ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ଭୋଟର ଦିବସ: ପୁରସ୍କୃତ ହେଲେ
ଦିଗପହଣ୍ଡି,୨୫।୧(ଅଶେଷ ନାଥ ମିଶ୍ର) ବ୍ରହ୍ମପୁର ସ୍ଥିତ ଟାଉଲ ହଲ ପରିସରରେ ଶନିବାର ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଛି। ଏହି ଅବସରରେ ଦିଗପହଣ୍ଡିର ସହକାରୀ ଶିକ୍ଷକ ଉପେନ୍ଦ୍ର ପଣ୍ଡାଙ୍କୁ ଶ୍ରେଷ୍ଠ ବିଏଲଓ ସୁପରଭାଇଜର ପୁରସ୍କାରରେ ସମ୍ମାନିତ କରାଯାଇଥିବା ଜଣାପଡିଛି। ଦିଗପହଣ୍ଡି ମଧୁବିଦ୍ୟା ପୀଠ ପ୍ରାଥମିକ ବିଦ୍ୟାଳୟରେ ପଣ୍ଡା ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ସେ ୧୩୪- ଦିଗପହଣ୍ଡି ବିଧାନସଭା ନିର୍ବାଚନ […] The post ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ଭୋଟର ଦିବସ: ପୁରସ୍କୃତ ହେଲେ appeared first on Dharitri Odia News.
ଦିଗପହଣ୍ଡି,୨୫।୧(ଅଶେଷ ନାଥ ମିଶ୍ର) ବ୍ରହ୍ମପୁର ସ୍ଥିତ ଟାଉଲ ହଲ ପରିସରରେ ଶନିବାର ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଛି। ଏହି ଅବସରରେ ଦିଗପହଣ୍ଡିର ସହକାରୀ ଶିକ୍ଷକ ଉପେନ୍ଦ୍ର ପଣ୍ଡାଙ୍କୁ ଶ୍ରେଷ୍ଠ ବିଏଲଓ ସୁପରଭାଇଜର ପୁରସ୍କାରରେ ସମ୍ମାନିତ କରାଯାଇଥିବା ଜଣାପଡିଛି। ଦିଗପହଣ୍ଡି ମଧୁବିଦ୍ୟା ପୀଠ ପ୍ରାଥମିକ ବିଦ୍ୟାଳୟରେ ପଣ୍ଡା ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ସେ ୧୩୪- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ସ୍ତରରେ ସଫଳତାର ସହ କାର୍ଯ୍ୟ କରିଥିବାରୁ ଅନଲାଇନ ମାର୍କିଂରେ ନିର୍ବାଚନ ସମ୍ବନ୍ଧିତ ଦକ୍ଷତା ପ୍ରଦର୍ଶନ ପାଇଁ ବ୍ରହ୍ମପୁର ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦୀନା ଦସ୍ତାଗିର ତାଙ୍କୁ ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ। ବୁଥ ସ୍ତରୀୟ କାର୍ଯ୍ୟ ପରିଚାଳନା ଦିଗରେ ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ , ତହସିଲଦାର ଅନିତା ସାହୁ , ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ, ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ, ରସାନନ୍ଦ ଘଡେଇଙ୍କ ସମେତ ଏନଏସି ସିଆରସିସି ଅନୀଲ କୁମାର ଦାସ, ଜିପିଓ ଉମେଶ ସେଠୀ ସହଯୋଗ କରିଥିବାରୁ ସେମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
The post ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ଭୋଟର ଦିବସ: ପୁରସ୍କୃତ ହେଲେ appeared first on Dharitri Odia News.