ବ୍ରାଉନ ସୁଗର ଚଢ଼ାଉବେଳେ ମହିଳାଙ୍କ ଆକ୍ରମଣ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ନିଶା ମାଫିଆଙ୍କ ଆତଙ୍କ ରାଜ I ଦିନକୁ ଦିନ ନିଶା କାରବାର ବଢି ଚାଲିଛି I ଏହି ଘଟଣାରେ ଗତ ରବିବାର ଦିନ ଜଳେଶ୍ୱର ଅଂଚଳରୁ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଥିଲା I ଏହାପରେ ଗତକାଲି ରାତିରେ ଗିରଫ ନିଶା ବେପାରୀ କାଦର ଖାଁଙ୍କ ଶେଖଵାଦ ଅଂଚଳରେ ଥିବା ଘରେ ଚଢ଼ାଉ ବେଳେ ପୁଲିସ ଉପରେ ଆକ୍ରମଣ କରିଥିଲେ କିଛି ମହିଳା । ଏହି […]

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ନିଶା ମାଫିଆଙ୍କ ଆତଙ୍କ ରାଜ I ଦିନକୁ ଦିନ ନିଶା କାରବାର ବଢି ଚାଲିଛି I ଏହି ଘଟଣାରେ ଗତ ରବିବାର ଦିନ ଜଳେଶ୍ୱର ଅଂଚଳରୁ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଥିଲା I ଏହାପରେ ଗତକାଲି ରାତିରେ ଗିରଫ ନିଶା ବେପାରୀ କାଦର ଖାଁଙ୍କ ଶେଖଵାଦ ଅଂଚଳରେ ଥିବା ଘରେ ଚଢ଼ାଉ ବେଳେ ପୁଲିସ ଉପରେ ଆକ୍ରମଣ କରିଥିଲେ କିଛି ମହିଳା । ଏହି ଆକ୍ରମଣରେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତ କର୍ମଚାରୀଙ୍କୁ ଜଳେଶ୍ୱର ସ୍ଥିତ ଜି.କେ.ଭଟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି I
ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ଜଳେଶ୍ୱର ପୁଲିସ ପକ୍ଷରୁ ପଶ୍ଚିମବଙ୍ଗକୁ ବ୍ରାଉନସୁଗର ଚାଲାଣ ହେଥିବାର ଖବର ପାଇ ପ୍ରଥମେ ଆମ୍ବୁଳି ଅଠା ବାଇପାସ ନିକଟରେ ସତ୍ୟବ୍ରତ ଦାସ ନାମକ ବ୍ରାଉନସୁଗର ଚାଲାଣକାରୀକୁ ଅଟକ ରଖିଥିଲେ। ସତ୍ୟବ୍ରତ ଠାରୁ ୨୭୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଜାହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଏ ନେଇ ପୁଲିସର ଅଧିକ ତଦନ୍ତ ପରେ ସମ୍ପୃକ୍ତ ବ୍ରାଉନସୁଗର ବେପାରୀ ସେଖବାଡର ସେକ୍ ମୁକିନକୁ ଗିରଫ ପାଇଁ ଯାଇଥିଲା । ମୁକିନକୁ ଧରିବା ସମୟରେ ୧୦ରୁ ଅଧିକ ମହିଳା ଅତର୍କିତ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଘଟଣାରେ ଦୁଇ ଜଣକୁ ଗିରଫ ରଖା ଯାଇଥିବା ସୂଚନା।