ବ୍ରାହ୍ମଣୀ ନଦୀରେ ବାସନ ମାଜୁଥିଲେ ମହିଳା, ଟାଣିନେଲା କୁମ୍ଭୀର !

କେନ୍ଦ୍ରାପଡା: ବ୍ରାଦ୍ମଣୀ ଘାଟରେ ଅଘଟଣ । ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆଲପୁଆ ଗାଁ ନିକଟରେ । ମହିଳା ଜଣଙ୍କ ବାସନ ମାଜିବାକୁ ବ୍ରାଦ୍ମଣୀ ନଦୀକୁ ଯାଇଥିଲେ । ଆଉ ଏହି ସମୟରେ ମହିଳା ଜଣଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣିନେଇଯାଇଥିବା ଚର୍ଚ୍ଚା ହେଉଛି । ନଦୀ ତୁଠରେ ମହିଳାଙ୍କ ଚପଲ ସହ ବାସନ, ବାଲ୍‌ଟି ପଡ଼ିଛି । ଟର୍ଚ୍ଚ ଓ ଠେଙ୍ଗା ଧରି […]

ବ୍ରାହ୍ମଣୀ ନଦୀରେ ବାସନ ମାଜୁଥିଲେ ମହିଳା, ଟାଣିନେଲା କୁମ୍ଭୀର !
crocodile-dragged-a woman in brahmani-river

କେନ୍ଦ୍ରାପଡା: ବ୍ରାଦ୍ମଣୀ ଘାଟରେ ଅଘଟଣ । ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆଲପୁଆ ଗାଁ ନିକଟରେ । ମହିଳା ଜଣଙ୍କ ବାସନ ମାଜିବାକୁ ବ୍ରାଦ୍ମଣୀ ନଦୀକୁ ଯାଇଥିଲେ । ଆଉ ଏହି ସମୟରେ ମହିଳା ଜଣଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣିନେଇଯାଇଥିବା ଚର୍ଚ୍ଚା ହେଉଛି । ନଦୀ ତୁଠରେ ମହିଳାଙ୍କ ଚପଲ ସହ ବାସନ, ବାଲ୍‌ଟି ପଡ଼ିଛି । ଟର୍ଚ୍ଚ ଓ ଠେଙ୍ଗା ଧରି ଖୋଜାଖୋଜି କରୁଛନ୍ତି ଗ୍ରାମବାସୀ । ତେବେ ମହିଳା ଜଣଙ୍କ ପରିଚୟ ମିଳିପାରିନାହିଁ । ମହିଳାଙ୍କୁ କୁମ୍ଭୀର ଟାଣିନେବା ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।