ବୈପାରୀଗୁଡାରେ ମ୍ୟାଲେରିଆ ଆତଙ୍କ, ଜଣେ ମୃତ ଓ ଚାରି ଆକ୍ରାନ୍ତ
ବୈପାରୀଗୁଡା ୧୫/୦୬: ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି ଜଣେ ନବ ବିବାହିତା ଯୁବତୀ l ସେହି ଗାଁରେ ପନ୍ଦରରୁ ଉର୍ଦ୍ଧ୍ୱ ପରିବାର ଏବେ ବି ମ୍ୟାଲେରିଆରେ ଆକ୍ରାନ୍ତ ଅଛନ୍ତି l ଗାଁରେ ମେଡିକାଲ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି l ବୈପାରୀଗୁଡା ବ୍ଲକର କଲିଆଅଟାଲ ଠାରେ ଅଭକି କିଛି ଦେଖିବାକୁ ମିଳିଛି l ବୈପାରୀଗୁଡା ବ୍ଲକ କଲିଆଅଟାଲ ଠାରେ ଏବେ ଦେଖାଦେଇଛି ମ୍ୟାଲେରିଆ ଆତଙ୍କ l ଗାଁରେ ଗଦବା, ପରଜା ଏବଂ କନ୍ଧ ସମ୍ପାଦୟର ପ୍ରାୟ ଚାଲିଶିରୁ ଉର୍ଦ୍ଧ ପରିବାର ବସବାସ କରନ୍ତି l ହେଲେ ଗତ ଏକ ସପ୍ତାହ ହେବ ଗାଁରେ ଅଧିକାଂଶ ଲୋକେ ମ୍ୟାଲେରିଆରେ ପୀଡିତ ଅଛନ୍ତି l ଶୁକ୍ରବାର ସ୍ଥାନୀୟ ଘେନୁ ଜାନି ଏବଂ ତାଙ୍କ ସ୍ତ୍ରୀ କାମଳା ଜାନି ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା l କିନ୍ତୁ ମେଡିକାଲରେ କମଳାଙ୍କ ମୃତ୍ୟୁ ଘେଷଣl କରିଛନ୍ତି ଡାକ୍ତର l ସେପଟେ ସ୍ୱାମୀ ଘେନୁ ଗୁରୁତର ଅବସ୍ଥାରେ ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି l ଗାଁ ଲୋକେ ଏବେ ମ୍ୟାଲେରିଆକୁ ନେଇ ଆତଙ୍କିତ ଅଛନ୍ତି l ମ୍ୟାଲେରିଆରେ ଆକ୍ରାନ୍ତ ହୋଇ କମଳା ଜୀବନ ହରାଇବା ପରେ ଆଜି ଗାଁରେ ୬ ଜଣିଆ ମେଡିକାଲ ଟିମ ପହଂଚିଥିଲା l ଗାଁରେ ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କୋରାଯାଇଥ
ବୈପାରୀଗୁଡା ୧୫/୦୬: ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି ଜଣେ ନବ ବିବାହିତା ଯୁବତୀ l ସେହି ଗାଁରେ ପନ୍ଦରରୁ ଉର୍ଦ୍ଧ୍ୱ ପରିବାର ଏବେ ବି ମ୍ୟାଲେରିଆରେ ଆକ୍ରାନ୍ତ ଅଛନ୍ତି l ଗାଁରେ ମେଡିକାଲ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି l ବୈପାରୀଗୁଡା ବ୍ଲକର କଲିଆଅଟାଲ ଠାରେ ଅଭକି କିଛି ଦେଖିବାକୁ ମିଳିଛି l
ବୈପାରୀଗୁଡା ବ୍ଲକ କଲିଆଅଟାଲ ଠାରେ ଏବେ ଦେଖାଦେଇଛି ମ୍ୟାଲେରିଆ ଆତଙ୍କ l ଗାଁରେ ଗଦବା, ପରଜା ଏବଂ କନ୍ଧ ସମ୍ପାଦୟର ପ୍ରାୟ ଚାଲିଶିରୁ ଉର୍ଦ୍ଧ ପରିବାର ବସବାସ କରନ୍ତି l ହେଲେ ଗତ ଏକ ସପ୍ତାହ ହେବ ଗାଁରେ ଅଧିକାଂଶ ଲୋକେ ମ୍ୟାଲେରିଆରେ ପୀଡିତ ଅଛନ୍ତି l
ଶୁକ୍ରବାର ସ୍ଥାନୀୟ ଘେନୁ ଜାନି ଏବଂ ତାଙ୍କ ସ୍ତ୍ରୀ କାମଳା ଜାନି ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା l କିନ୍ତୁ ମେଡିକାଲରେ କମଳାଙ୍କ ମୃତ୍ୟୁ ଘେଷଣl କରିଛନ୍ତି ଡାକ୍ତର l ସେପଟେ ସ୍ୱାମୀ ଘେନୁ ଗୁରୁତର ଅବସ୍ଥାରେ ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି l ଗାଁ ଲୋକେ ଏବେ ମ୍ୟାଲେରିଆକୁ ନେଇ ଆତଙ୍କିତ ଅଛନ୍ତି l
ମ୍ୟାଲେରିଆରେ ଆକ୍ରାନ୍ତ ହୋଇ କମଳା ଜୀବନ ହରାଇବା ପରେ ଆଜି ଗାଁରେ ୬ ଜଣିଆ ମେଡିକାଲ ଟିମ ପହଂଚିଥିଲା l ଗାଁରେ ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କୋରାଯାଇଥିଲା l ସେଥିରୁ ପୁଣି ଚାରି ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି l ସେମାନଙ୍କୁ ଔଷଧ ପ୍ରଦାନ କରାଯାଇଛି l ବିନା ମଶାରୀରେ ଶୋଇବା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି ବୋଲି ସ୍ଥାନୀୟ ଡାକ୍ତର ଲୋକନାଥ ବେହେରା ପ୍ରକାଶ କରିଛନ୍ତି l