ବୌଦ୍ଧ ସହରରେ ବୁଲୁଛନ୍ତି ଚୋର ଓ ନିଶାଡ଼ି: କଲୋନୀରୁ ଚୋରି ହୋଇଗଲା କୁକୁର ଛୁଆ, ଥାନାରେ ଏତଲା ଦଲେ କଲୋନୀବାସୀ

କନକ ବ୍ୟୁରୋ: କଲୋନୀରୁ ଚୋରି ହୋଇଯାଇଛି ମୋଟୁ । ସମସ୍ତେ ଏବେ ଚିନ୍ତାରେ। ମୋଟୁକୁ ନ ପାଇ ଶେଷରେ କଲୋନୀର ଏକ ଘର କାନ୍ଥରେ ଲାଗିଛି ନୋଟିସ। ଥାନାରେ ଏତଲା । ମୋଟୁକୁ ନେଇଯାଇଥିବା ଦୁର୍ବୃତଙ୍କୁ ତାଗିଦ୍ କରିଛନ୍ତି କଲୋନୀ ବାସୀ । ଆସନ୍ତୁ ଜାଣିବା କିଏ ସେଇ ମୋଟୁ । କାହିଁକି ତା'ପାଇଁ ଏତେକଥା । ନୋଟିସ୍ ଲଗାଇ କୁକୁର ଚୋରକୁ ତାଗିଦ୍ କରିଛନ୍ତି କଲୋନୀ ବାସୀ। କେବଳ ତାଗିଦ୍ ନୁହେଁ ଥାନାରେ ବି ଏତଲା ଦେଇଛନ୍ତି। ବୌଦ୍ଧ ପୋଡାପୋଡ଼ା କଲୋନୀର ପୋଷା କୁକୁର ଛୁଆକୁ ଚୋରି କରି ନେଇଛନ୍ତି ଦୁର୍ବୃତ। ସାରା ସହର ଖୋଜିବା ପରେ ବି ମୋଟୁର ପତ୍ତା ମିଳୁନି। ଅନ୍ୟ କୁକୁର ଛୁଆଙ୍କୁ କାଳେ କିଏ ନେଇଯିବ, ସେଥିପାଇଁ ଥାନାରେ ଅଭିଯୋଗ କରି, ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୂଚନା ଅନୁସାରେ, ପୋଡାପୋଡା କଲୋନୀବାସୀ ୨ବର୍ଷ ହେଲା ଏକ କୁକୁର ପାଳିଛନ୍ତି। ଏହା ମିକ୍ସ ବ୍ରିଡ଼ କୁକୁର। ଅତି ଶ୍ରଦ୍ଧାରେ ତାକୁ ସମସ୍ତେ ଛକି ବୋଲି ଡାକନ୍ତି। ୨ମାସ ତଳେ ଛକି ୪ଟି ଛୁଆ ଦେଇଛି। ସ୍ଥାନୀୟ ବାସିନ୍ଦା କୁକୁର ଛୁଆ ମୋଟୁ, ଡନ୍‌, ଚାପସି ଓ ଲାବରାର ଯତ୍ନ ନିଅନ୍ତି। କୁକୁର ଗୁଡ଼ିକ କଲୋନୀରେ ବୁଲାବୁଲି କରନ୍ତି। ଅଜଣା ଲୋକଙ୍କୁ ଦେଖିବା କ୍ଷଣି ଭୋକନ୍ତି। ସେମାନଙ୍କୁ କଲୋନୀର ସୁରକ୍ଷାକବଚ ବୋଲି କହିଥାନ୍ତି ସ୍ଥାନୀୟ ବାସିନ୍ଦା।  କୁକୁର ଚୋରଙ୍କ ଉଦେଶ୍ୟରେ ସତର୍କବାଣୀ ଲେଖିଛନ୍ତି କଲୋ

ବୌଦ୍ଧ ସହରରେ ବୁଲୁଛନ୍ତି ଚୋର ଓ ନିଶାଡ଼ି: କଲୋନୀରୁ ଚୋରି ହୋଇଗଲା କୁକୁର ଛୁଆ, ଥାନାରେ ଏତଲା ଦଲେ କଲୋନୀବାସୀ

