ବୈଦେଶିକ ମୁଦ୍ରାଭଣ୍ଡାର: ଭାରତର କମୁଛି, ପାକିସ୍ତାନର ବଢୁଛି
ନୂଆଦିଲ୍ଲୀ : ଦୁର୍ବଳ ହେଉଛି ଭାରତୀୟ ଅର୍ଥନୀତି। ଖସୁଛି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ପ୍ରାୟ ୧୮ ବିଲିୟନ ଡଲାର ହ୍ରାସ ଘଟିଛି। ଗତ ୫୦ ଦିନ ଅର୍ଥାତ୍ ୭ ସପ୍ତାହ ମଧ୍ୟରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ୪୭ ବିଲିୟନ ଡଲାର ହ୍ରାସ ଘଟିଛି। ଗୋଟିଏ ପଟେ କ୍ରମାଗତ ଭାବେ ୭ମ ସପ୍ତାହ ପାଇଁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ […]

ନୂଆଦିଲ୍ଲୀ : ଦୁର୍ବଳ ହେଉଛି ଭାରତୀୟ ଅର୍ଥନୀତି। ଖସୁଛି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ପ୍ରାୟ ୧୮ ବିଲିୟନ ଡଲାର ହ୍ରାସ ଘଟିଛି। ଗତ ୫୦ ଦିନ ଅର୍ଥାତ୍ ୭ ସପ୍ତାହ ମଧ୍ୟରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ୪୭ ବିଲିୟନ ଡଲାର ହ୍ରାସ ଘଟିଛି। ଗୋଟିଏ ପଟେ କ୍ରମାଗତ ଭାବେ ୭ମ ସପ୍ତାହ ପାଇଁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଧାରା ଜାରି ରହିଛି। ଅନ୍ୟପକ୍ଷରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟୁଛି। ଗତ ୭ ସପ୍ତାହ ମଧ୍ୟରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ୪୭ ବିଲିୟନ ଡଲାର ହ୍ରାସ ଘଟିଥÒବାବେଳେ ଏହି ସମୟରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ୨୯ ବିଲିୟନ ଡ଼ଲାର ବୃଦ୍ଧି ଦେଖିବାକୁ ମିଳିଛି।
ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ନଭେମ୍ବର ୧୫ ଶେଷ ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ୧୭.୭୬୧ ବିଲିୟନ ଡ଼ଲାର ହ୍ରାସ ଘଟି ଏହା ୬୫୭.୮୯୨ ବିଲିୟନ ଡ଼ଲାରରେ ପହଞ୍ଚିଛି। କ୍ରମାଗତ ଭାବେ ୭ମ ସପ୍ତାହ ପାଇଁ ବୈଦେଶିକ ମୁଦ୍ରା ଭଣ୍ଡାରରେ ଏଭଳି ହ୍ରାସ ଘଟିଛି। ନଭେମ୍ବର ୮ ଶେଷ ହୋଇଥିବା ଶେଷ ସପ୍ତାହରେ, ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୬.୪୭୭ ବିଲିୟନ ଡ଼ଲାରରୁ ୬୭୫.୬୫୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ତେବେ ସେପ୍ଟେମ୍ବର ଶେଷ ଭାଗରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ୭୦୪.୮୮୫ ବିଲିୟନ ଡ଼ଲାର ସ୍ତରରେ ପହଞ୍ଚିଥତଲା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିୟମ ମୂଲ୍ୟରେ ହ୍ରାସ ଯୋଗୁ ଏହା ଅନେକ ସପ୍ତାହ ଧରି ନିମ୍ନଗାମୀ ହେଉଛି। ଏହାଛଡା ପାକିସ୍ତାନର ଅପରପକ୍ଷେ ପାକିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ (ଏସବିବି)ର ବୈଦେଶିକ ମୁଦ୍ରା ଭଣ୍ଡାରରେ ୨୯ ନିୟୁତ ଆମେରିକୀୟ ଡଲାର ବୃଦ୍ଧି ପାଇଛି। ବ୍ୟାଙ୍କ କହିଛି ଯେ ନଭେମ୍ବର ୧୫ ଶେଷ ହୋଇଥିବା ସପ୍ତାହରେ ବ୍ୟାଙ୍କର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୧୧.୩ ବିଲିୟନ ଡ଼ଲାରରେ ପହଞ୍ଚିଛି।
ନଭେମ୍ବର ୧୫ ଶେଷ ହେବାକୁ ଥିବା ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି(ଏଫ୍ସିଏ)ରେ ମଧ୍ୟ ହ୍ରାସ ଘଟିଛି। ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ବୈଦେଶିକ ମୁଦ୍ରା ସମ୍ପତ୍ତି ୧୫.୫୪୮ ବିଲିୟନ ଡ଼ଲାରରୁ ୫୬୯.୮୩୫ ବିଲିୟନ ଡ଼ଲାରକୁ ଖସିଆସିଛି। ଆରବିଆଇ କହିଛି ଯେ କିଛି ସପ୍ତାହରେ ସୁନା ଭଣ୍ଡାରରେ ମଧ୍ୟ ୨.୦୬୮ ବିଲିୟନ ଡ଼ଲାର ହ୍ରାସ ଘଟି ୬୫.୭୪୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏସ୍ଡିଆର୍ ୯୪ ନିୟୁତ ଡ଼ଲାରରୁ ୧୮.୦୬୪ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି।