ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ନିଆରା ଗ୍ରୀଷ୍ମକାଳୀନ ଶିବିର

କଟକ: ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଏକ ନିଆରା ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ପଞ୍ଚମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯୋଗ ଦେଇପାରିବେ।  ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ଶିବିରରେ ଛାତ୍ରଛାତ୍ରୀ ମାନଙ୍କ ମନରେ ଏକାଗ୍ରତା ଆଣିବା, ସକାରାତ୍ମକ ମନୋଭାବ ସୃଷ୍ଟି କରିବା, ପରୀକ୍ଷାର ଭୟ ଦୂର ଓ ସର୍ବୋପରି ପିଲାମାନଙ୍କ ଭିତରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ କୁହାଯାଇଛି।ଏହି ଶିବିରରେ ଯୋଗ ଦେବା ପାଇଁ କଟକ ଝାଞିରମଙ୍ଗଳାସ୍ଥିତ ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଶାଖାରେ ନାମ ପଞିକରଣ ହେଉଛି । ସେହିପରି ଵ୍ରହ୍ମାକୁମାରୀ ସଂସ୍ଥାର ଫୁଲନଖରା ନିକଟ ଅନନ୍ତପୁର ଠାରେ ଥିବା ବିଶ୍ଵଶାନ୍ତି ସରୋବରରେ ମଧ୍ୟ ଏହି ଗ୍ରୀଷ୍ମକାଳୀନ ଶିବିର ଆବାସିକ ଭାବେ ଆସନ୍ତା ୭ ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ନିଆରା ଗ୍ରୀଷ୍ମକାଳୀନ ଶିବିର

କଟକ: ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଏକ ନିଆରା ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ପଞ୍ଚମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯୋଗ ଦେଇପାରିବେ।  ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ଶିବିରରେ ଛାତ୍ରଛାତ୍ରୀ ମାନଙ୍କ ମନରେ ଏକାଗ୍ରତା ଆଣିବା, ସକାରାତ୍ମକ ମନୋଭାବ ସୃଷ୍ଟି କରିବା, ପରୀକ୍ଷାର ଭୟ ଦୂର ଓ ସର୍ବୋପରି ପିଲାମାନଙ୍କ ଭିତରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ କୁହାଯାଇଛି।

ଏହି ଶିବିରରେ ଯୋଗ ଦେବା ପାଇଁ କଟକ ଝାଞିରମଙ୍ଗଳାସ୍ଥିତ ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଶାଖାରେ ନାମ ପଞିକରଣ ହେଉଛି । ସେହିପରି ଵ୍ରହ୍ମାକୁମାରୀ ସଂସ୍ଥାର ଫୁଲନଖରା ନିକଟ ଅନନ୍ତପୁର ଠାରେ ଥିବା ବିଶ୍ଵଶାନ୍ତି ସରୋବରରେ ମଧ୍ୟ ଏହି ଗ୍ରୀଷ୍ମକାଳୀନ ଶିବିର ଆବାସିକ ଭାବେ ଆସନ୍ତା ୭ ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।