କନକ ବ୍ୟୁରୋ: କଲୋନୀରୁ ଚୋରି ହୋଇଯାଇଛି ମୋଟୁ । ସମସ୍ତେ ଏବେ ଚିନ୍ତାରେ। ମୋଟୁକୁ ନ ପାଇ ଶେଷରେ କଲୋନୀର ଏକ ଘର କାନ୍ଥରେ ଲାଗିଛି ନୋଟିସ। ଥାନାରେ ଏତଲା । ମୋଟୁକୁ ନେଇଯାଇଥିବା ଦୁର୍ବୃତଙ୍କୁ ତାଗିଦ୍ କରିଛନ୍ତି କଲୋନୀ ବାସୀ । ଆସନ୍ତୁ ଜାଣିବା କିଏ ସେଇ ମୋଟୁ । କାହିଁକି ତା'ପାଇଁ ଏତେକଥା ।

ନୋଟିସ୍ ଲଗାଇ କୁକୁର ଚୋରକୁ ତାଗିଦ୍ କରିଛନ୍ତି କଲୋନୀ ବାସୀ। କେବଳ ତାଗିଦ୍ ନୁହେଁ ଥାନାରେ ବି ଏତଲା ଦେଇଛନ୍ତି। ବୌଦ୍ଧ ପୋଡାପୋଡ଼ା କଲୋନୀର ପୋଷା କୁକୁର ଛୁଆକୁ ଚୋରି କରି ନେଇଛନ୍ତି ଦୁର୍ବୃତ। ସାରା ସହର ଖୋଜିବା ପରେ ବି ମୋଟୁର ପତ୍ତା ମିଳୁନି। ଅନ୍ୟ କୁକୁର ଛୁଆଙ୍କୁ କାଳେ କିଏ ନେଇଯିବ, ସେଥିପାଇଁ ଥାନାରେ ଅଭିଯୋଗ କରି, ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସୂଚନା ଅନୁସାରେ, ପୋଡାପୋଡା କଲୋନୀବାସୀ ୨ବର୍ଷ ହେଲା ଏକ କୁକୁର ପାଳିଛନ୍ତି। ଏହା ମିକ୍ସ ବ୍ରିଡ଼ କୁକୁର। ଅତି ଶ୍ରଦ୍ଧାରେ ତାକୁ ସମସ୍ତେ ଛକି ବୋଲି ଡାକନ୍ତି। ୨ମାସ ତଳେ ଛକି ୪ଟି ଛୁଆ ଦେଇଛି। ସ୍ଥାନୀୟ ବାସିନ୍ଦା କୁକୁର ଛୁଆ ମୋଟୁ, ଡନ୍‌, ଚାପସି ଓ ଲାବରାର ଯତ୍ନ ନିଅନ୍ତି। କୁକୁର ଗୁଡ଼ିକ କଲୋନୀରେ ବୁଲାବୁଲି କରନ୍ତି। ଅଜଣା ଲୋକଙ୍କୁ ଦେଖିବା କ୍ଷଣି ଭୋକନ୍ତି। ସେମାନଙ୍କୁ କଲୋନୀର ସୁରକ୍ଷାକବଚ ବୋଲି କହିଥାନ୍ତି ସ୍ଥାନୀୟ ବାସିନ୍ଦା। 

କୁକୁର ଚୋରଙ୍କ ଉଦେଶ୍ୟରେ ସତର୍କବାଣୀ ଲେଖିଛନ୍ତି କଲୋନୀମାସୀ । ବୁଲା କୁକୁରଙ୍କ ଦେହରେ ହାତ ମାରନ୍ତୁ ନାହିଁ। ଯଦି ନେଲା ବେଳେ ଧରାପଡ଼ନ୍ତି ତେବେ ନିର୍ଧୁମ ମାଡ଼ ସହ ଜରିମାନା ଦେବାକୁ ପଡ଼ିବ। ପୁରା କଲୋନୀ ସିସିଟିଭି ନଜରରେ ଥିବା କହି ଚେତାବନୀ ଦେଇଛନ୍ତି।