ବ୍ରହ୍ମାଣ୍ଡର ଉଜ୍ଜ୍ବଳତମ ବସ୍ତୁ ଆବିଷ୍କୃତ : ସୂର୍ଯ୍ୟଠାରୁ ୫୦୦ ଲକ୍ଷ କୋଟି ଗୁଣ ଅଧିକ ଉଜ୍ଜ୍ବଳ

ନୂଆଦିଲ୍ଲୀ : ସାଧାରଣ ଭାବେ ସୂର୍ଯ୍ୟକୁ ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ବଳତମ ବସ୍ତୁ ଭାବେ ବିବେଚନା କରାଯାଏ। କିନ୍ତୁ ୟୁରୋପୀୟ ଜ୍ୟୋତିର୍ବିଜ୍ଞାନୀମାନେ ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ବଳତମ ଭାବେ ଆଉ ଏକ ନୂଆ ବସ୍ତୁ ଆବିଷ୍କାର କରିଛନ୍ତି। ୟୁରୋପିଆନ ସଦର୍ଣ୍ଣ ଅବଜରଭେଟୋରୀ (ଇଏସଓ)ର ବୃହତ ଦୂରବୀକ୍ଷଣ ଯନ୍ତ୍ର (ଭିଏଲଟି)କୁ ଉପଯୋଗ କରି ଜ୍ୟୋତିର୍ବିଜ୍ଞାନୀମାନେ ‘କ୍ବାସର’ ନାମକ ଏକ ବସ୍ତୁ ଆବିଷ୍କାର କରିଛନ୍ତି। ଯାହାକି ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ବଳତମ ବସ୍ତୁ ଏବଂ ଏହା ସୂର୍ଯ୍ୟ ଠାରୁ ୫୦୦ ଲକ୍ଷ କୋଟି ଗୁଣ […]

ବ୍ରହ୍ମାଣ୍ଡର ଉଜ୍ଜ୍ବଳତମ ବସ୍ତୁ ଆବିଷ୍କୃତ : ସୂର୍ଯ୍ୟଠାରୁ ୫୦୦ ଲକ୍ଷ କୋଟି ଗୁଣ ଅଧିକ ଉଜ୍ଜ୍ବଳ
Astronomers Discover Object 500 Trillion Times Brighter Than The Sun

ନୂଆଦିଲ୍ଲୀ : ସାଧାରଣ ଭାବେ ସୂର୍ଯ୍ୟକୁ ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ବଳତମ ବସ୍ତୁ ଭାବେ ବିବେଚନା କରାଯାଏ। କିନ୍ତୁ ୟୁରୋପୀୟ ଜ୍ୟୋତିର୍ବିଜ୍ଞାନୀମାନେ ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ବଳତମ ଭାବେ ଆଉ ଏକ ନୂଆ ବସ୍ତୁ ଆବିଷ୍କାର କରିଛନ୍ତି। ୟୁରୋପିଆନ ସଦର୍ଣ୍ଣ ଅବଜରଭେଟୋରୀ (ଇଏସଓ)ର ବୃହତ ଦୂରବୀକ୍ଷଣ ଯନ୍ତ୍ର (ଭିଏଲଟି)କୁ ଉପଯୋଗ କରି ଜ୍ୟୋତିର୍ବିଜ୍ଞାନୀମାନେ ‘କ୍ବାସର’ ନାମକ ଏକ ବସ୍ତୁ ଆବିଷ୍କାର କରିଛନ୍ତି। ଯାହାକି ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ବଳତମ ବସ୍ତୁ ଏବଂ ଏହା ସୂର୍ଯ୍ୟ ଠାରୁ ୫୦୦ ଲକ୍ଷ କୋଟି ଗୁଣ ଅଧିକ ଉଜ୍ଜ୍ବଳ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଦାବି କରିଛନ୍ତି।

