ବୈତରଣୀରେ ଅଘଟଣ: ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ପାଟଣା୨୬।୩(ବୀର କିଶୋର ଦାଶ): ହୋଲି ଖେଳ ହେଲା କାଳ। ଜଣେ ୧୫ବର୍ଷୀୟ ନାବାଳକ ହୋଲି ଖେଳି ମଙ୍ଗଳବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଣି ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ଦଲିକି ସାହିରେ। ହୋଲି ଖେଳିବା ପରେ ୬ଜଣ ସାଙ୍ଗ ବତରଣୀ ନଦୀର ଦଳକି ଘାଘି ଘାଟକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ ଜଣେ ନାବାଳକ ପାଣିରେ ବୁଣି ନିଖୋଜ […] The post ବୈତରଣୀରେ ଅଘଟଣ: ଗାଧୋଇବାକୁ ଯାଇ ନାବାଳକ ନିଖୋଜ appeared first on Dharitri Odia News.

ବୈତରଣୀରେ ଅଘଟଣ: ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ପାଟଣା୨୬।୩(ବୀର କିଶୋର ଦାଶ): ହୋଲି ଖେଳ ହେଲା କାଳ। ଜଣେ ୧୫ବର୍ଷୀୟ ନାବାଳକ ହୋଲି ଖେଳି ମଙ୍ଗଳବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଣି ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ଦଲିକି ସାହିରେ।

ହୋଲି ଖେଳିବା ପରେ ୬ଜଣ ସାଙ୍ଗ ବତରଣୀ ନଦୀର ଦଳକି ଘାଘି ଘାଟକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ ଜଣେ ନାବାଳକ ପାଣିରେ ବୁଣି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ବଣ ମହୁଲଡିହା ଗ୍ରାମ ଦଲିକି ସାହିର ସେଲାର ମାଝୀଙ୍କ ପୁଅ ଭୀମ। ଘଟଣା ସ୍ଥଳରେ ଗ୍ରାମବାସୀ, ପାଟଣା ଅଗ୍ନିଶମ ବାହିନୀ ଏବଂ ଘଟଗାଁ ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ନାବାଳକଙ୍କ ପତ୍ତା ମିଳିପାରି ନାହିଁ।

The post ବୈତରଣୀରେ ଅଘଟଣ: ଗାଧୋଇବାକୁ ଯାଇ ନାବାଳକ ନିଖୋଜ appeared first on Dharitri Odia News.