସେଠାରେ ରାତ୍ରି ବିଶ୍ରାମ କରିବେ। କୁମାଉଁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଭାଗ ନେବା ସହ ସେ ଏବେ ୩ ଦିବସୀୟ ଗସ୍ତରେ ଅଛନ୍ତି। ତେବେ ଏହି ଘଟଣା ପରେ ତାଙ୍କ ଗସ୍ତକାର୍ଯ୍ୟକ୍ରମ କାଣ୍ଟଛାଣ୍ଡ ହେବ କି ନା ସ୍ପଷ୍ଟ ହୋଇ ନାହିଁ। ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ପାଲ ୧୯୮୯ ମସିହାରେ ଲୋକସଭା ସାଂସଦ ଥିଲେ। ଏହି ସମୟରେ ଜଗଦ୍ଦୀପ ଧନଖଡ ମଧ୍ୟ ଝୁନଝୁନରୁ ଲୋକସଭାରେ ସାଂସଦ ଥିଲେ। ସେହିଠାରେ ଦୁଇ ଜଣଙ୍କ ସମ୍ପର୍କ ଆରମ୍ଭ

ବେହୋସ ହେଲେ ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ଼, ବନ୍ଧୁଙ୍କୁ କୋଳାଗ୍ରତ କରି ହେଲେ ଅଚେତ

ନୈନିତାଲ ୨୫।୬: ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ ବୁଧବାର କୁମାଉଁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ ସମହାରୋହରେ ଅଚେତ ହୋଇ ପଡିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ଧନଖଡ଼ ମଞ୍ଚରୁ ତଳକୁ ଓହ୍ଲାଇ ଦର୍ଶକଙ୍କ ମଧ୍ୟରେ ବସିଥିବା ତାଙ୍କର ପୂର୍ବତନ ସଂସଦୀୟ ସହଯୋଗୀ ମହେନ୍ଦ୍ର ସିଂହ ପାଲଙ୍କ ନିକଟକୁ ଆସିଥିଲେ। ଧନଖଡ ଓ ପାଲ ପରସ୍ପରକୁ ଦେଖି ଭାବୁକ ହୋଇପଡିଥିଲେ। କଥାବାର୍ତ୍ତା ପରେ ପରସ୍ପରକୁ କୋଳାଗ୍ରତ କରିଥିଲେ। ଏହି ସମୟରେ ପାଲଙ୍କ କାନ୍ଧରେ ମୁଣ୍ଡ ରଖି ଧନଖଡ ଅଚେତ ହୋଇପଡିଥିଲେ। 

ଉପରାଷ୍ଟ୍ରପତି ବେହୋସ ହେବା କେହି ଜାଣି ପାରିନଥିଲେ। ତେବେ ସେଠାକାର ପରିସ୍ଥିତିରୁ କିଛି ଅସୁବିଧା ହୋଇଥିବା ମନେ କରି ଉପରାଷ୍ଟ୍ରପତିଙ୍କ ଚିକିତ୍ସକୀୟ ଦଳ ତୁରନ୍ତ ସକ୍ରିୟ ହେବା ସହ ତାଙ୍କ ଚେତା ଫେରାଇ ଆଣିଛନ୍ତି। ଧନଖଡ ସୁସ୍ଥ ଅନୁଭବ କରିବା ସହିତ ରାଜଭବନ ଫେରି ଯାଇଛନ୍ତି। ଧନଖଡ ସେଠାରେ ରାତ୍ରି ବିଶ୍ରାମ କରିବେ। କୁମାଉଁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଭାଗ ନେବା ସହ ସେ ଏବେ ୩ ଦିବସୀୟ ଗସ୍ତରେ ଅଛନ୍ତି। ତେବେ ଏହି ଘଟଣା ପରେ ତାଙ୍କ ଗସ୍ତକାର୍ଯ୍ୟକ୍ରମ କାଣ୍ଟଛାଣ୍ଡ ହେବ କି ନା ସ୍ପଷ୍ଟ ହୋଇ ନାହିଁ। 

ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ପାଲ ୧୯୮୯ ମସିହାରେ ଲୋକସଭା ସାଂସଦ ଥିଲେ। ଏହି ସମୟରେ ଜଗଦ୍ଦୀପ ଧନଖଡ ମଧ୍ୟ ଝୁନଝୁନରୁ ଲୋକସଭାରେ ସାଂସଦ ଥିଲେ। ସେହିଠାରେ ଦୁଇ ଜଣଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ଦୁଇ ବନ୍ଧୁ ପରସ୍ପରକୁ ଭେଟି ଭାବବିହ୍ୱଳ ହୋଇପଡିଥିଲେ। ଏହି ସମୟରେ ପଦେ ଦୁଇ ପଦର କଥାବାର୍ତ୍ତାରେ ସେମାନେ ପରସ୍ପରକୁ କୋଳାଗ୍ରତ କରୁଥିବା ବେଳ ଧନଖଡ ଅଚେତ ହୋଇଯାଇଥିଲେ। ତେବେ ପାଲଙ୍କ କାନ୍ଧରେ ଧନଖଡ ମଥା ରଖିଥିବାରୁ ସେ ତଳେ ପଡି ନାହାନ୍ତି।