ବ୍ରହ୍ମପୁର ପୋଲିସର ସ୍ପେଶାଲ ଅପରେସନ, ଜିଲ୍ଲା ବାହାରୁ ବନ୍ଧା ହେଲା ମୋଷ୍ଟ ଓ୍ୱାଣ୍ଟେଡ୍

ବ୍ରହ୍ମପୁର ୧୫।୦୪ : ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ ଗିରଫ । ଜଟଣୀରୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ  ସତୀଶ ମିଶ୍ର ଓରଫ ମଉଜ ମିଶ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ଅନେକ ସଙ୍ଗୀନ ମାମଲା ରହିଛି ।୨୦୦୬ ମସିହା ଗଣେଷ ସୁନା ହତ୍ୟାକାଣ୍ଡର ଜଡିତ ଥିଲା ସତୀଶ । ୨୦୧୩ରେ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ପୋଲିସ ସତୀଶକୁ ଗିରଫ କରିଥିଲା । ଏପିପିକି ବହୁ ଚର୍ଚ୍ଚିତ ଗୋଷାଣୀ ନୂଆଗାଁ ଶାନ୍ତି ମିଶ୍ର ହତ୍ୟା ଘଟଣାରେ ଜେଲ୍‌ ଯାଇ ଜାମିନ୍‌ରେ ଆସିଥିଲେ । ଏହି ଘଟଣାରେ କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ମଉଜ ଫେରାର ଥିଲା । ଫେରାର ଥିବା ସମୟରେ ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଉପରକୁ ଗୁଳିଚାଳନା କରି ହତ୍ୟା ଉଦ୍ୟମ କରିଥିଲେ । ଶେଷରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ  ଗୋଷାଣୀ ନୂଆଗାଁ ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା । ଆଉ ଶେଷରେ ଜଟଣୀରୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ  ସତୀଶ ମିଶ୍ରକୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ସତୀଶ ମିଶ୍ର ନାଁରେ  ଦୁଇଟି ହତ୍ୟାକାଣ୍ଡ, ଗୁଳିକାଣ୍ଡ, ବୋମାମାଡ଼, ହତ୍ୟା ଉଦ୍ୟମ ପରି ସଙ୍ଗୀନ ମାମଲା ରହିଛି । 

ବ୍ରହ୍ମପୁର ପୋଲିସର ସ୍ପେଶାଲ ଅପରେସନ, ଜିଲ୍ଲା ବାହାରୁ ବନ୍ଧା ହେଲା ମୋଷ୍ଟ ଓ୍ୱାଣ୍ଟେଡ୍

ବ୍ରହ୍ମପୁର ୧୫।୦୪ : ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ ଗିରଫ । ଜଟଣୀରୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ  ସତୀଶ ମିଶ୍ର ଓରଫ ମଉଜ ମିଶ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ଅନେକ ସଙ୍ଗୀନ ମାମଲା ରହିଛି ।

୨୦୦୬ ମସିହା ଗଣେଷ ସୁନା ହତ୍ୟାକାଣ୍ଡର ଜଡିତ ଥିଲା ସତୀଶ । ୨୦୧୩ରେ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ପୋଲିସ ସତୀଶକୁ ଗିରଫ କରିଥିଲା । ଏପିପିକି ବହୁ ଚର୍ଚ୍ଚିତ ଗୋଷାଣୀ ନୂଆଗାଁ ଶାନ୍ତି ମିଶ୍ର ହତ୍ୟା ଘଟଣାରେ ଜେଲ୍‌ ଯାଇ ଜାମିନ୍‌ରେ ଆସିଥିଲେ । ଏହି ଘଟଣାରେ କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ମଉଜ ଫେରାର ଥିଲା । ଫେରାର ଥିବା ସମୟରେ ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଉପରକୁ ଗୁଳିଚାଳନା କରି ହତ୍ୟା ଉଦ୍ୟମ କରିଥିଲେ । ଶେଷରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ  ଗୋଷାଣୀ ନୂଆଗାଁ ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା । ଆଉ ଶେଷରେ ଜଟଣୀରୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ  ସତୀଶ ମିଶ୍ରକୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ସତୀଶ ମିଶ୍ର ନାଁରେ  ଦୁଇଟି ହତ୍ୟାକାଣ୍ଡ, ଗୁଳିକାଣ୍ଡ, ବୋମାମାଡ଼, ହତ୍ୟା ଉଦ୍ୟମ ପରି ସଙ୍ଗୀନ ମାମଲା ରହିଛି ।