ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ପ୍ରମୋଦ ଉଦ୍ୟାନ ର ଭୂମି ପୂଜନ ଉତ୍ସବ
ବାଲିଗୁଡା ,ତା, ୧୨/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ନାରାୟଣ ସେବା କେନ୍ଦ୍ର ପରିସରରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ନାମରେ ଏକ ପ୍ରମୋଦ ଉଦ୍ୟାନ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସଂସ୍କୃତ କନ୍ୟାଶ୍ରମ ଜଳେଶପଟ୍ଟାର ମୁଖ୍ୟ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିଲେ, ତାଙ୍କ ସହ କର୍ଚୁଲି ସ୍ଥିତ ବ୍ୟାଘ୍ରମ୍ବରୀ ଆଶ୍ରମର […] The post ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ପ୍ରମୋଦ ଉଦ୍ୟାନ ର ଭୂମି ପୂଜନ ଉତ୍ସବ appeared first on Odisha.News.

ବାଲିଗୁଡା ,ତା, ୧୨/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ନାରାୟଣ ସେବା କେନ୍ଦ୍ର ପରିସରରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ନାମରେ ଏକ ପ୍ରମୋଦ ଉଦ୍ୟାନ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସଂସ୍କୃତ କନ୍ୟାଶ୍ରମ ଜଳେଶପଟ୍ଟାର ମୁଖ୍ୟ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିଲେ, ତାଙ୍କ ସହ କର୍ଚୁଲି ସ୍ଥିତ ବ୍ୟାଘ୍ରମ୍ବରୀ ଆଶ୍ରମର ସ୍ଵାମୀ ସତ୍ୟାନନ୍ଦ ଗିରି ,କୋଟଗଡ ସ୍ଥିତ ଆଶାରାମ ବପୁ ଆଶ୍ରମର ଯୋଗୀରାଜ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଓକିଲ ସଂଘ ସଭାପତି ଟି.ହରିଶ୍ଚନ୍ଦ୍ର ରାଓ , ଆଇନଜିବୀ କ୍ଷମା ସାଗର ପ୍ରଧାନ, ସାମ୍ବାଦିକ ସନ୍ତୋଷ ଦାସ , ସ୍ଵୟଂ ସେବକ ସଂଘ ର ଜିଲ୍ଲା ସମ୍ପର୍କ ପ୍ରମୁଖ କାଳିନ୍ଦୀ ଚରଣ ପଣ୍ଡା , ସରସ୍ଵତୀ ଶିଶୁମନ୍ଦିର ସମ୍ପାଦକ ତୀର୍ଥବାସୀ ଘଡେଇ , ପ୍ରକାଶ ଚନ୍ଦ୍ର ନାୟକ, ଅଭୟ ପାତ୍ର, ବିନୋଦ ନାୟକ , ,ବିରୁପାକ୍ଷ ଦାସ ,ଅନନ୍ତ ଚରଣ ପୃଷ୍ଠି ,ଜଗନ୍ନାଥ ବେହେରା ,ସମେତ ବାଲିଗୁଡା ,ତୁମୁଡିବନ୍ଧ,କୋଟଗଡ ଓ କ ନୂଆଗାଁ ଅଞ୍ଚଳର ଗାୟତ୍ରୀ ପରିବାର ମା,ଭାଇ , ଭଉଣୀ ଯୋଗ ଦେଇଥିଲେ । ନାରାୟଣ ସେବା କେନ୍ଦ୍ର ମୁଖ୍ୟ ପରିଚାଳକ ଅନ୍ତର୍ଯ୍ୟାମି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
The post ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ପ୍ରମୋଦ ଉଦ୍ୟାନ ର ଭୂମି ପୂଜନ ଉତ୍ସବ appeared first on Odisha.News.