ବ୍ରହ୍ମପୁରରୁ ୩ ବୋମା ଉଦ୍ଧାର, ଘଟଣାସ୍ଥଳରେ ପୋଲିସର ତନାଘନା
ବ୍ରହ୍ମପୁର: ଜେଲ୍ ରେଡ୍ ନିକଟରୁ ଉଦ୍ଧାର ହେଲା ୩ଟି ଅଫୁଟା ବୋମା ସହ ୫ଟି ଖଣ୍ଡା । ଶନିବାର ସନ୍ଧ୍ୟାରେ ଲାଞ୍ଜିପଲ୍ଲୀ ଫାଣ୍ଡି ଓ ବୈଦ୍ୟନାଥ ପୋଲିସ ଏହି ବୋମା ଓ ଖଣ୍ଡା ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଲାଞ୍ଜିପାଲୀ ଫାଣ୍ଡି ପୋଲିସ ଖବର ପାଇ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏହା ପରେ ବୈଦ୍ୟନାଥ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବରେ ଏହି ମାରଣାସ୍ତ୍ର ସହ ବୋମା ଜବତ କରିଥିଲେ।ଏମିତିରେ ରବିବାର ଲାଞ୍ଜିପଲ୍ଲୀ ମାଆ ତାରା ଦେବୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଭଳି ବୋମା, ଖଣ୍ଡା ଜବତ କରି ବଡ଼ ଧରଣର ଅପରାଧିକ ଷଡ଼ଯନ୍ତ୍ରକୁ ପୋଲିସ ପଣ୍ଡ କରିଥିବା କୁହାଯାଉଛି। ତେବେ କିଏ ? କାହିଁକି ଏବଂ କେଉଁ ପରିସ୍ଥିତିରେ ବୋମା ରଖିଥିଲା ? କାହାକୁ କରିଥିଲେ କି ଟାର୍ଗେଟ ? କେଉଁ ଗ୍ୟାଙ୍ଗ କେଉଁ ଗ୍ୟାଙ୍ଗର ଅପରାଧୀଙ୍କୁ ଟାର୍ଗେଟ କରିଥିଲେ କି ? ବୋମା ନିଷ୍କ୍ରିୟ ଟିମ୍ ପହଞ୍ଚି ୩ଟି ବୋମାକୁ ନିଷ୍କ୍ରିୟ କରିଛନ୍ତି। ଏସବୁର ଏବେ ପୋଲିସ ତଦନ୍ତ କରୁଛି।
ବ୍ରହ୍ମପୁର: ଜେଲ୍ ରେଡ୍ ନିକଟରୁ ଉଦ୍ଧାର ହେଲା ୩ଟି ଅଫୁଟା ବୋମା ସହ ୫ଟି ଖଣ୍ଡା । ଶନିବାର ସନ୍ଧ୍ୟାରେ ଲାଞ୍ଜିପଲ୍ଲୀ ଫାଣ୍ଡି ଓ ବୈଦ୍ୟନାଥ ପୋଲିସ ଏହି ବୋମା ଓ ଖଣ୍ଡା ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଲାଞ୍ଜିପାଲୀ ଫାଣ୍ଡି ପୋଲିସ ଖବର ପାଇ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏହା ପରେ ବୈଦ୍ୟନାଥ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବରେ ଏହି ମାରଣାସ୍ତ୍ର ସହ ବୋମା ଜବତ କରିଥିଲେ।
ଏମିତିରେ ରବିବାର ଲାଞ୍ଜିପଲ୍ଲୀ ମାଆ ତାରା ଦେବୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଭଳି ବୋମା, ଖଣ୍ଡା ଜବତ କରି ବଡ଼ ଧରଣର ଅପରାଧିକ ଷଡ଼ଯନ୍ତ୍ରକୁ ପୋଲିସ ପଣ୍ଡ କରିଥିବା କୁହାଯାଉଛି। ତେବେ କିଏ ? କାହିଁକି ଏବଂ କେଉଁ ପରିସ୍ଥିତିରେ ବୋମା ରଖିଥିଲା ? କାହାକୁ କରିଥିଲେ କି ଟାର୍ଗେଟ ? କେଉଁ ଗ୍ୟାଙ୍ଗ କେଉଁ ଗ୍ୟାଙ୍ଗର ଅପରାଧୀଙ୍କୁ ଟାର୍ଗେଟ କରିଥିଲେ କି ? ବୋମା ନିଷ୍କ୍ରିୟ ଟିମ୍ ପହଞ୍ଚି ୩ଟି ବୋମାକୁ ନିଷ୍କ୍ରିୟ କରିଛନ୍ତି। ଏସବୁର ଏବେ ପୋଲିସ ତଦନ୍ତ କରୁଛି।