ବ୍ରିଜ୍ ଆଣ୍ଡ ରୁଫ୍ ଟେଣ୍ଡର ଫିକ୍ସିଂ ମାମଲା :ବଢୁଛି ବିଷ୍ଣୁପଦଙ୍କ ପାଇଁ ଅଡୁଆ,ଆଜି ହୋଇପାରନ୍ତି ସିବିଆଇରେ ହାଜର

କନକ ବ୍ୟୁରୋ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନର ଟେଣ୍ଡର ଫିକ୍ସିଂ ମାମଲା ନୂଆ ମୋଡ ନେଇଥିବାବେଳେ ସାମନାକୁ ଆସିବାରେ ଲାଗିଛି ନୂଆ ନୂଆ ତଥ୍ୟ। ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ ଏସସି-ଏସଟି ସଚିବ ଥିବାବେଳେ, ଆଶ୍ରମ ସ୍କୁଲର ରୂପାନ୍ତରଣ ପାଇଁ ବିଭିନ୍ନ ନିର୍ମାଣକାରୀ ସଂସ୍ଥାକୁ ଲେଖିଥିବା ଚିଠି ପଦାକୁ ଆସିଛି। ଯେଉଁଥିରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନର ଏମଡିଙ୍କୁ ମଧ୍ୟ ଆଶ୍ରମ ସ୍କୁଲର ଅପଗ୍ରେଡେସନ ପାଇଁ ବିଷ୍ଣୁପଦ ଚିଠି ଲେଖିଛନ୍ତି ।  ଏଥିସହ ଏନବିସି ଲିମିଟେଡ ଓ ୱାପକୋସର ଏମଡିଙ୍କୁ ମଧ୍ୟ ଆଶ୍ରମ ସ୍କୁଲର ରୂପାନ୍ତରଣ ପାଇଁ ସେ ଚିଠି ଲେଖିଥିଲେ । ଆଉ ଏହା ପଛରେ ବଡ କେଳେଙ୍କାରୀ ରହିଥିବା ସନ୍ଦେହ କରାଯାଉଛି । ତେବେ ସିବିଆଇ ତଦନ୍ତ କଲେ  ସତ ସାମନାକୁ ଆସିବ । ଅନ୍ୟପଟେ  ଆଜି ବିଷ୍ଣୁପଦ ସିବିଆଇରେ ହାଜର ହୋଇପାରନ୍ତି ବୋଲି କୁହାଯାଉଛି । ହେଲେ ସେ ନିଜେ ହାଜର ହେବେ କି ଓକିଲ ପଠାଇବେ ତା ଉପରେ ନଜର ରହିଛି। ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ନୂଆପଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ଭୁବନେଶ୍ବରରେ ଟେଣ୍ଡର ଫିକ୍ସିଂ ଓ ୧୦ଲକ୍ଷ ଟଙ୍କା କାରବାର ମାମଲାରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।  ଶନିବାର ନୃସିଂହ ଶତପଥି ନାମକ ଡ୍ରାଇଭର ସିବିଆଇରେ ହାଜର ହୋଇଛନ୍ତି । ତାଙ୍କଠାରୁ ବିଷ୍ଣୁପଦଙ୍କ ଦିନତମାମର ରୁଟିନ୍ ବା

ବ୍ରିଜ୍ ଆଣ୍ଡ ରୁଫ୍ ଟେଣ୍ଡର ଫିକ୍ସିଂ ମାମଲା :ବଢୁଛି ବିଷ୍ଣୁପଦଙ୍କ ପାଇଁ ଅଡୁଆ,ଆଜି ହୋଇପାରନ୍ତି ସିବିଆଇରେ ହାଜର

କନକ ବ୍ୟୁରୋ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନର ଟେଣ୍ଡର ଫିକ୍ସିଂ ମାମଲା ନୂଆ ମୋଡ ନେଇଥିବାବେଳେ ସାମନାକୁ ଆସିବାରେ ଲାଗିଛି ନୂଆ ନୂଆ ତଥ୍ୟ। ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ ଏସସି-ଏସଟି ସଚିବ ଥିବାବେଳେ, ଆଶ୍ରମ ସ୍କୁଲର ରୂପାନ୍ତରଣ ପାଇଁ ବିଭିନ୍ନ ନିର୍ମାଣକାରୀ ସଂସ୍ଥାକୁ ଲେଖିଥିବା ଚିଠି ପଦାକୁ ଆସିଛି। ଯେଉଁଥିରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନର ଏମଡିଙ୍କୁ ମଧ୍ୟ ଆଶ୍ରମ ସ୍କୁଲର ଅପଗ୍ରେଡେସନ ପାଇଁ ବିଷ୍ଣୁପଦ ଚିଠି ଲେଖିଛନ୍ତି । 

ଏଥିସହ ଏନବିସି ଲିମିଟେଡ ଓ ୱାପକୋସର ଏମଡିଙ୍କୁ ମଧ୍ୟ ଆଶ୍ରମ ସ୍କୁଲର ରୂପାନ୍ତରଣ ପାଇଁ ସେ ଚିଠି ଲେଖିଥିଲେ । ଆଉ ଏହା ପଛରେ ବଡ କେଳେଙ୍କାରୀ ରହିଥିବା ସନ୍ଦେହ କରାଯାଉଛି । ତେବେ ସିବିଆଇ ତଦନ୍ତ କଲେ  ସତ ସାମନାକୁ ଆସିବ । ଅନ୍ୟପଟେ  ଆଜି ବିଷ୍ଣୁପଦ ସିବିଆଇରେ ହାଜର ହୋଇପାରନ୍ତି ବୋଲି କୁହାଯାଉଛି । ହେଲେ ସେ ନିଜେ ହାଜର ହେବେ କି ଓକିଲ ପଠାଇବେ ତା ଉପରେ ନଜର ରହିଛି। ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ନୂଆପଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା ।

ଭୁବନେଶ୍ବରରେ ଟେଣ୍ଡର ଫିକ୍ସିଂ ଓ ୧୦ଲକ୍ଷ ଟଙ୍କା କାରବାର ମାମଲାରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।  ଶନିବାର ନୃସିଂହ ଶତପଥି ନାମକ ଡ୍ରାଇଭର ସିବିଆଇରେ ହାଜର ହୋଇଛନ୍ତି । ତାଙ୍କଠାରୁ ବିଷ୍ଣୁପଦଙ୍କ ଦିନତମାମର ରୁଟିନ୍ ବାବଦରେ ପଚାରିଥିଲେ ସିବିଆଇ ଅଧିକାରୀ। ଏଥିସହ ଆଉ କିଛି ତଥ୍ୟ ହାସଲ କରିବାକୁ ପଚରାଉଚୁରା କରିଛନ୍ତି ।