ବୌଦ୍ଧରେ ଶୁକ୍ରବାରଠୁ ଆୟୁଷ୍ମାନ ଯୋଜନା କାର୍ଡ ବଣ୍ଟନ, ଗାଁ ଗାଁ ବୁଲି ବାଣ୍ଟିବେ ମେଡିକାଲ୍ ଟିମ୍

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏହି ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ BSKY ଓ ରାସନ୍ କାର୍ଡ ଧାରୀ ପରିବାରର ସମସ୍ତ ସଦସ୍ୟ ମାନଙ୍କ ଗୋଟିଏ ଲେଖାଏଁ କାର୍ଡ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବୌଦ୍ଧ ଜିଲ୍ଲାରେ ସମୁଦାୟ ୨ ଲକ୍ଷ ୧୭ ହଜାର ୭୧୦ ହିତାଧିକାରୀ ଏହି କାର୍ଡ ପାଇବା ସହିତ ଏହି ଯୋଜନାରେ ଲଭାନ୍ଵିତ ହୋଇପାରିବେ । ଜିଲ୍ଲାର ୩ ଟି ବ୍ଲକରେ ୧୨ ଟି ଭିନ୍ନ ଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ହଜାର ୧୫୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଡ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଡ ହିତାଧିକାରୀ ମାନେ କିଭଳି ପାଇବେ ଏବଂ କିଭଳି ଭାବେ ଏହାର ଲାଭ ଉଠାଇ ପାରିବେ ? ସେ ନେଇ ବୌଦ୍ଧ ଜିଲ୍ଲାର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ କହିଛନ୍ତି ଯେ, ମେଡିକାଲ୍ ଟିମ୍ ଗାଁ ଗାଁ ଯାଇ କାର୍ଡ ବାଣ୍ଟିବେ। ଲୋକଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ଆସନ୍ତାକାଲିଠୁ ତାରିଖରୁ ସଚେତନତା ରଥ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବ।   

ବୌଦ୍ଧରେ ଶୁକ୍ରବାରଠୁ ଆୟୁଷ୍ମାନ ଯୋଜନା କାର୍ଡ ବଣ୍ଟନ, ଗାଁ ଗାଁ ବୁଲି ବାଣ୍ଟିବେ ମେଡିକାଲ୍ ଟିମ୍

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏହି ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ BSKY ଓ ରାସନ୍ କାର୍ଡ ଧାରୀ ପରିବାରର ସମସ୍ତ ସଦସ୍ୟ ମାନଙ୍କ ଗୋଟିଏ ଲେଖାଏଁ କାର୍ଡ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବୌଦ୍ଧ ଜିଲ୍ଲାରେ ସମୁଦାୟ ୨ ଲକ୍ଷ ୧୭ ହଜାର ୭୧୦ ହିତାଧିକାରୀ ଏହି କାର୍ଡ ପାଇବା ସହିତ ଏହି ଯୋଜନାରେ ଲଭାନ୍ଵିତ ହୋଇପାରିବେ । 

ଜିଲ୍ଲାର ୩ ଟି ବ୍ଲକରେ ୧୨ ଟି ଭିନ୍ନ ଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ହଜାର ୧୫୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଡ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଡ ହିତାଧିକାରୀ ମାନେ କିଭଳି ପାଇବେ ଏବଂ କିଭଳି ଭାବେ ଏହାର ଲାଭ ଉଠାଇ ପାରିବେ ? ସେ ନେଇ ବୌଦ୍ଧ ଜିଲ୍ଲାର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ କହିଛନ୍ତି ଯେ, ମେଡିକାଲ୍ ଟିମ୍ ଗାଁ ଗାଁ ଯାଇ କାର୍ଡ ବାଣ୍ଟିବେ। ଲୋକଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ଆସନ୍ତାକାଲିଠୁ ତାରିଖରୁ ସଚେତନତା ରଥ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବ।