ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ମରଶରୀର
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତେଦହ। ନିଆଳି ବାବଜା ଗାଁର ଅବ୍ୟକ୍ତ ପ୍ରସାଦ ସିଂଙ୍କ ମରଶରୀର ନିଜ ଜନ୍ମମାଟିରେ ପହଞ୍ଚିଛି।
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତେଦହ। ଦୁବାଇରେ ଫସି ରହିଥିବା କଟକ ଜିଲ୍ଲା ନିଆଳି ବ୍ଲକ ବାବଜା ଗାଁର ଅବାକ୍ତ ପ୍ରସାଦ ସିଂଙ୍କ ମରଶରୀର ନିଜ ଜନ୍ମମାଟିରେ ପହଞ୍ଚିଛି।
ସୂଚନା ଅନୁସାରେ ଅବ୍ୟକ୍ତ ପ୍ରସାଦ ସିଂଙ୍କ ମରଶରୀର ଭାରତ ଆଣିବା ଲାଗି ସାଂସଦ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ସେପ୍ଟେମ୍ବର ୩ ତାରିଖରେ ଚିଠି ଲେଖିଥିଲେ। ଗତ ଅଗଷ୍ଟ ୨୩ ତାରିଖରେ ଅବ୍ୟକ୍ତଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଅବ୍ୟକ୍ତ କାମ କରୁଥିବା କମ୍ପାନୀ ମୃତଦେହ ପଠାଇବାର କୌଣସି ବ୍ୟବସ୍ଥା ନକରିବାରୁ ତାଙ୍କ ପରିବାର ଲୋକେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ।