ବୈକୁଣ୍ଠଧାମ ଆଶ୍ରମରୁ ସ୍ତ୍ରୀ ନିଖୋଜ ଘଟଣାରେ ନୂଆ ମୋଡ଼
ଭୁବନେଶ୍ୱର: ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରୁ ସ୍ତ୍ରୀ ନିଖୋଜ ନେଇ ସ୍ବାମୀଙ୍କ ମାମଲାରେ ଭିନ୍ନ ମୋଡ଼। କାହା କଥାରେ ନୁହେଁ ବରଂ... The post ବୈକୁଣ୍ଠଧାମ ଆଶ୍ରମରୁ ସ୍ତ୍ରୀ ନିଖୋଜ ଘଟଣାରେ ନୂଆ ମୋଡ଼ appeared first on .
ଭୁବନେଶ୍ୱର: ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରୁ ସ୍ତ୍ରୀ ନିଖୋଜ ନେଇ ସ୍ବାମୀଙ୍କ ମାମଲାରେ ଭିନ୍ନ ମୋଡ଼। କାହା କଥାରେ ନୁହେଁ ବରଂ ସ୍ବାମୀ ନିର୍ଯାତନା ଦେଉଥିବା ପାଲଟା ଅଭିଯୋଗ କଲେ ମହିଳା । ବୈକୁଣ୍ଠଧାମ ଆଶ୍ରମର କୁନିବାବାଙ୍କ ବାପା କାଶୀନାଥ ଓ କ୍ରିଷ୍ଣା ପ୍ରଭୁଙ୍କ ପ୍ରରୋଚନାରେ ପତ୍ନୀ ତାଙ୍କ ନିକଟରୁ ଦୂରେଇ ଯାଇଥିବା ଗତକାଲି ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ କେନ୍ଦୁଝରର ଜୀତେନ ଗିରି। ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ କାଶୀନାଥଙ୍କ ଜଣେ ସହଯୋଗୀ କ୍ରିଷ୍ଣା ନନ୍ଦ ପ୍ରଭୁଙ୍କୁ ୫୦ ହଜାର ଟଙ୍କା ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ । ତେବେ ଆଜି ହାଇକୋର୍ଟରେ ବେଲ୍ ଆବେଦନ କରିବା ସହ ଗଣମାଧ୍ୟମରେ ନିଜ ଓକିଲଙ୍କ ସହ ମୁଁହ ଖୋଲିଛନ୍ତି ଜୀତେନଙ୍କ ପତ୍ନୀ । କାହାର ପ୍ରରୋଚନାରେ ନୁହେଁ ବରଂ ସ୍ବାମୀ ଜୀତେନ ତାଙ୍କ ଉପରେ ଅନେକ ଅତ୍ୟାଚାର କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ତାଙ୍କ ସ୍ଵାମୀଙ୍କ ଠାରୁ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ଯେହେତୁ ସେ ଆଶ୍ରମ ଯାଉଥିଲେ ଓ ସତସଙ୍ଗରେ ଭାଗ ନେଉଥିଲେ, ସେଥିପାଇଁ ରାଗରେ ଜୀତେନ ଏସବୁ ମିଛ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଜୀତେନଙ୍କ ପତ୍ନୀ ।
The post ବୈକୁଣ୍ଠଧାମ ଆଶ୍ରମରୁ ସ୍ତ୍ରୀ ନିଖୋଜ ଘଟଣାରେ ନୂଆ ମୋଡ଼ appeared first on .