ବୈବାହିକ ବଳାତ୍କାରର ଆଇନତଃ ଅପରାଧ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ ୨୧।୫: ଦିଲ୍ଲୀ ହାଇକୋର୍ଟ ଏକ ଐତିହାସିକ ରାୟରେ ବୈବାହିକ ବଳତ୍କାର ଆଇନତଃ ଅପରାଧ ନୁହେଁ ବୋଲି କହିଛନ୍ତି। ସେହିପରି କୋର୍ଟ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପତ୍ନୀଙ୍କ ସହିତ ‘ଅପ୍ରାକୃତିକ’ ଯୌନ ସମ୍ପର୍କ ସ୍ଥାପନା ଲାଗି ମକଦ୍ଦମା ଚଳାଇବା ଆଦେଶକୁ ରଦ୍ଦ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୩୭୭ରେ ଏପରି କୃତ୍ୟ ଲାଗି ଦଣ୍ଡିତ କରିବା ବୈବାହିକ ସମ୍ପର୍କ ଉପରେ ଲାଗୁ ହେଉ ନାହିଁ। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ନିମ୍ନ କୋର୍ଟଙ୍କ ଆଦେଶ ବିରୋଧରେ ଅଭିଯୁକ୍ତଙ୍କ ଆବେଦନ ଉପରେ ଶୁଣାଣି କରୁଥିଲେ, ଯେଉଁଥିରେ ଅଭିଯୁକ୍ତଙ୍କୁ ପତ୍ନୀଙ୍କ ସହିତ ଅପ୍ରାକୃତିକ ଯୌନ କ୍ରିୟା ପାଇଁ ଧାରା ୩୭୭ ଅନୁସାରେ ଅଭିଯୋଗ ଫ୍ରେମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ କୋର୍ଟ ରାୟରେ କହିଛନ୍ତି ଯେ ଆଇନ ବୈବାହିକ ବଳତ୍କାରକୁ ସ୍ୱୀକାର କରେ ନାହିଁ। କୋର୍ଟ କହିଛନ୍ତି ଯେ ‘ଏହା ମାନିବାକୁ କୌଣସି ଆଧାର ନାହିଁ ଯେ ପତିକୁ ଆଇପିସିର ଧାରା ୩୭୫ (୨) ଦୃଷ୍ଟିରୁ ଧାରା ୩୭୭ରେ ପ୍ରସିକ୍ୟୁସନର ସଂରକ୍ଷଣ ମିଳିବ’। କାରଣ ଆଇନ (ଆଇପିସିର ସଂଶୋଧିତ ଧାରା ୩୭୫)ଏବେ ବୈବାହିକ ସମ୍ବଦ୍ଧରେ ଅପ୍ରାକୃତିକ ଯୌନ ସମ୍ଭୋଗକୁ ମଧ୍ୟ ସହମତି ମନେ କରୁଛି। ହାଇକୋର୍ଟ କହିଛନ୍ତି ଯେ ପତ୍ନୀ କେଉଁଠାରେ ହେଲେ ସ୍ପଷ୍ଟ ରୂପେ ଏହି କାର୍ଯ୍ୟ ତାଙ୍କ ଇଛା ବିରୋଧରେ ହେଉଥିଲା ବୋଲି ଉଲ୍ଲେଖ

ବୈବାହିକ ବଳାତ୍କାରର ଆଇନତଃ ଅପରାଧ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ ୨୧।୫: ଦିଲ୍ଲୀ ହାଇକୋର୍ଟ ଏକ ଐତିହାସିକ ରାୟରେ ବୈବାହିକ ବଳତ୍କାର ଆଇନତଃ ଅପରାଧ ନୁହେଁ ବୋଲି କହିଛନ୍ତି। ସେହିପରି କୋର୍ଟ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପତ୍ନୀଙ୍କ ସହିତ ‘ଅପ୍ରାକୃତିକ’ ଯୌନ ସମ୍ପର୍କ ସ୍ଥାପନା ଲାଗି ମକଦ୍ଦମା ଚଳାଇବା ଆଦେଶକୁ ରଦ୍ଦ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୩୭୭ରେ ଏପରି କୃତ୍ୟ ଲାଗି ଦଣ୍ଡିତ କରିବା ବୈବାହିକ ସମ୍ପର୍କ ଉପରେ ଲାଗୁ ହେଉ ନାହିଁ। 