ଆବିଷ୍କୃତ ହୋଇଥିବା ଏହି କ୍ବାସର ନାମକ ବସ୍ତୁର କେନ୍ଦ୍ରସ୍ଥଳରେ ଶକ୍ତିଶାଳୀ ବ୍ଲାକ୍‌ହୋଲ ରହିଥିଲା ବେଳେ ଏହା ତାରକାପୁଞ୍ଜ ଭଳି ଅଧିକ ଉଜ୍ଜ୍ବଳ ବୋଲି କୁହାଯାଇଛି। ଯେତେବେଳେ କ୍ବାସର କେନ୍ଦ୍ରରେ ରହିଥିବା ବ୍ଲାକ୍‌ହୋଲ ବୈଦ୍ୟୁତିକ ଚୁମ୍ବକୀୟ ବିକରଣ କରିଥାଏ ସେତେବେଳେ ଏଥିରୁ ପ୍ରଚୁର ଆଲୋକରାଶି ନିର୍ଗତ ହୋଇଥାଏ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ କହିଥିବା ‘ନ୍ୟୁଜ୍‌ୱିକ୍‌’ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି। କ୍ବାସର ବ୍ରହ୍ମାଣ୍ଡର କେବଳ ସବୁଠୁ ଉଜ୍ଜ୍ବଳତମ ବସ୍ତୁ ନୁହେଁ, ବରଂ ଏହା ପରିବର୍ଦ୍ଦିତ ଏବଂ ବେଳକୁ ବେଳ ଏହାର ଜ୍ୟୋତି ବିକରଣ କ୍ଷମତା ମଧ୍ୟ ବୃଦ୍ଧି ପାଉଛି। ଏହାର ପରିବର୍ଦ୍ଦନ କ୍ଷମତା ଯଥେଷ୍ଟ ଅଧିକ ରହିଛି ଦୈନିକ ଗୋଟିଏ ସୂର୍ଯ୍ୟ ଆକାରରେ ଏହା ବୃଦ୍ଧି ପାଇବା ସହିତ ଗୋଟିଏ ସୂର୍ଯ୍ୟ ତୁଳନାରେ ୫୦୦ ଲକ୍ଷ କୋଟି ଅଧିକ ଉଜ୍ଜ୍ବଳ ବୋଲି କୁହାଯାଇଛି।

କ୍ବାସରର କେନ୍ଦ୍ର ସ୍ଥଳରେ ରହିଥିବା ବ୍ଲାକ୍‌ହୋଲ ହେଉଛି ବ୍ରହ୍ମାଣ୍ଡର ସବୁଠୁ ବୃଦ୍ଧି ପାଉଥିବା ବ୍ଲାକହୋଲ। ଏହାର ଓଜନ ଗୋଟିଏ ସୂର୍ଯ୍ୟର ଓଜନ ଠାରୁ ୧୭ ବିଲିୟନ ଗୁଣ ଅଧିକ। ତେଣୁ ଏହା ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ବଳତମ ବସ୍ତୁ ବୋଲି ଅନୁଧ୍ୟାନ କରିଥିବା ଅଷ୍ଟ୍ରେଲୀୟ ଜାତୀୟ ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ କ୍ରିଷ୍ଟଆନ୍‌ ଓଲଫ୍‌ କହିଛନ୍ତି। କିନ୍ତୁ କ୍ବାସର ଭଳି ସବୁଠୁ ଉଜ୍ଜ୍ବଳତମ ବସ୍ତୁର ରଶ୍ମି ପୃଥିବୀ ଉପରେ ଅନୁଭୂତ ହେଉ ନଥିବାର କାରଣ ହେଉଛି ଏହାର ଦୂରତା। ଏହା ପୃଥିବୀ ଠାରୁ ଲକ୍ଷ ଲକ୍ଷ କୋଟି କିମି ଦୂରତାରେ ରହିଛି। ଏହାର ରଶ୍ମି ପୃଥିବୀ ଉପରେ ପଡ଼ିବା ଲାଗି ୧୨ ବିଲିୟନ (୧୨୦୦ କୋଟି) ବର୍ଷ ଲାଗିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି।