ବ୍ରାହ୍ମଣୀଗାଁ ପୋଲିସକୁ ବଡ଼ ସଫଳତା: ୬ ଗିରଫ, କୋର୍ଟଚାଲାଣ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): ଆଗକୁ ସାଧାରଣ ନିର୍ବାଚନ ରହିଛି ଅଞ୍ଚଳରେ କିଭଳି ଶାନ୍ତି ଶୃଙ୍ଖଳା ରହିବ ଏବଂ ଅବାଧରେ ନିର୍ବାଚନ ହୋଇପାରିବ। ସେନେଇ ଜିଲା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି ଦେଖିବାକୁ ମିଳିଛି ଦୁର୍ଗମ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସକୁ ବଡ଼ ସଫଳତା ମିଳିଛି। ୱାରେଣ୍ଟ ବଳରେ ୬ ଜଣଙ୍କୁ ଧରି କୋର୍ଟଚାଲାଣ କରାଯାଇଥିବା ବ୍ରାହ୍ମଣୀଗାଁ ଭାରପ୍ରାପ୍ତ ଥାନା ଅଧିକାରୀ ଚିରଞ୍ଜୀବି ବେହେରା କହିଛନ୍ତି, ବିଭିନ୍ନ ମାମଲାରେ ଫେରାର ଥିବା […] The post ବ୍ରାହ୍ମଣୀଗାଁ ପୋଲିସକୁ ବଡ଼ ସଫଳତା: ୬ ଗିରଫ, କୋର୍ଟଚାଲାଣ appeared first on Dharitri Odia News.

ବ୍ରାହ୍ମଣୀଗାଁ ପୋଲିସକୁ ବଡ଼ ସଫଳତା: ୬ ଗିରଫ, କୋର୍ଟଚାଲାଣ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): ଆଗକୁ ସାଧାରଣ ନିର୍ବାଚନ ରହିଛି ଅଞ୍ଚଳରେ କିଭଳି ଶାନ୍ତି ଶୃଙ୍ଖଳା ରହିବ ଏବଂ ଅବାଧରେ ନିର୍ବାଚନ ହୋଇପାରିବ। ସେନେଇ ଜିଲା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି ଦେଖିବାକୁ ମିଳିଛି ଦୁର୍ଗମ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସକୁ ବଡ଼ ସଫଳତା ମିଳିଛି। ୱାରେଣ୍ଟ ବଳରେ ୬ ଜଣଙ୍କୁ ଧରି କୋର୍ଟଚାଲାଣ କରାଯାଇଥିବା ବ୍ରାହ୍ମଣୀଗାଁ ଭାରପ୍ରାପ୍ତ ଥାନା ଅଧିକାରୀ ଚିରଞ୍ଜୀବି ବେହେରା କହିଛନ୍ତି, ବିଭିନ୍ନ ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିଲା ସେମାନଙ୍କ ମଧ୍ୟରେ ଉକ୍ତ ଥାନା ଅଞ୍ଚଳର ଗୋଟିଏ ଗ୍ରାମର ଘାଷି କପାଟପାତ୍ର,କୈଳାଶ ମାଝୀ, ଲିଙ୍ଗରାଜ ମାଝୀ ଏବଂ ଜୟନ୍ତୀ ମାଝୀଙ୍କୁ ପୋଲିସ ଗିରଫ କରିଛି ସେମାନଙ୍କ ନାମରେ ଜାମିନବିହୀନ ମାମଲା (୧୫୯/୨୨) ରହିଥିଲା ସେହିପରି ଉକ୍ତ ଥାନାର ଅନ୍ୟ ଏକ ଗ୍ରାମରୁ ଜନ୍ମିୟ ବଳିୟାରସିଂ ଏବଂ ସୁରବନ୍ଧୁ ବଳିୟାର ସିଂଙ୍କୁ ପୋଲିସ ଜାମିନବିହୀନ ମାମଲା (୧୮୭ /୨୩ )ରେ ଗିରଫ କରି କୋର୍ଟ ଚାଲାଣ କରିଛି।

The post ବ୍ରାହ୍ମଣୀଗାଁ ପୋଲିସକୁ ବଡ଼ ସଫଳତା: ୬ ଗିରଫ, କୋର୍ଟଚାଲାଣ appeared first on Dharitri Odia News.