ବ୍ରିଜ୍ ଓ୍ବାଲରେ ପିଟିହେଲା ବାଇକ୍ : ୩୦ ଫୁଟ ତଳକୁ ଖସି ଜଣଙ୍କ ମୃତ୍ୟୁ, ଚାଳକ ଗୁରୁତର

ଭଦ୍ରକ ୧୮।୧୦: ବାଇକ୍‌ରେ ଯାଉଥିବା ବେଳେ ପୋଲ ଉପରେ ହରାଇଲେ ଭାରସାମ୍ୟ ।  ବ୍ରିଜ୍ ଓ୍ବାଲରେ ପିଟି ହେଲା ବାଇକ୍ । ଚାଳକ ପୋଲ ଉପରେ ରହିଥିବା ବେଳେ ପଛରେ ବସିଥିବା ଲୋକ ୩୦ ଫୁଟ ତଳକୁ ଖସି ପଡିଲେ । ଚାଳକ ଗୁରୁତର ଥିବା ବେଳେ ବସିଥିବା ଲୋକଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଧାମନଗର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । କଟକ ଆଡୁ କଲିକତା ଅଭିମୁଖେ ଦୁଇ ଜଣ ବାଇକ୍‌ରେ ଆସୁଥିଲେ । ଧାମନଗର ଛକ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍ ୱାଲରେ ବାଡେଇ ହୋଇଯାଇଥିଲା । ବାଇକ୍‌ ଚଳାଉଥିବା ବ୍ୟକ୍ତି ପୋଲରେ ରହିଯାଇଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ପୋଲର ୩୦ ଫୁଟ ତଳ ସର୍ଭିସ ରୋଡ଼ ରେ ପଡିଯାଇଥିଲେ । ଚାଳକ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ବାଇକରେ ବସିଥିବା ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଉଭୟ ଗୁରୁତର ଓ ମୃତକ କଲିକତା ଅଞ୍ଚଳର ବୋଲି ସୂଚନା ମିଳିଛି ।You Can Read:ପାହାଡ଼ ଉପରୁ ମିଳିଲା ୧୧ବର୍ଷ ନାବାଳକଙ୍କ ମୃତଦେହ, ସନ୍ଦେହରେ ଜଣେ ଗ୍ରାମବାସୀ ଅଟକ 

ବ୍ରିଜ୍ ଓ୍ବାଲରେ ପିଟିହେଲା ବାଇକ୍ : ୩୦ ଫୁଟ ତଳକୁ ଖସି ଜଣଙ୍କ ମୃତ୍ୟୁ, ଚାଳକ ଗୁରୁତର

ଭଦ୍ରକ ୧୮।୧୦: ବାଇକ୍‌ରେ ଯାଉଥିବା ବେଳେ ପୋଲ ଉପରେ ହରାଇଲେ ଭାରସାମ୍ୟ ।  ବ୍ରିଜ୍ ଓ୍ବାଲରେ ପିଟି ହେଲା ବାଇକ୍ । ଚାଳକ ପୋଲ ଉପରେ ରହିଥିବା ବେଳେ ପଛରେ ବସିଥିବା ଲୋକ ୩୦ ଫୁଟ ତଳକୁ ଖସି ପଡିଲେ । ଚାଳକ ଗୁରୁତର ଥିବା ବେଳେ ବସିଥିବା ଲୋକଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଧାମନଗର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । କଟକ ଆଡୁ କଲିକତା ଅଭିମୁଖେ ଦୁଇ ଜଣ ବାଇକ୍‌ରେ ଆସୁଥିଲେ । ଧାମନଗର ଛକ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍ ୱାଲରେ ବାଡେଇ ହୋଇଯାଇଥିଲା । ବାଇକ୍‌ ଚଳାଉଥିବା ବ୍ୟକ୍ତି ପୋଲରେ ରହିଯାଇଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ପୋଲର ୩୦ ଫୁଟ ତଳ ସର୍ଭିସ ରୋଡ଼ ରେ ପଡିଯାଇଥିଲେ । ଚାଳକ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ବାଇକରେ ବସିଥିବା ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଉଭୟ ଗୁରୁତର ଓ ମୃତକ କଲିକତା ଅଞ୍ଚଳର ବୋଲି ସୂଚନା ମିଳିଛି ।

You Can Read:

ପାହାଡ଼ ଉପରୁ ମିଳିଲା ୧୧ବର୍ଷ ନାବାଳକଙ୍କ ମୃତଦେହ, ସନ୍ଦେହରେ ଜଣେ ଗ୍ରାମବାସୀ ଅଟକ