ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗଦେବା ପାଇଁ ଶୁକ୍ରବାର ଦିଲ୍ଲୀରେ ପହଞ୍ଚି ଛନ୍ତି। ନୀତି ଆୟୋଗକୁ ରଦ୍ଦ କରାଯାଇ ପୂର୍ବର ଯୋଜନା ଆୟୋଗକୁ ଫେରାଇ ଅଣାଯିବା ଆବଶ୍ୟକ ବୋଲି ମମତା କହିଛନ୍ତି। ଇଣ୍ଡିଆ […] The post ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି… appeared first on Dharitri Odia News.

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ।

୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗଦେବା ପାଇଁ ଶୁକ୍ରବାର ଦିଲ୍ଲୀରେ ପହଞ୍ଚି ଛନ୍ତି। ନୀତି ଆୟୋଗକୁ ରଦ୍ଦ କରାଯାଇ ପୂର୍ବର ଯୋଜନା ଆୟୋଗକୁ ଫେରାଇ ଅଣାଯିବା ଆବଶ୍ୟକ ବୋଲି ମମତା କହିଛନ୍ତି। ଇଣ୍ଡିଆ ବ୍ଲକ୍‌ର କେତେଜଣ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗଦେଉ ନ ଥିବା ଜଣାପଡ଼ିଛି।

ନୀତି ଆୟୋଗ ବୈଠକରେ ମମତା କେନ୍ଦ୍ର ବଜେଟରେ ହୋଇଥିବା ପାତରଅନ୍ତର ନୀତି ସମେତ ପଶ୍ଚିମବଙ୍ଗ ଓ ବିରୋଧୀ ଦଳ ଶାସିତ ଅନ୍ୟ ରାଜ୍ୟଗୁଡ଼ିକୁ ବିଭାଜନ ଷଡ଼ଯନ୍ତ୍ରର ପ୍ରତିବାଦ କରିବେ ବୋଲି କହିଥିଲେ।

The post ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି… appeared first on Dharitri Odia News.