ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଗୀତା ଭାଗବତ ପୁରାଣ ପାଠ
ବୌଦ୍ଧ: ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ସରଣ୍ଡା ଗ୍ରାମଠାରେ ସାମୁହିକ ପୁରାଣ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାଶ ଓ ସମ୍ପାଦକଙ୍କ ନେତୃତ୍ୱରେ ଭାଗବତ, ଗୀତା, ବିଷ୍ଣୁ ସହସ୍ରନାମ, ସୁଣ୍ଡରକାଣ୍ଡ ପାଠ କରାଯାଇଥିଲା। ବର୍ତ୍ତମାନ ସମାଜ ଆଧୁନିକତା ଆଡକୁ ଗତି କରୁଥିବାରୁ ପୁରାଣ ଶାସ୍ତ୍ର ଠାରୁ ଜନସାଧାରଣ ଦୁରେଇ ଯାଉଛନ୍ତି। ଏହାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ୟ୍ୟକ୍ରମ ଗ୍ରହଣ କରାଯାଉଛି। ଏହି […]

ବୌଦ୍ଧ: ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ସରଣ୍ଡା ଗ୍ରାମଠାରେ ସାମୁହିକ ପୁରାଣ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାଶ ଓ ସମ୍ପାଦକଙ୍କ ନେତୃତ୍ୱରେ ଭାଗବତ, ଗୀତା, ବିଷ୍ଣୁ ସହସ୍ରନାମ, ସୁଣ୍ଡରକାଣ୍ଡ ପାଠ କରାଯାଇଥିଲା। ବର୍ତ୍ତମାନ ସମାଜ ଆଧୁନିକତା ଆଡକୁ ଗତି କରୁଥିବାରୁ ପୁରାଣ ଶାସ୍ତ୍ର ଠାରୁ ଜନସାଧାରଣ ଦୁରେଇ ଯାଉଛନ୍ତି। ଏହାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ୟ୍ୟକ୍ରମ ଗ୍ରହଣ କରାଯାଉଛି। ଏହି କାର୍ୟ୍ୟକ୍ରମରେ ଗୋବର୍ଦ୍ଧନ ଦାଶ, ବାବାଜୀ ଦାଶ, ପିତାମ୍ବର ଆଚାର୍ୟ୍ୟ, ରଞ୍ଜିତ ହୋତା, ବ୍ରହ୍ମାନନ୍ଦ ଶତପଥି, ସୁବାସ ହୋତା, ଜ୍ଞାନରଞ୍ଜନ ମିଶ୍ର, ସଞ୍ଜୀବ ମିଶ୍ର, ମିନୁପ୍ରସାଦ ମିଶ୍ର, ସୂର୍ୟ୍ୟେନ୍ଦ୍ର ଶତପଥି, ସଂଜୟ ଶଙ୍କର ପୁରୋହିତ, ଆଶୁତୋଷ ପଣ୍ଡା ପୁରାଣ ପାଠ କରିଥିଲେ।