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ନିମ୍ନ କୋର୍ଟଙ୍କ ଆଦେଶ ବିରୋଧରେ ଅଭିଯୁକ୍ତଙ୍କ ଆବେଦନ ଉପରେ ଶୁଣାଣି କରୁଥିଲେ, ଯେଉଁଥିରେ ଅଭିଯୁକ୍ତଙ୍କୁ ପତ୍ନୀଙ୍କ ସହିତ ଅପ୍ରାକୃତିକ ଯୌନ କ୍ରିୟା ପାଇଁ ଧାରା ୩୭୭ ଅନୁସାରେ ଅଭିଯୋଗ ଫ୍ରେମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ କୋର୍ଟ ରାୟରେ କହିଛନ୍ତି ଯେ ଆଇନ ବୈବାହିକ ବଳତ୍କାରକୁ ସ୍ୱୀକାର କରେ ନାହିଁ। କୋର୍ଟ କହିଛନ୍ତି ଯେ ‘ଏହା ମାନିବାକୁ କୌଣସି ଆଧାର ନାହିଁ ଯେ ପତିକୁ ଆଇପିସିର ଧାରା ୩୭୫ (୨) ଦୃଷ୍ଟିରୁ ଧାରା ୩୭୭ରେ ପ୍ରସିକ୍ୟୁସନର ସଂରକ୍ଷଣ ମିଳିବ’। କାରଣ ଆଇନ (ଆଇପିସିର ସଂଶୋଧିତ ଧାରା ୩୭୫)ଏବେ ବୈବାହିକ ସମ୍ବଦ୍ଧରେ ଅପ୍ରାକୃତିକ ଯୌନ ସମ୍ଭୋଗକୁ ମଧ୍ୟ ସହମତି ମନେ କରୁଛି। 

ହାଇକୋର୍ଟ କହିଛନ୍ତି ଯେ ପତ୍ନୀ କେଉଁଠାରେ ହେଲେ ସ୍ପଷ୍ଟ ରୂପେ ଏହି କାର୍ଯ୍ୟ ତାଙ୍କ ଇଛା ବିରୋଧରେ ହେଉଥିଲା ବୋଲି ଉଲ୍ଲେଖ କରିନାହାନ୍ତି।  କୋର୍ଟ କହିଛନ୍ତି ଯେ ନଭତେଜ ସିଂ ଜୋହରଙ୍କ(ମାମଲା) ପରଠାରୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୭ରେ କୌଣସି ଦୁଇ ଜଣ ବୟଷ୍କଙ୍କ ମଧ୍ୟରେ ଅପରାଧ ଶ୍ରେଣୀକୁ ଆସୁଥିବା ସହମତିର ଅଭାବର ଆବଶ୍ୟକ ତତ୍ୱ ସ୍ପଷ୍ଟ ରୂପେ ଅନୁପଲବ୍ଧ ରହିଛି। ଏଣୁ ପ୍ରାଇମାଫେସି ମାମଲା ସନ୍ଦିଗ୍ଧ ଲାଗୁଛି। 

ନବତେଜଙ୍କ ମାମଲାରେ ସର୍ବୋଚ୍ଚନ୍ୟାୟାଳୟ ବୟଷ୍କଙ୍କ ମଧ୍ୟରେ ସହମତିରେ ସ୍ଥାପିତ ଯୌନ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିଦେଇଥିଲା। କୋର୍ଟ ୧୩ ମେ ଆଦେଶରେ କହିଛନ୍ତି ଯେ ‘ଆଇପିସିର ଧାରା ୩୭୭ ଅନୁସାରେ ଅପରାଧ ନିମନ୍ତେ ଆବେଦନକାରୀଙ୍କ ବିରୋଧରେ ପ୍ରଥମ ଦୃଷ୍ଟ୍ୟା ମାମଲା ହେଉ ନାହିଁ ’। ଏଣୁ ଚାର୍ଜ ଫ୍ରେମ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ନିର୍ଦ୍ଦେଶ ଆଇନ ନଜରରେ ସ୍ଥାୟୀ ହେଉ ନାହିଁ। ଏଣୁ ଏହାକୁ ରଦ୍ଦ କରାଯାଉଛି।