ବ୍ରହ୍ମପୁର ଡିଭିଜନ୍‌ରେ ବୁଲୁଛି ବାଘ, ଭୟଭୀତ ନହେବାକୁ ବନବିଭାଗର ଅନୁରୋଧ

ବ୍ରହ୍ମପୁର ୧୨।୧୧ : ବ୍ରହ୍ମପୁର ଡିଭିଜନ ବନାଞ୍ଚଳରେ ଘୁରି ବୁଲୁଛି ବାଘ । ଭୟଭୀତ ନହେବାକୁ ପରାମର୍ଶ ଦେଲେ ଡିଏଫ୍‌ଓ ଏବଂ ବନବିଭାଗ । ଏହାସହିତ ଭୁଲ୍‌ ଭିଜୁଆଲ୍‌ର ପ୍ରସାରଣ ନକରିବାକୁ ଅନୁରୋଧ କରିଛନ୍ତି ଡିଏଫ୍‌ଓ ସନ୍ନି ଖୋଖର ।  ସୋମବାର ସଂଧ୍ୟାରେ ଦିଗପହଣ୍ଡି-ଚିକିଟି ରାସ୍ତା ଜକର ନିକଟରେ ବାଘର ପାଦ ଚିହ୍ନ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଥିଲେ । ଯାହାର ଖବର ପାଇ ତୁରନ୍ତ ଆକ୍ସନମୋଡକୁ ଆସିଥିଲା ବନବିଭାଗ । ବାଘ ଗତିବିଧି ଉପରେ ନଜର ରଖିବାକୁ ୨୪ଟି ଟିମ୍‌ ଗଠନ କରିଛି ବନବିଭାଗ । ଏପିରିକି ବାଘ ଉପରେ ମଧ୍ୟ ୨୪ ଘଣ୍ଟିଆ ନଜର ରଖାଯାଇଛି । ବନବିଭାଗ ପକ୍ଷରୁ ୬ଟି ସ୍ଥାନରେ ଟ୍ରାପ୍‌ କ୍ୟାମେରା ଲଗାଯାଇଛି ।  ଏବେ ଯାଏଁ ବାଘ କୌଣସି ଲୋକଙ୍କୁ କ୍ଷତି କରିନାହିଁ । ଏବେ ଯାଏଁ ୬ଟି ପଶୁ ବାଘ ଦ୍ୱାରା କ୍ଷତି ହୋଇଥିବା ବେଳେ ସେମାନଙ୍କୁ କ୍ଷତିପୂରଣ ଦେବା ଲାଗି ଧାର୍ଯ୍ୟ ଟଙ୍କା ଆକଳନ କରାଯାଇଛି । ଏହାସହିତ ସମୟ ସମୟରେ ଗଣମାଧ୍ୟମ ଫେକ୍‌ ଭିଜୁଆଲ୍‌ ଉପରେ ନଜର ରଖିବାକୁ କହିଛନ୍ତି ବ୍ରହ୍ମପୁର ଡିଏଫ୍‌ଓ ସନ୍ନି ଖୋଖର। 

ବ୍ରହ୍ମପୁର ଡିଭିଜନ୍‌ରେ ବୁଲୁଛି ବାଘ, ଭୟଭୀତ ନହେବାକୁ ବନବିଭାଗର ଅନୁରୋଧ

ବ୍ରହ୍ମପୁର ୧୨।୧୧ : ବ୍ରହ୍ମପୁର ଡିଭିଜନ ବନାଞ୍ଚଳରେ ଘୁରି ବୁଲୁଛି ବାଘ । ଭୟଭୀତ ନହେବାକୁ ପରାମର୍ଶ ଦେଲେ ଡିଏଫ୍‌ଓ ଏବଂ ବନବିଭାଗ । ଏହାସହିତ ଭୁଲ୍‌ ଭିଜୁଆଲ୍‌ର ପ୍ରସାରଣ ନକରିବାକୁ ଅନୁରୋଧ କରିଛନ୍ତି ଡିଏଫ୍‌ଓ ସନ୍ନି ଖୋଖର ।  

ସୋମବାର ସଂଧ୍ୟାରେ ଦିଗପହଣ୍ଡି-ଚିକିଟି ରାସ୍ତା ଜକର ନିକଟରେ ବାଘର ପାଦ ଚିହ୍ନ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଥିଲେ । ଯାହାର ଖବର ପାଇ ତୁରନ୍ତ ଆକ୍ସନମୋଡକୁ ଆସିଥିଲା ବନବିଭାଗ । ବାଘ ଗତିବିଧି ଉପରେ ନଜର ରଖିବାକୁ ୨୪ଟି ଟିମ୍‌ ଗଠନ କରିଛି ବନବିଭାଗ । ଏପିରିକି ବାଘ ଉପରେ ମଧ୍ୟ ୨୪ ଘଣ୍ଟିଆ ନଜର ରଖାଯାଇଛି । ବନବିଭାଗ ପକ୍ଷରୁ ୬ଟି ସ୍ଥାନରେ ଟ୍ରାପ୍‌ କ୍ୟାମେରା ଲଗାଯାଇଛି ।  ଏବେ ଯାଏଁ ବାଘ କୌଣସି ଲୋକଙ୍କୁ କ୍ଷତି କରିନାହିଁ । ଏବେ ଯାଏଁ ୬ଟି ପଶୁ ବାଘ ଦ୍ୱାରା କ୍ଷତି ହୋଇଥିବା ବେଳେ ସେମାନଙ୍କୁ କ୍ଷତିପୂରଣ ଦେବା ଲାଗି ଧାର୍ଯ୍ୟ ଟଙ୍କା ଆକଳନ କରାଯାଇଛି । ଏହାସହିତ ସମୟ ସମୟରେ ଗଣମାଧ୍ୟମ ଫେକ୍‌ ଭିଜୁଆଲ୍‌ ଉପରେ ନଜର ରଖିବାକୁ କହିଛନ୍ତି ବ୍ରହ୍ମପୁର ଡିଏଫ୍‌ଓ ସନ୍ନି ଖୋଖର।