ବୈତରଣୀ ନଦୀ ମଝି ଟାପୁରେ ହାତୀପଲ, ନଜର ରଖିଛି ବନବିଭାଗ

କେନ୍ଦୁଝର ୩୦/୮: ନଦୀ ପାର୍‌ ହେଉଥିଲେ ହାତୀପଲ । ଗୁରୁବାର ଠାରୁ ଟାପୁରେ ଫସି ରହିଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତୋଣ୍ଡ ବିଟ୍‌ ଅନ୍ତର୍ଗତ ଘାଟ ବାଲିଯୋଡି ଓ ଡାଳପକା ମଧ୍ୟରେ ବୈତରଣୀ ନଦୀ ମଝିରେ ଫସି ରହିଛନ୍ତି ୧୭ ଟିକିଆ ହାତୀପଲ । ଗୁରୁବାର ଏରେଣ୍ଡେଇ ପଟରୁ ଯାଉଥିବା ସମୟରେ ନଦୀ ମଝିରେ ଥିବା ଟାପୁରେ ଅଟକି ଯାଇଥିଲେ । ପାଣିସ୍ରୋତ ପ୍ରଖର ଥିବା ସାଙ୍ଗକୁ ଛୁଆ ହାତୀ ଥିବାରୁ ସେମାନଙ୍କୁ ନଦୀ ପାର୍‌ ହେବାରେ ଅସୁବିଧା ହେଉଥିବା କହିଛନ୍ତି ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାର । ହାତୀପଲରେ ୨ଟି ଦନ୍ତା, ୧୦ଟି ମାଈ ଓ ୫ଟି ଛୁଆ ହାତୀ ଅଛନ୍ତି । ତେବେ ହାତୀ ପଲ ସୁରକ୍ଷିତ ଥିବା କହିଛି ବନ ବିଭାଗ ।  